
ଭୁବନେଶ୍ୱର: ପେଟ୍ରୋଲ୍ ଡିଜେଲ୍ରୁ ଇଲେକ୍ଟ୍ରିକ୍ ମୋବିଲିଟି ଆଡ଼କୁ ଓଡ଼ିଶାର ଗତି ଦିନକୁ ଦିନ ବଢିଚାଲିଛି । ତା’ରି ଭିତରେ “ଇଭି-ପଲିସି -୨୦୨୧” କୁ ଆଉ ୩ ମାସର ଅବଧି ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । ଡିସେମ୍ବର ୩୧, ୨୦୨୬ ଯାଏଁ ବଳବତ୍ତର ରହିବ ଓଡ଼ିଶା ଇଲେକ୍ଟ୍ରିକ୍ ଭେହିକିଲ୍ ପଲିସି । ଇଲେକ୍ଟ୍ରିକ୍ ଯାନର ବ୍ୟବହାର ବଢ଼ାଇବା, ଚାର୍ଜିଂ ଭିତ୍ତିଭୂମି ଓ ଇଭି ଇକୋସିଷ୍ଟମ୍କୁ ଆଗକୁ ନେବା ସହ ଯାନବାହନଜନିତ ପ୍ରଦୂଷଣ କମାଇବା ହେଉଛି ନୀତିର ମୁଖ୍ୟ ଲକ୍ଷ୍ୟ । ତେବେ ଏହି ତିନି ମାସର ଏକ୍ସଟେନ୍ସନ୍ କେବଳ ଅବଧି ବଢ଼ାଇବା ନା ଏହା ମଧ୍ୟରେ ଆସିବ ନୂଆ ଇଭି ନୀତିର ରୋଡମ୍ୟାପ୍, ସେନେଇ ଏବେ ନଜର । କାରଣ ଡିସେମ୍ବର ୩୧ ପରେ ଓଡ଼ିଶାର ଇଭି ଯାତ୍ରା କେଉଁ ନୂଆ ନୀତି ଓ ଦିଗରେ ଆଗକୁ ବଢ଼ିବ, ତାହା ହିଁ ହେବ ପରବର୍ତ୍ତୀ ବଡ଼ ପ୍ରଶ୍ନ ।ଓଡ଼ିଶାରେ ଇଲେକ୍ଟ୍ରିକ୍ ଯାନକୁ ନେଇ ସରକାରଙ୍କ ବଡ଼ ନିଷ୍ପତ୍ତି । ଆଉ କିଛି ମାସ ପାଇଁ ବଢ଼ିଲା ଓଡ଼ିଶା ଇଲେକ୍ଟ୍ରିକ୍ ଭେହିକିଲ୍ ପଲିସି, ୨୦୨୧ର ଅବଧି । ଡିସେମ୍ବର ୩୧, ୨୦୨୬ ଯାଏଁ ବଳବତ୍ତର ରହିବ ଏହି ନୀତି । ଇଲେକ୍ଟ୍ରିକ୍ ମୋବିଲିଟିକୁ ପ୍ରୋତ୍ସାହନ, ପ୍ରଦୂଷଣ କମାଇବା ଏବଂ ସସ୍ଟେନେବଲ୍ ଟ୍ରାନ୍ସପୋର୍ଟ ଦିଗରେ ରାଜ୍ୟର ପଦକ୍ଷେପକୁ ଆଗକୁ ନେବା ଲକ୍ଷ୍ୟରେ ଏହି ଅବଧି ବୃଦ୍ଧି କରାଯାଇଛି ।
୨୦୨୧ରେ ଲାଗୁ ହୋଇଥିବା ଓଡ଼ିଶା ଇଲେକ୍ଟ୍ରିକ୍ ଭେହିକିଲ୍ ପଲିସିର ଅବଧି ବଢ଼ାଇଛନ୍ତି ରାଜ୍ୟ ସରକାର । ନୂଆ ନିଷ୍ପତ୍ତି ଅନୁସାରେ ୨୦୨୬ ଡିସେମ୍ବର ୩୧ ଯାଏଁ ଏହି ପଲିସି ବଳବତ୍ତର ରହିବ । ଇଲେକ୍ଟ୍ରିକ୍ ଯାନର ବ୍ୟବହାର ବଢ଼ାଇବା ସହ ରାଜ୍ୟର ପରିବହନ ବ୍ୟବସ୍ଥାକୁ ଅଧିକ ସ୍ୱଚ୍ଛ ଓ ପରିବେଶ ଅନୁକୂଳ କରିବା ହେଉଛି ଏହି ନୀତିର ମୁଖ୍ୟ ଉଦ୍ଦେଶ୍ୟ ।
ପେଟ୍ରୋଲ୍,ଡିଜେଲ୍ ଯାନ ବଦଳରେ ଇଲେକ୍ଟ୍ରିକ୍ ଯାନର ବ୍ୟବହାର ବଢ଼ିଲେ ଇନ୍ଧନ ଖର୍ଚ୍ଚ ଓ ଯାନବାହନଜନିତ ପ୍ରଦୂଷଣ କମାଇବାରେ ସହାୟତା ମିଳିପାରେ । ସେହିପରି EV ଚାର୍ଜିଂ ଭିତ୍ତିଭୂମି ଏବଂ ଇଲେକ୍ଟ୍ରିକ୍ ମୋବିଲିଟି ଇକୋସିଷ୍ଟମ୍କୁ ଆଗକୁ ବଢ଼ାଇବାରେ ମଧ୍ୟ ଏହି ନୀତିର ଭୂମିକା ରହିଛି ।
ତେବେ ଡିସେମ୍ବର ୩୧ ପରେ ରାଜ୍ୟର ଇଭି ନୀତିର ରୂପରେଖା କଣ ରହିବ, ନୂଆ ପଲିସି ଆସିବ ନା ବର୍ତ୍ତମାନର ନୀତିରେ ଆଉ ସଂଶୋଧନ ହେବ,ତାହା ଉପରେ ରହିଛି ସାରା ରାଜ୍ୟବାସୀଙ୍କ ନଜର । ଏବେ ପାଇଁ ଇଲେକ୍ଟ୍ରିକ୍ ମୋବିଲିଟିକୁ ଗତି ଦେବାକୁ ଇଭି-ପଲିସି ୨୦୨୧ର ଅବଧି ବଢ଼ାଇଛନ୍ତି ସରକାର ।







