ଋତୁଶ୍ରାବ ଛୁଟି ଆବେଦନ କରିବା ମହିଳାଙ୍କ ପାଇଁ ମାନସିକ ନିର୍ୟାତନା ହେବ:ବିଜେଡି

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ତରଫରୁ ୧୧ ନଭେମ୍ୱର ଦିନ ଜାରି କରାଯାଇଥିବା ବିଜ୍ଞପ୍ତିରେ ମହିଳା କର୍ମଚାରୀ ମାନଙ୍କ ମାସିକ ଋତୁଶ୍ରାବ ଜନିତ ଅସୁବିଧାକୁ ଦୃଷ୍ଟିରେ ରଖି ପ୍ରଦାନ କରାଯାଇଥିବା ଅଧିକ ୧୨ ଦିନର ଛୁଟି କିଛି ନୂଆ କଥା ନୁହେଁ ଓ ଏହା ପୂର୍ବ ସରକାରଙ୍କ ସମୟରେ ୧୨ ମାର୍ଚ୍ଚ ୨୦୨୪ ତାରିଖରେ ପ୍ରକାଶ ପାଇଥିବା ବିଜ୍ଞପ୍ତିର କପି-ପେଷ୍ଟ। କେବଳ ବାହାଦୁରୀ ନେବା ଉଦ୍ଦେଶ୍ୟରେ ପୂର୍ବ ସରକାରଙ୍କ ୧୦ ଦିନ ଛୁଟି ବିଜ୍ଞପ୍ତି ବାତିଲ କରି ୧୨ ଦିନ ନୂଆ ବିଜ୍ଞପ୍ତି କରାଯାଇଛି ବୋଲି ଦଳର ମୁଖପାତ୍ର ସୋଫିଆ ଆଲମ ଗଣମାଧ୍ୟମକୁ ବିବୃତି ଦେଇ କହିଛନ୍ତି।
ଏହି ବିଜ୍ଞପ୍ତିର ବ୍ୟବସ୍ଥା ଅନୁଯାୟୀ ମହିଳା କର୍ମଚାରୀ ମାନଙ୍କୁ ପ୍ରତି ମାସରେ ଏହି ଅତିରିକ୍ତ ଛୁଟିକୁ ସେହି ମାସରେ ନେବା ବାଧ୍ୟତାମୂଳକ କରାଯାଇଛି, ନ ନେଲେ ଏହା ବାତିଲ ହେବ।  ଉପମୁଖ୍ୟମନ୍ତ୍ରୀ ଜଣେ ମହିଳା ସେ ଭଲ ଭାବରେ ଜାଣନ୍ତି ଋତୁଶ୍ରାବ ଇଂରାଜୀ ବା ଓଡ଼ିଆ ମାସ ଅନୁସାରେ ଆସେନାହିଁ। ଏହା ଚବିଶରୁ ଅଠେଇଶ ବେଳେ ବେଳେ ଅଧିକ ଦିନରେ ହୋଇଥାଏ। ଗୋଟିଏ ଇଂରାଜୀ ମାସରେ ଦୁଇ ଥର ଋତୁଶ୍ରାବର ସମ୍ଭାବନାକୁ ଏଡାଇ ଦିଆଯାଇ ପାରିବ ନାହିଁ। ମାସର ପ୍ରଥମ ତାରିଖରେ ଋତୁଶ୍ରାବ ହୋଇଥିଲେ ତାଙ୍କ ପରବର୍ତ୍ତୀ ଋତୁଶ୍ରାବ ସେହି ମାସର ଶେଷ ସପ୍ତାହରେ ମଧ୍ୟ ହୋଇପାରେ। ଏହି କ୍ଷେତ୍ରରେ, ସେହି ମହିଳା ଦ୍ୱିତୀୟ ଛୁଟି ପାଇବାରୁ ବଞ୍ଚିତ ହେବେ ବୋଲି ମୁଖପାତ୍ର ଆଲମ କହିଥିଲେ।
ମହିଳା ମାନଙ୍କ ଅଧିକାର ଓ ସେମାନଙ୍କ ସୁରକ୍ଷାକୁ ସବୁବେଳେ ପ୍ରଧାନ୍ୟ ଦେଉଥିଲେ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ୧୨ ମାର୍ଚ୍ଚ ୨୦୨୪ରେ ପ୍ରକାଶିତ ବିଜ୍ଞପ୍ତିରେ ମହିଳା ମାନଙ୍କ ଋତୁଶ୍ରାବ ଜନିତ ସମସ୍ୟାକୁ ଆଖିରେ ରଖି ଅଧିକ ୧୦ ଦିନର ସ୍ୱତନ୍ତ୍ର ଛୁଟି ପ୍ରଦାନ କରାଯାଇଥିଲା। କିନ୍ତୁ, ଏହା ଏକ ସ୍ପର୍ଶକାତର ପ୍ରସଙ୍ଗ ହୋଇଥିବାରୁ ଋତୁଶ୍ରାବ ଜନିତ ଛୁଟି ବୋଲି ଉଲ୍ଲେଖ କରାଯାଇ ନଥିଲା। ତେଣୁ ଏ ବିଜ୍ଞପ୍ତି ମହିଳା କର୍ମଚାରୀ ବିରୋଧୀ ଓ ସେମାନଙ୍କ ବ୍ୟକ୍ତିଗତ ଗୋପନୀୟତାକୁ କ୍ଷୁର୍ଣ୍ଣ କରୁଥିବାରୁ ଏ ବିଜ୍ଞପ୍ତିକୁ ତୁରନ୍ତ ସଂଶୋଧନ କରିବା ପାଇଁ ବିଜେଡି ଦାବି କରୁଛି।

୧୧ ନଭେମ୍ୱରରେ ପ୍ରକାଶିତ ହୋଇଥିବା ବିଜ୍ଞପ୍ତିରେ ୧୦ ଦିନର ଛୁଟିକୁ ୧୨ ଦିନ କରାଯାଇଛି। କିନ୍ତୁ, ଏହି ଛୁଟି ୫୫ ବର୍ଷରୁ ଉଦ୍ଧ୍ୱର୍ ମହିଳାଙ୍କୁ ମିଳିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ତାଛଡା, ପ୍ରତି ମାସର ଛୁଟି ସେହି ମାସରେ ନେବାକୁ ହେବ ବୋଲି ମଧ୍ୟ କୁହାଯାଇଛି। ପୂର୍ବ ସରକାର ୧୦ ଦିନ ଛୁଟି ଘୋଷଣା କରିଥିବା ବେଳେ, ଏହି ବିଜ୍ଞପ୍ତି କେବଳ ନିଜର ବାହାବା ନେବା ପାଇଁ ଉର୍ଦ୍ଦିଷ୍ଟ। ତାଛଡା, ଋତୁଶ୍ରାବ ଏକ ବ୍ୟକ୍ତିଗତ ଓ ସ୍ପର୍ଶକାତର ପ୍ରସଙ୍ଗ ହୋଇଥିବାରୁ ମହିଳା କର୍ମଚାରୀ ମାନେ ଋତୁଶ୍ରାବ ପାଇଁ ଛୁଟି ଦରଖାସ୍ତ କରିବା ପାଇଁ ଅସ୍ୱାଭାବିକତା ଅନୁଭବ କରିବେ। ୫୫ ବର୍ଷରୁ ଉଦ୍ଧ୍ୱର୍ ମହିଳା କର୍ମଚାରୀଙ୍କୁ ଏହି ଛୁଟିରୁ ବଞ୍ଚିତ କରିବା ଯୁକ୍ତିଯୁକ୍ତ ହୋଇନାହିଁ ବୋଲି ମୁଖପାତ୍ର ଆଲମ କହିଥିଲେ।

  • Related Posts

    କୋଷ୍ଟାଲ ହାଇଓ୍ୱେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି

    ଭୁବନେଶ୍ୱର: କୋଷ୍ଟାଲ ହାଇଓ୍ୱେକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଲା ବିଜେଡ଼ି । ଆଉ ଗୋଟିଏ ଦଶନ୍ଧିର ସ୍ୱପ୍ନ ଦେଖାଇଥିବା କହିଲେ ବରିଷ୍ଠ ବିଜେଡି ଉପସଭାପତି ସଞ୍ଜୟ ଦାସ ବର୍ମା। ସେ କହିଛନ୍ତି ଘୋଷଣା କରାଯାଇଥିବା ପ୍ରକଳ୍ପରେ ପର୍ଯ୍ୟଟନର କୌଣସି ସୁଯୋଗ…

    Continue reading
    ବିଜେଡିରୁ ୨ ନେତା ନିଲମ୍ବିତ

    ବାଲିଗୁଡ଼ା : ବାଲିଗୁଡ଼ା ରାଜନୀତିରେ ଏକ ବଡ଼ ଘଟଣା ଘଟିଛି । ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ଦଳ ବିରୋଧୀ କାର୍ଯ୍ୟକଳାପ ଅଭିଯୋଗରେ ଦୁଇ ଜଣ ପ୍ରମୁଖ ନେତାଙ୍କୁ ଦଳରୁ ନିଲମ୍ବନ କରାଯାଇଛି । ସୂଚନା ଅନୁସାରେ, ଟୁନା ଦାସ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ