ଏଣିକି ଭଡ଼ାରେ ଲାଗିବ ଅଚଳ ହୋଇ ପଡ଼ିଥିବା ସରକାରୀ କୋଠା

ଭୁବନେଶ୍ବର: ଅଚଳ ହୋଇ ପଡ଼ିଥିବା ସରକାରୀ କୋଠା ଏଣିକି ଭଡ଼ାରେ ଲାଗିବ। ଦିର୍ଘ ଦିନ ଧରି ପଡିରହିଥିବା ସରକାରୀ ଘର ପୁଣି ନୂଆ ହେବ। ଖୋଲିବ ଦୋକାନ, କାଫେ ଓ ବ୍ୟବସାୟୀକ ପ୍ରତିଷ୍ଠାନ। ଏନେଇ ରାଜ୍ୟରେ ସରକାରୀ ଜମି ଓ ଘର ବା କୌଣସି ପରିତ୍ୟକ୍ତ ଅବସ୍ଥାରେ ପଡ଼ିଥିବା ସରକାରୀ ସମ୍ପତ୍ତିକୁ ବ୍ୟବହାର ଉପଯୋଗୀ କରିବା ପାଇଁ ମୁଖ୍ୟ ଶାସନ ସଚିବ ମନୋଜ କୁମାର ଆହୁଜା ଦେଇଛନ୍ତି ୧୧ଟି ବିଭାଗକୁ ଚିଠି । ଏନେଇ ଗୃହ ବିପଭାଗ ପକ୍ଷରୁ ଚିଠି ଜାରି କରାଯାଇଛି ।
ଗତ ୫ ତାରିଖ ଗୃହ ବିଭାଗର ଚିଠି ନମ୍ବର ୪୫୫୭୬ ରେ ଯୁଗ୍ମ ସଚିବଙ୍କ ପକ୍ଷରୁ ଜାରି ହୋଇଥିବା ଚିଠିରେ ୧୧ଟି ବିଭାଗର ବିଭାଗୀୟ ମୁଖ୍ୟଙ୍କୁ ଚିଠି ଜରିଆରେ ଅବଗତ କରଯାଇଛି । ଯେଉଁଥିରେ ପୋଲିସ ବିଭାଗ ମୁଖ୍ୟ ଡିଜି, ଆଇଜି, ଚିଫ ଇଲେକ୍ସନ କମିଶନ ଓ ଅଗ୍ନିଶମ ପରି ବିଭାଗ ରହିଛି । ମୁଖ୍ୟ ଶାସନ ସଚିବ ଏନେଇ ପୂର୍ବରୁ ଅଲୋଚନା‌ କରିଥିବା ନିଷ୍ପତ୍ତି ଆଧାରରେ ଯେଉଁଠି ସରକାରୀ ଜମି କାର୍ୟ୍ୟକ୍ଷମ‌ ହୋଇନାହିଁ ବା ପରିତ୍ୟକ୍ତ ଅବସ୍ଥାରେ ପଡି ରହିଛି ଅଥବା ବଡବଡ ମାର୍କେଟ କମ୍ପ୍ଲେକ୍ସ ବା କୌଣସି ସେଭଳି ସରକାରୀ ସମ୍ପତ୍ତି ଥିବା ସ୍ଥାନରେ ବ୍ୟବସାୟୀ କରଣ କଲା ଭଳି ଉପଯୋଗୀ ସ୍ଥାନକୁ ଚିହ୍ନଟ କରି ସେସବୁର‌ ରିପୋର୍ଟ ଦେବାକୁ ବିଭାଗ ମୁଖ୍ୟଙ୍କୁ କୁହାଯାଇଛି।

  • Related Posts

    ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ଟଙ୍କା

    ଭୁବନେଶ୍ବର : ସୁଭଦ୍ରା ଯୋଜନାର ହିତାଧିକାରୀଙ୍କ ପାଇଁ ଆସିଛି ବଡ଼ ଖୁସି ଖବର। ଆସନ୍ତା ରାକ୍ଷୀ ପୂର୍ଣ୍ଣିମା ଅବସରରେ ସୁଭଦ୍ରା ଯୋଜନାର ପରବର୍ତ୍ତୀ କିସ୍ତି ଟଙ୍କା ପ୍ରଦାନ କରାଯିବ। ଏଥିସହ ୨୫ ଜୁଲାଇ ସୁଦ୍ଧା ଯେଉଁ ଆବେଦନଗୁଡ଼ିକର ନାମ ଜିଲ୍ଲା ସ୍ତରରୁ…

    Continue reading
    ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନଅଭିଯୋଗ ଶୁଣାଣି ବନ୍ଦ

    ଭୁବନେଶ୍ୱର : ଆସନ୍ତା ସୋମବାର ଅଗଷ୍ଟ ୧୦ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ମୁଖ୍ୟମନ୍ତ୍ରୀଙ୍କ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ଥିବାରୁ ଆସନ୍ତା ସୋମବାର ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ସାଧାରଣ ପ୍ରଶାସନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ