ଏଥର ସ୍ୱାଭାବିକଠାରୁ ଅଧିକ ମୌସୁମୀ ବର୍ଷା

ନୂଆଦିଲ୍ଲୀ : ଏଥର କୃପା ବର୍ଷା କରିବ ମୌସୁମୀ । ଦେଶରେ ସ୍ୱାଭାବିକଠାରୁ ଅଧିକ ମୌସୁମୀ ବର୍ଷା ହୋଇପାରେ । ଓଡ଼ିଶାରେ ବି ଭଲ ବର୍ଷା ହେବ । ଦକ୍ଷିଣ ଓଡ଼ିଶାର ନବରଙ୍ଗପୁର, କୋରାପୁଟ, ମାଲକାନଗିରି, ଗଜପତି ଜିଲ୍ଲା ସମେତ କଳାହାଣ୍ଡି ଓ ନୂଆପଡ଼ାର କିଛି ସ୍ଥାନରେ ଅଧିକ ବର୍ଷା ସମ୍ଭାବନା ଅଛି । ଗତବର୍ଷ ଭଳି ଏଥର ବି ଠିକ୍‌ ସମୟରେ ମୌସୁମୀ ଆସିପାରେ । ଭାରତୀୟ ପାଣିପାଗ ବିଭାଗ(ଆଇଏମ୍‌ଡି) ଏମିତି ପୂର୍ବାନୁମାନ କରିଛି । ଜୁନ୍‌ରୁ ସେପ୍ଟେମ୍ବର ଯାଏ ମୌସୁମୀ ବର୍ଷାକୁ ନେଇ ଦୀର୍ଘକାଳୀନ ପୂର୍ବାନୁମାନ କରିଛି ଆଇଏମ୍‌ଡି । ଆକଳନ କରିଛି, ଏଥର ମୌସୁମୀ ଋତୁରେ ଭଲ ବର୍ଷା ହେବ । ରାଜ୍ୟର କିଛି ସ୍ଥାନକୁ ଛାଡ଼ି ଦେଲେ ଅଧିକାଂଶ ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ଅଛି । ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ସ୍ୱାଭାବିକଠାରୁ ଅଧିକ ବର୍ଷିପାରେ ମୌସୁମୀ । ଉତ୍ତର ଓ ଉପକୂଳ ଓଡ଼ିଶାରେ ମଧ୍ୟ ସ୍ୱାଭାବିକଠାରୁ ଅଧିକ ବର୍ଷା ସମ୍ଭାବନା ଅଛି । ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର କିଛି ସ୍ଥାନରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହେବାର ସମ୍ଭାବନା ରହିଛି । ଭଦ୍ରକ, ଅନୁଗୁଳ ଓ ସମ୍ବଲପୁର ଜିଲ୍ଲାରେ କମ୍‌ ବର୍ଷା ହୋଇପାରେ ।

ଗତବର୍ଷ ରାଜ୍ୟରେ ମୌସୁମୀ ବର୍ଷା ପରିମାଣ ପ୍ରାୟତଃ ସ୍ୱାଭାବିକ ଥିଲା । ଗତବର୍ଷ ମୌସୁମୀ ଆଗୁଆ(ଜୁନ୍‌-୮ରେ) ଆସିଥଲା ବୋଲି ପାଣିପାଗ ବିଭାଗ ଦାବି କରିଥିଲା । କିନ୍ତୁ ଆରମ୍ଭରୁ ବିଶେଷ ବର୍ଷା ହେଲାନି । ପ୍ରଭାବିତ ହେଲା ଚାଷ । ଜୁନ୍‌ ଚତୁର୍ଥ ସପ୍ତାହ ବେଳକୁ ବର୍ଷା ହେଲା । ମୋଟାମୋଟି ଜୁନ୍‌ ମାସରେ ଯେତିକି ବର୍ଷା ହେବା କଥା, ତା’ଠାରୁ ୨୭% ନିଅଣ୍ଟିଆ ଥିଲା । ମାତ୍ର ଜୁଲାଇ, ଅଗଷ୍ଟ ଓ ସେପ୍ଟେମ୍ବରରେ ଭଲ ବର୍ଷା ଯୋଗୁ ନିଅଣ୍ଟିଆ ସ୍ଥିତି ଦୂର ହେଲା । ମୌସୁମୀ ଋତୁରେ (ଜୁନ-ସେପ୍ଟେମ୍ବର) ମୋଟ ସ୍ୱାଭାବିକ ବର୍ଷା ପରିମାଣ ୧୧୫୦ ମିମି । ଗତବର୍ଷ ହୋଇଥିଲା ୧୦୯୨ ମିମି ବର୍ଷା । ଯଦିଓ ମାତ୍ର ୫% କମ୍‌ଥିଲେ ମଧ୍ୟ ତାହାକୁ ସ୍ୱାଭାବିକ ଧରାଯିବ । ମାଲକାନଗିରିରେ ସ୍ୱାଭାବିକଠାରୁ ୫୬% ଅଧିକ ବର୍ଷା ହୋଇଥିଲା । ନୂଆପଡ଼ାରେ ୨୩% ଅଧିକ ବର୍ଷିଥିଲା । ଝାରସୁଗୁଡ଼ା, ଦେବଗଡ଼, କେନ୍ଦୁଝର ଓ ଭଦ୍ରକରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହୋଇଥିଲା । ଜୁଲାଇରେ ସ୍ୱାଭାବିକ ବର୍ଷା ହେଲା । ଅଗଷ୍ଟରେ ମାତ୍ର ୮ ଧ କମ୍‌ ବର୍ଷା ହୋଇଥିଲା । ଡିସେମ୍ବର ମାସରେ ଅଦିନିଆ ବର୍ଷା ଯୋଗୁ ଫସଲ କ୍ଷୟକ୍ଷତି ହୋଇଥିଲା ।

ଚଳିତବର୍ଷ ବର୍ଷାଋତୁରେ ଦେଶର ଅଧିକାଂଶ ଭାଗରେ ଭଲ ବର୍ଷା ସମ୍ଭାବନା ଅଛି । ଏଲ୍‌-ନିନୋ ଏବଂ ଆଇଓଡି (ଇଣ୍ଡିଆନ ଓସେନ ଡାଇପୋଲ) ଭଳି ଜଳବାୟୁ କାରକ ବର୍ତ୍ତମାନ ଅସ୍ପଷ୍ଟ ରହିଛି । ଅସ୍ପଷ୍ଟ ଅବସ୍ଥାରେ ରହିବା ଅର୍ଥ ଭଲ ବର୍ଷାର ସଙ୍କେତ । ଓଡ଼ିଶା ସମେତ ମଧ୍ୟପ୍ରଦେଶ, ରାଜସ୍ଥାନ, ମହାରାଷ୍ଟ୍ର, ଛତିଶଗଡ, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗର କିଛି ଅଞ୍ଚଳ ଓ ଏହା ସଂଲଗ୍ନ ତେଲଙ୍ଗାନାର କିଛି ଅଞ୍ଚଳରେ ସ୍ୱାଭାବିକ ଠାରୁ ଅଧିକ ବର୍ଷା ହୋଇପାରେ । ତେବେ ବିହାର, ଜମ୍ମୁ-କାଶ୍ମୀର, ଲଦାଖ, ତାମିଲନାଡୁ ଓ ଉତ୍ତର-ପୂର୍ବାଞ୍ଚଳ ରାଜ୍ୟର କିଛି ଅଞ୍ଚଳରେ ସ୍ୱାଭାବିକ ଠାରୁ ସାମାନ୍ୟ କମ୍‌ ବର୍ଷା ହେବ ବୋଲି ଆଇଏମ୍‌ଡି ଆକଳନ କରିଛି । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାଧାରଣତଃ ଜୁନ ୧ ବେଳକୁ କେରଳ ଉପକୂଳ ଛୁଇଁଥାଏ । ଅଧିକାଂଶ ରାଜ୍ୟକୁ ଜୁନ ୧୫ରୁ ୨୫ ତାରିଖ ମଧ୍ୟରେ ମୌସୁମୀ ପ୍ରବେଶ କରେ ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ