ଏନକ୍ଲୋଜରରେ ପ୍ରଥମ ଶିକାର କଲା ବାଘୁଣୀ ‘ଜିନତ୍’

ଶିମିଳିପାଳ: ଶିମିଳିପାଳର ସଫ୍ଟ ଏନକ୍ଲୋଜରରେ ପ୍ରଥମ ଶିକାର କଲା ବାଘୁଣୀ ‘ଜିନତ୍’। ଗତକାଲି ରାତି ପ୍ରାୟ ୧୦ଟା ସମୟରେ ଏନକ୍ଲୋଜରରେ ଏକ ଘୁଷୁରିକୁ ଶିକାର କରି ଖାଇଛି। ମହାରାଷ୍ଟ୍ରରୁ ଆସିଥିବା ବାଘୁଣୀ ‘ଜିନତ୍ ‘ର ସ୍ୱାସ୍ଥ୍ୟାବସ୍ଥା ଭଲ ଥିବା ସୂଚନା ମିଳିଛି।

ଗତକାଲି ତାକୁ ଚହଲାସ୍ଥିତ ଏନକ୍ଲୋଜରରେ ଛଡ଼ାଯାଇଥିଲା। ସଫ୍ଟ ଏନକ୍ଲୋଜରରେ ଚାପମୁକ୍ତ ହୋଇ ଦୁଇଟି ଶିକାର କରି ପରିବେଶ ସହ ଖାପ ଖୁଆଇବା ପରେ ଜିନତକୁ ଉତ୍ତର ଶିମିଳିପାଳ କୋରକୁ ଛଡ଼ାଯିବ।ଅକ୍ଟୋବର ୨୮ତାରିଖରେ ସଫ୍ଟ ଏନକ୍ଲୋଜରରେ ଛଡ଼ାଯାଇଥିବା ଅଢ଼େଇ ବର୍ଷୀୟା ମରାଠା ବାଘୁଣୀ ଯମୁନା ଦୁଇଟି ଶିକାର କରିବା ପରେ ତା’କୁ ନିକଟରେ ଦକ୍ଷିଣ ଶିମିଳିପାଳର କୋରକୁ ଛଡ଼ାଯାଇଥିଲା। ଏବେ ସେ ସେଠି ମୁକ୍ତ ବିଚରଣ କରୁଛି।

  • Related Posts

    ଡିନାମାଇଟ ବିସ୍ଫୋରଣରେ ମତ୍ସ୍ୟଜୀବୀ ଗୁରୁତର

    ଦେବଗଡ଼:ବାରକୋଟ ବ୍ଲକର ବିଜୟନଗର ଗ୍ରାମର ଗୋପାଳପାଲି ନାଳରେ ଆଜି ଡିନାମାଇଟ ସାହାର୍ଯ୍ୟରେ ମାଛ ମାରୁଥିବା ବେଳେ ଜଣେ ମତ୍ସ୍ୟଜୀବୀ ଗୁରୁତ ଆହତ ହୋଇଥିବା ଜଣାପଡିଛି। ଆହତ ମତ୍ସ୍ୟଜୀବି ହେଲେ ବିଜୟନଗର ଗ୍ରାମର ସଞ୍ଜୟ ବିରୁଆ(୩୨)। ସୂଚନା ଅନୁଯାୟୀ, ସଞ୍ଜୟ ଆଜି ମାଛ…

    Continue reading
    ପିପିଲିରେ ବିଶ୍ୱପ୍ରସିଦ୍ଧ ଚାନ୍ଦୁଆ ହସ୍ତଶିଳ୍ପ ହବ୍‌ର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

    ୮୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବ ୫ ମହଲା ବିଶିଷ୍ଟ ଅତ୍ୟାଧୁନିକ ଚାନ୍ଦୁଆ ବଜାର ଉପକୃତ ହେବେ ୬ ହଜାର ସ୍ଥାନୀୟ ଚାନ୍ଦୁଆ କାରିଗର ସମୃଦ୍ଧ ଓଡିଶା ଗଠନରେ ହେବ ଆଉ ଏକ ମାଇଲଖୁଣ୍ଟ ପ୍ରଧାନମନ୍ତ୍ରୀଙ୍କ ‘ଭୋକାଲ ଫର ଲୋକାଲ’…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ