ଏନ୍‌କାଉଣ୍ଟରରେ ‘ବାଗୁ ଖାନ’ ନିହତ

ଜମ୍ମୁ-କଶ୍ମୀରର ଗୁରେଜ ସେକ୍ଟରରେ ସୁରକ୍ଷା ବଳକୁ ମିଳିଛି ବଡ଼ ସଫଳତା। ଏକନାଉଣ୍ଟରରେ ନିହତ ହୋଇଛି ବାଗୁ ଖାନ ଓରଫ ସମନ୍ଦର ଚାଚା, ଯିଏ ଆତଙ୍କବାଦୀଙ୍କ ମଧ୍ୟରେ ‘ହ୍ୟୁମେନ ଜିପିଏସ୍‌’ ଭାବେ ପରିଚିତ ଥିଲା। ତା’ସହିତ ଆଉ ଜଣେ ଆତଙ୍କବାଦୀ ଭାରତୀୟ ସୁରକ୍ଷା ବଳଙ୍କ ଗୁଳିରେ ନିହତ ହୋଇଛି। ସେମାନେ ନୌଶେରା ନାର ଅଞ୍ଚଳରେ ଭାରତୀୟ ସୀମା ମଧ୍ୟକୁ ଅନୁପ୍ରବେଶ କରିବାକୁ ଉଦ୍ୟମ କଲା ବେଳେ ସୁରକ୍ଷା କର୍ମୀଙ୍କ ଗୁଳିରେ ନିହତ ହୋଇଥିଲେ।

ବାଗୁ ଖାନ ଓରଫ ସମନ୍ଦର ଚାଚା ୧୯୯୫ ମସିହାରୁ ପାକିସ୍ତାନ ଅଧିକୃତ କଶ୍ମୀର (ପିଓକେ)ରେ ରହୁଥିଲା। ସୁରକ୍ଷା ଏଜେନ୍ସୀଗୁଡ଼ିକରୁ ମିଳିଥିବା ରିପୋର୍ଟ ଅନୁଯାୟୀ, ଗତ ତିନି ଦଶନ୍ଧି ବା ୩୦ ବର୍ଷ ମଧ୍ୟରେ ସେ ଗୁରେଜ ସେକ୍ଟର ଓ ଏହାର ଆଖପାଖ ଅଞ୍ଚଳରେ ୧୦୦ରୁ ଅଧିକ ଅନୁପ୍ରବେଶ ପ୍ରୟାସ କରାଇଥିଲା ଏବଂ ସେଥିରୁ ଅଧିକାଂଶରେ ସଫଳ ହୋଇଥିଲା। କାରଣ ସେ ଏହି ଅଞ୍ଚଳ ବିଷୟରେ ଭଲ ଭାବେ ଅବଗତ ଥିଲା। ସେଥିପାଇଁ ସମସ୍ତ ଆତଙ୍କବାଦୀ ସଂଗଠନ ପାଇଁ ସେ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ଥିଲା।

ବାଗୁ ଖାନ ହିଜବୁଲର କମାଣ୍ଡର ହୋଇଥିଲେ ହେଁ ସମସ୍ତ ଆତଙ୍କବାଦୀ ସଂଗଠନର ସଦସ୍ୟଙ୍କୁ ଭାରତ ମଧ୍ୟରେ ଅନୁପ୍ରବେଶ କରିବାରେ ସହଯୋଗ କରିଆସୁଥିଲା। ପ୍ରାୟ ସବୁ ଆତଙ୍କବାଦୀ ସଂଗଠନ ପାଇଁ ଅନୁପ୍ରବେଶ ଯୋଜନା ପ୍ରସ୍ତୁତ କରିବାରେ ଓ ସେଗୁଡ଼ିକୁ କାର୍ୟ୍ୟକାରୀ କରିବାରେ ସହଯୋଗ କରୁଥିଲା। ସେଥିପାଇଁ ଆତଙ୍କବାଦୀମାନେ ତାକୁ ‘ହ୍ୟୁମେନ ଜିପିଏସ୍‌’ ନାଁରେ ସମ୍ବୋଧନ କରୁଥିଲେ।

  • Related Posts

    ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ

    ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…

    Continue reading
    ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା, ବର୍ଷକୁ ୨ଟି ଗ୍ୟାସ୍ ସିଲିଣ୍ଡର ମିଳିବ ମାଗଣା

    ନୂଆଦିଲ୍ଲୀ: ଆସାମ ବିଧାନସଭା ନିର୍ବାଚନ ପାଇଁ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିବାରେ ଲାଗିଛି। ଏଭଳି ସମୟରେ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମା ଜନତାଙ୍କ ପାଇଁ ଏକ ବଡ଼ ଉପହାର ଘୋଷଣା କରିଛନ୍ତି। ନିର୍ବାଚନ ଜିତିବା ପରେ ବର୍ଷକୁ ଦୁଇଟି ଖଚଏ ସିଲିଣ୍ଡର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ