ଏବିଭିପି ଯୋଜନା କରି ଫସେଇ ଦେଇଛି:ଉଦିତ ପ୍ରଧାନ

ଭୁବନେଶ୍ୱର: ନାରୀ ସୁରକ୍ଷାର ନାରା ଦେଇ ସରକାରଙ୍କୁ ହରଡ଼ ଘଣାରେ ପକାଇ ଆସୁଥିଲେ। ହେଲେ ନିଜ ଦଳର ଛାତ୍ର ନେତା ବଳାତ୍କାର ଅଭିଯୋଗରେ ଗିରଫ ପରେ ଏବେ ଅଡୁଆ ସ୍ଥିତିରେ କଂଗ୍ରେସ। ବଳାତ୍କାର ଅଭିଯୋଗରେ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କ ଗିରଫଦାରିକୁ ନେଇ ଘେରିଛି ବିଜେପି। ଏହି ସମୟରେ ନିଜର ପ୍ରଥମ ପ୍ରତିକ୍ରିୟା ଦେଇଛନ୍ତି ଉଦିତ ପ୍ରଧାନ। ସେ କହିଛନ୍ତି, ଏହା ବିଜେପି ସରକାରର ପ୍ଲାନ୍‌। ଏବିଭିପି ଯୋଜନା କରି ଫସେଇ ଦେଇଛି। ମେଡିକାଲ ରିପୋର୍ଟ ଆସିଲେ ସତ୍ୟତା ଜଣାପଡିବ। ଆଗକୁ ନିର୍ବାଚନ ଆସୁଛି, ସେଥିପାଇଁ ମୋତେ ଫସାଯାଉଛି। ସେ ଯୁବତୀ କିଏ ମୁଁ ଜାଣିନାହିଁ। ମେଡିକାଲ ରିପୋର୍ଟ ଆସିଲେ ସତ ଜଣାପଡିବ ବୋଲି କହିଛନ୍ତି ଉଦିତ।
ଅନ୍ୟପଟେ ଗିରଫ ପରେ ଜେଲ ଯାଇଛନ୍ତି ନିଲମ୍ବିତ ଛାତ୍ର କଂଗ୍ରେସ ସଭାପତି ଉଦିତ୍‌ ପ୍ରଧାନ। ବଳାତ୍କାର ଅଭିଯୋଗରେ ଗିରଫ କରିଥିଲା ମଞ୍ଚେଶ୍ୱର ଥାନା ପୋଲିସ। ଗିରଫ ପରେ ଉଦିତ୍‌ ପ୍ରଧାନଙ୍କୁ ନିଲମ୍ବନ କରିଥିଲା କଂଗ୍ରେସ।

ସୂଚନାଯୋଗ୍ୟ, ଜଣେ ୧୯ ବର୍ଷୀୟା ଛାତ୍ରୀଙ୍କୁ ମୃଦୁ ପାନୀୟରେ ନିଶା ଦେଇ ବଳାତ୍କାର କରିବା ଅଭିଯୋଗରେ ପ୍ରଦେଶ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଭୁବନେଶ୍ୱର ମଞ୍ଚେଶ୍ୱର ଥାନା ପୋଲିସ ରବିବାର ରାତିରେ ଗିରଫ କରିଛି। ଉଦିତଙ୍କୁ ସୋମବାର କୋର୍ଟ ଚାଲାଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।ଅଭିଯୋଗ ଅନୁଯାୟୀ, ପୀଡ଼ିତା ହେଉଛନ୍ତି ଚନ୍ଦକା ଥାନା ଅଞ୍ଚଳର। ସେ ଓ ତାଙ୍କର ଜଣେ ସାଙ୍ଗ ଅନ୍ୟ ଜଣେ ଯୁବକଙ୍କ ସହ ଗତ ମାର୍ଚ୍ଚ ୧୮ ସନ୍ଧ୍ୟାରେ ମାଷ୍ଟରକ୍ୟାଣ୍ଟିନକୁ ବୁଲି ଯାଇଥିଲେ। ଏହାପରେ ସେଠାରେ ଉଦିତ୍ ସେମାନଙ୍କ ଗାଡ଼ିରେ ଆସି ବସିଥିଲେ। ତାଙ୍କୁ ବୁଲେଇ ନେବାକୁ କହି ମଞ୍ଚେଶ୍ୱର ଥାନା ଅଞ୍ଚଳର ଏକ ହୋଟେଲକୁ ନେଇଯାଇଥିଲେ। ସେଠାରେ ଉଦିତ ଓ ଅନ୍ୟମାନେ ମଦ୍ୟପାନ କରିଥିଲେ। ଉଦିତ ତାଙ୍କୁ ମୃଦୁ ପାନୀୟରେ ନିଶା ଦ୍ରବ୍ୟ ମିଶାଇ ପିଇବାକୁ ଦେବା ପରେ ତାଙ୍କ ମୁଣ୍ଡ ବୁଲେଇଥିଲା। ସେ ଘରକୁ ଯିବାକୁ ଚେଷ୍ଟା କରିବାରୁ ଉଦିତ ଓ ଅନ୍ୟମାନେ ତାଙ୍କୁ ଛାଡ଼ି ନ ଥିଲେ। ତାଙ୍କୁ ନିଶା ହୋଇଯିବା ପରେ ଉଦିତ ତାଙ୍କୁ ବଳାତ୍କାର କରିଥିଲେ। ପ୍ରାୟ ୩୦ମିନିଟ ପରେ ତାଙ୍କ ଆଖି ଖୋଲିବାରୁ ଏ ବିଷୟରେ ସେ ଜାଣିପାରିଥିଲେ। ଉଦିତ ତାଙ୍କୁ ଧମକ ଦେବାରୁ ସେ ଚୁପ ରହିଥିଲେ। ତେବେ ବର୍ତ୍ତମାନ ପରିସ୍ଥିତିରେ ନାରୀଙ୍କୁ ନ୍ୟାୟ ଦେବା ଅଭିଯାନ ଚାଲିଥିବା ବେଳେ ପୀଡ଼ିତା ସାହସ କରି ଏତଲା ଦେଇଛନ୍ତି ବୋଲି ଜଣାଇଛନ୍ତି।

  • Related Posts

    ରାଜ୍ୟସଭାରେ ଶପଥ ନେଲେ ୩ ସାଂସଦ

    ନୂଆଦିଲ୍ଲୀ: ରାଜ୍ୟସଭାରେ ଶପଥ ନେଇଛନ୍ତି ଓଡ଼ିଶାର ନବ ନିର୍ବାଚିତ ସାଂସଦ । ଓଡ଼ିଶାର ୩ ସାଂସଦ ମନମୋହନ ସାମଲ, ସନ୍ତୃପ୍ତ ମିଶ୍ର ଓ ଦିଲ୍ଲୀପ କୁମାର ରାୟ ଆଜି ଓଡ଼ିଆରେ ଶପଥ ନେଇଛନ୍ତି । ରାଜ୍ୟସଭା ଅଧ୍ୟକ୍ଷ ସି. ପି. ରାଧାକ୍ରିଷ୍ଣନ୍…

    Continue reading
    ନେତା ଓ କର୍ମୀ ବିଜେଡି ଛାଡ଼ିବାର ପ୍ରଭାବ ନିଶ୍ଚିତ ପଡ଼ିବ: ଗଣେଶ୍ବର

    ଭୁବନେଶ୍ୱର: ନେତା ଓ କର୍ମୀ ବିଜେଡି ଛାଡ଼ିବା ନେଇ ଗଣେଶ୍ବର ବେହେରା ତାଙ୍କ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସଂଗଠନ ଉପରେ ପ୍ରଭାବ ନିଶ୍ଚିତ ପଡ଼ିବ । ଦଳର ଦୁର୍ଭାଗ୍ୟ କିଛି ବନ୍ଧୁ ଦଳ ଛାଡ଼ିକି ଗଲେ, ନିଶ୍ଚୟ ପ୍ରଭାବ ପଡ଼ିବ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ