ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ଦେଶରେ ଦେଖାଦେଇଥିବା ଏଲ୍ପିଜି ସଙ୍କଟ ଦୂର କରିବାକୁ ତୈଳ କମ୍ପାନିଗୁଡ଼ିକ ବିଭିନ୍ନ ଯୋଜନା ଉପରେ ବିଚାର କରୁଛନ୍ତି। ସେଥିରୁ ଗୋଟିଏ ହେଉଛି ୧୪.୨ କେଜିଆ ସିଲିଣ୍ଡରରେ ଦିଆଯାଉଥିବା ଗ୍ୟାସ୍ ପରିମାଣ କମ୍ କରିବା । ଏକ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସିଲିଣ୍ଡର ପିଛା ଦିଆଯାଉଥିବା ଗ୍ୟାସ୍କୁ ୧୦ କେଜିକୁ ହ୍ରାସ କରିବା ଉପରେ ବିଚାରବିମର୍ଶ ଚାଲିଛି। ଏହାଜରିଆରେ ସରକାର ଗଚ୍ଛିତ ଥିବା ଗ୍ୟାସ୍କୁ ଅଧିକରୁ ଅଧିକ ପରିବାର ପାଖରେ ପହଞ୍ଚାଇବାକୁ ଚାହୁଛନ୍ତି। ଏବେ ପରିବାର ଗ୍ରାହକଙ୍କୁ ଦିଆଯାଉଥିବା ୧୪.୨ କେଜିଆ ସିଲିଣ୍ଡର ହାରାହାରି ଭାବେ ୩୫-୪୦ ଦିନର ଆବଶ୍ୟକତା ପୂରଣ କରୁଛି। ଅଧିକ ଥର ରୋଷେଇ ହେଉଥିବା ପରିବାରରେ କିନ୍ତୁ ତାହା କମ୍ ଦିନ ଯାଉଛି। ଗ୍ୟାସ୍ ପରିମାଣ ୧୦ କେଜିକୁ ହ୍ରାସ କରାଗଲେ ତାହା ମଧ୍ୟ ଅଧିକାଂଶ ପରିବାରର ଏକ ମାସର ଆବଶ୍ୟକତା ପୂରଣ କରିପାରିବ ବୋଲି ତୈଳ କମ୍ପାନିଗୁଡ଼ିକ ଭାବୁଛନ୍ତି।
ଜଳିଗଲା ଘର: ଶାଶୁ ଏବଂ ବୋହୂ ଜୀବନ୍ତ ଦଗ୍ଧ
ସୀତାପୁର: ଉତ୍ତର ପ୍ରଦେଶର ସୀତାପୁର ଜିଲ୍ଲାର ସଦରପୁର ଥାନା ଅଞ୍ଚଳର ସରାୟା ଚଲକାପୁର ଗାଁରେ ଶନିବାର ସନ୍ଧ୍ୟାରେ ଏକ ବଡ଼ ଦୁଃଖଦ ଘଟଣା ଘଟିଛି। ପ୍ରବଳ ଝଡ଼ ତୋଫାନ ମଧ୍ୟରେ ଏକ ଘରେ ନିଆଁ ଲାଗିଯାଇ ଦ୍ରୁତ ଗତିରେ ବ୍ୟାପି ଯାଇଥିଲା,…




