ଏସଆଇଆର ପାଇଁ ଜିଲ୍ଲାସ୍ତରୀୟ ବୈଠକ

ଦେବଗଡ଼:ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ବିକାଶ ଭବନ ସମ୍ମିଳନୀ କକ୍ଷରେ ଆଜି ଏସଆଇଆର ପାଇଁ ଜିଲ୍ଲାସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ କବିନ୍ଦ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଯୋଗ୍ୟ ମତଦାତାକୁ ଭୋଟର ତାଲିକାରେ ପଞ୍ଜୀକରଣ କରିବା ଏବଂ ଅନାଧିକୃତ ପ୍ରଭାସି କିମ୍ବା ଅଯୋଗ୍ୟ ବ୍ୟକ୍ତି ଙ୍କ ନାମ ବିଲୋପ କରିବା ସହ ଏଥିରେ ମୃତ ବ୍ୟକ୍ତିଙ୍କ ନାମ ଏବଂ ଡୁବ୍ଲିକେଟ ନାମ କୁ ଚିହ୍ନଟ କରାଯାଇ ତାଲିକାରୁ ବାହାର କରିବା ଏବଂ ସ୍ଥାନାନ୍ତରିତ ମତ ଦାତା ନାମ ସଂଶୋଧନ କରାଯିବ। ଭୋଟର ତାଲିକାରେ ସଠିକ୍ ଓ ପାରଦର୍ଶିତା ବୃଦ୍ଧି କରିବା ପାଇଁ (ଏସ ଆଇ ଆର୍) ଲାଗୁ କରାଯାଇଥିବା ସଂପର୍କରେ ଜିଲ୍ଲାପାଳ ଶ୍ରୀ ସାହୁ ଗୁରୁତ୍ବାରୋପ କରିଥିଲେ। ଡେପୁଟି କଲେକ୍ଟର (ନିର୍ବାଚନ) ଏଜଲିନ ବାରା ବୈଠକର ଉଦ୍ଦେଶ୍ୟ ସଂପର୍କରେ ସୂଚନା ଦେଇଥିଲେ। ଏସଆଇଆର ସଂପର୍କରେ ବିଭିନ୍ନ ରାଜନୈତିକ ଦଳ ସେମାନଙ୍କ ମତାମତ ଜିଲ୍ଲାପାଳ କିମ୍ବା ନିର୍ବାଚନ ପଞ୍ଜୀକରଣ ଅଧିକାରୀ (ଇଆର୍ଓ) ମାନଙ୍କୁ ଲିଖିତ ଭାବରେ ଜଣାଇବା ପାଇଁ ଅନୁରୋଧ କରାଯାଇଥିଲା।ନିର୍ବାଚନ ପଞ୍ଜୀକରଣ ଅଧିକାରି ସେମାନଙ୍କ ବୁଥ୍ ସ୍ତରୀୟ ଅଧିକାରୀଙ୍କ ସହ ମ୍ୟାପିଙ୍ଗ ଏବଂ (ଏସଆଇ ଆର୍) ସମ୍ପର୍କରେ ଆଲୋଚନା କରିବା ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ।ଜିଲ୍ଲାରେ ଜୁଲାଇ ୧ରେ ଯୋଗ୍ୟତା ତାରିଖ ଧାର୍ଯ୍ୟ କରାଯାଇଛି।ଏହି ତାରିଖ ସୁଦ୍ଧା ୧୮ ବର୍ଷ ବୟସ ହେଉଥିବା ସମସ୍ତ ଯୋଗ୍ୟ ଭାରତୀୟ ନାଗରିକ ମତଦାତା ତାଲିକାରେ ଅନ୍ତର୍ଭୁକ୍ତ ହୋଇପାରିବେ।ସେଥିପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ସମସ୍ତ ରାଜନୈତିକ ଦଳଙ୍କ ସହଯୋଗ କାମନା କରାଯାଉଛି। ମେ ୩୦ରୁ ଜୁନ ୨୮ ତାରିଖ ପର୍ଯ୍ୟନ୍ତ ଜିଲ୍ଲାର ସମସ୍ତ ୩୩୮ ବିଏଲଓମାନେ ଘରକୁ ଘର ଯାଇ ପରିଦର୍ଶନ କରିବେ। ଏହାପରେ ଜୁନ ୨୮ ସୁଦ୍ଧା ମତଦାନ କେନ୍ଦ୍ର ଗୁଡିକର ପୁନର୍ବିନ୍ୟାସ, ଜୁଲାଇ ୫ରେ ଚିଠା ଭୋଟର ତାଲିକା ପ୍ରକାଶ କରାଯିବା ସହ ଜୁଲାଇ ୫ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ଦାବି ଓ ଆପତ୍ତି ଦାଖଲ ସମୟସୀମା ଧାର୍ଯ୍ୟ କରାଯାଇଛି। ସେହିପରି ଜୁଲାଇ ୫ରୁ ସେପ୍ଟେମ୍ବର ୨ ପର୍ଯ୍ୟନ୍ତ ନୋଟିସ/ଦାବି ଓ ଆପତ୍ତିର ସମାଧାନ ଓ ସେପ୍ଟେମ୍ବର ୬ରେ ଚୂଡାନ୍ତ ଭୋଟର ତାଲିକା ପ୍ରକାଶ ପାଇବ। ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ,ଉପଜିଲ୍ଲାପାଳ ପରୀକ୍ଷିତ ସାହୁ,ଡିଆଇପିଆରଓ ମନୋରଞ୍ଜନ ସୂତାର,ବିଜେପି ଜିଲ୍ଲା ସଭାପତି ଅରୁଣ ସାହୁ,କଂଗ୍ରେସ ଜିଲ୍ଲା ସଭାପତି ସେମ ହେମ୍ରମ, ବିଜେଡିର ସଞ୍ଜୀବ ଶତପଥୀ,ଆମ ଆଦମୀ ପାର୍ଟିର ଜ୍ଞାନେନ୍ଦ୍ର ସାମଲ, ବିଜେପିର ସାଧାରଣ ସଂପାଦକ ମୀନକେତନ ପ୍ରଧାନ, ରିତେଶ ନାୟକ, ସୁବ୍ରତ ବେହେରା,ରାଜକିଶୋର କାଲୋ ଓ ଏସଆରଏ ସୁମନ୍ତ ସାହୁ ଉପସ୍ଥିତ ଥିଲେ।

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ