ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ସମୀକ୍ଷା କଲେ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ଵର,୦୮/୦୮ (ଗର୍ବିିତ ଓଡିଆ ବ୍ୟୁରୋ):ଆଜି ଲୋକସେବା ଭବନ ସମ୍ମିଳନୀ କକ୍ଷରେ ମାନ୍ୟବର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର , ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର କାର୍ଯ୍ୟପଦ୍ଧତି, ରୋଗୀ ସେବା ଓ ଆଧୁନିକ ବିକାଶ କାର୍ଯ୍ୟ ଉପରେ ବିସ୍ତୃତ ସମୀକ୍ଷା କରିଛନ୍ତି ।
ମନ୍ତ୍ରୀ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ରାଷ୍ଟ୍ରୀୟ ମାନକ ଅନୁଯାୟୀ ଏକ ସେଣ୍ଟର ଅଫ୍‌ ଏକ୍ସିଲେନ୍ସ ଭାବରେ ଗଠନ କରିବା ଦିଗରେ ନିର୍ଦ୍ଦେଶ ଦେଇଛନ୍ତି । ରୋଗୀ ମାନେ ସମୟରେ ଚିକିତ୍ସା ପାଇପାରିବେ, ସେପାଇଁ ଅଧିକ ବେଡ୍, ଆଧୁନିକ ଯନ୍ତ୍ରପାତି, ଓ ଡିଜିଟାଲ ବ୍ୟବସ୍ଥା ପ୍ରତିଷ୍ଠା ସୁନିଶ୍ଚିତ କରାଯିବାପାଇଁ ଉପସ୍ଥିତ ଅଧିକାରୀଙ୍କୁ କହିଛନ୍ତି ।
ସେହିପରି ରୋଗୀ ସେବା ବ୍ୟବସ୍ଥା ଓ ଅପେକ୍ଷା ସମୟ ହ୍ରାସ, ଅନୁଷ୍ଠାନର ପୁନର୍ବିକାଶ ପ୍ରକଳ୍ପ (Redevelopment Project) ର ଗତି, ଆଧୁନିକ ଯନ୍ତ୍ରପାତି ଉପଲବ୍ଧତା ବାବଦରେ ପଚାରି ବୁଝିଥିଲେ । ସମୀକ୍ଷା ସମୟରେ ମାନ୍ୟବର ମନ୍ତ୍ରୀ ଡାକ୍ତର ଓ ଅଧିକାରୀମାନେ ସହିତ ଆଲୋଚନା କରି ରୋଗୀ ସେବା, ଔଷଧ ଯୋଗାଣ, ସ୍ୱଚ୍ଛତା ଓ ଆଧୁନିକ ସେବା ବ୍ୟବସ୍ଥା ସମ୍ପର୍କରେ ଅବଗତ ହେଲେ। ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ର ଉନ୍ନତି ଓ ପୁନର୍ବିକାଶ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସ୍ୱାସ୍ଥ୍ୟ ବିଭାଗ ପ୍ରତିବଦ୍ଧ। ଆସୁଥିବା ପ୍ରତ୍ୟେକ ରୋଗୀ ଓ ସେବାଦାତା ମାନେ ଯଥେଷ୍ଟ ସନ୍ତୁଷ୍ଟ ଓ ସୁବିଧାଭୋଗୀ ହେବା ଜରୁରୀ ବୋଲି ମନ୍ତ୍ରୀ ମତାପ୍ରକାଶ କରିଥିଲେ। ଆଗାମୀ ଦିନରେ ଅଧିକ ବେଡ୍, ଉନ୍ନତ ଯନ୍ତ୍ରପାତି ଓ ଡିଜିଟାଲ ରେକର୍ଡ ସିଷ୍ଟମ୍‌ ସହିତ ଆଧୁନିକ ମଡେଲ ହସ୍ପିଟାଲ ଭାବେ ଗଢିତୋଳିବାକୁ ଉପସ୍ଥିତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏହି ବୈଠକରେ ସ୍ୱାସ୍ଥ୍ୟ ବିଭାଗର କମିଶନର ତଥା ଶାସନ ସଚିବ ଅଶ୍ଵତୀ ଏସ. , ଡିଏମଇଟି ଡା. ସନ୍ତୋଷ ମିଶ୍ରଙ୍କ ସହ ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ଡିନ୍, ପ୍ରିନ୍ସିପାଲ, ବିଭାଗ ଅଧ୍ୟକ୍ଷ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

  • Related Posts

    ୨୫ ତାରିଖ ସୁଦ୍ଧା ରାଜ୍ୟରେ ଶକ୍ତିଶ୍ରୀ କେନ୍ଦ୍ର ସ୍ଥାପନ

    ଭୁବନେଶ୍ଵର: ଉଚ୍ଚଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ବିଶ୍ଵବିଦ୍ୟାଳୟ ଓ ମହାବିଦ୍ୟାଳୟରେ ଶକ୍ତିଶ୍ରୀ ସଶକ୍ତୀକରଣ କେନ୍ଦ୍ର ପ୍ରତିଷ୍ଠା କରାଯିବ। ଶକ୍ତିଶ୍ରୀ କେନ୍ଦ୍ର ସ୍ଥାପନ କରିବା ସହ ଶକ୍ତିଶ୍ରୀ ସାଥୀ ଉଚ୍ଚ ଶିକ୍ଷାନୁଷ୍ଠାନରେ ନିଯୁକ୍ତି କରିବାକୁ ବିଭାଗର ନିର୍ଦେଶକ କାଳୀପ୍ରସନ୍ନ ମହାପାତ୍ର ସମସ୍ତ…

    ରାଜ୍ୟରେ ୨୦ଟି ନୂଆ ସାଇବର ଥାନା ପ୍ରତିଷ୍ଠା ହେବ

    ଭୁବନେଶ୍ଵର:ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ ସାଇବର ଓ ଅଥନୈତିକ ଅପରାଧ ରୋକିବାକୁ ୨୦ଟି ନୂଆ ଥାନା ପ୍ରତିଷ୍ଠା କରାଯିବ। ଏନେଇ ରାଜ୍ୟ ଗୃହ ବିଭାଗ ପକ୍ଷରୁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନିର୍ଦେଶ କ୍ରମେ ଗୃହ…

    Leave a Reply

    Your email address will not be published. Required fields are marked *

    You Missed

    ରାଜଧାନୀରେ ଘରୋଇ ହସ୍ପିଟାଲରେ ଡ୍ୟୁଟି ସମୟରେ ଜଣେ ନର୍ସଙ୍କ ସନ୍ଦେହଜନକ ମୃତ୍ୟୁ

    ଏ.ଜି. ଛକରେ ସିରିଜ ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ଚାଳକ, ଯାତ୍ରୀ ଗୁରୁତର

    ୪୪ ହଜାର ଶିକ୍ଷକ ପଦବୀ ପୂରଣ ନିଷ୍ପତ୍ତି ପ୍ରତ୍ୟାହାର

    ରାକ୍ଷୀ ପୂର୍ଣ୍ଣିମାରେ ସୁଭଦ୍ରା ହିତାଧିକାରୀଙ୍କୁ ମିଳିବ ତୃତୀୟ କିସ୍ତି

    ୧୨ରୁ ରାଜ୍ୟବ୍ୟାପୀ କୃମିନାଶକ ଔଷଧ ଓ ଭିଟାମିନ-ଏ ଅଭିଯାନ

    ୨୫ ତାରିଖ ସୁଦ୍ଧା ରାଜ୍ୟରେ ଶକ୍ତିଶ୍ରୀ କେନ୍ଦ୍ର ସ୍ଥାପନ