ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ ହରାଇ ଭାରତର ଦମଦାର ବିଜୟ ଦେଖାଯାଇଛି।

ଭାରତ ୧୯ତମ ସ୍ୱର୍ଣ୍ଣ ପଦକ ଜିତିଛି। ପୁରୁଷ କ୍ରିକେଟ୍ ଦଳ ପାକିସ୍ତାନକୁ ପରାସ୍ତ କରି ସ୍ୱର୍ଣ୍ଣ ଜିତିଛି। ଭାରତୀୟ ପୁରୁଷ କ୍ରିକେଟ ଦଳ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ୧୯ ରନରେ ପରାସ୍ତ କରି ସ୍ୱର୍ଣ୍ଣ ପଦକ ଜିତିଛି। ଏସୀୟ କ୍ରୀଡାରେ ପୁରୁଷ କ୍ରିକେଟ ଫାଇନାଲରେ ଭାରତ ୬ ୱିକେଟରେ ୨୧୧ ରନ କରିଥିଲା। ଏହା ଟି-୨୦ରେ ପାକିସ୍ତାନ ବିପକ୍ଷରେ ଭାରତର ସର୍ବାଧିକ ସ୍କୋର ଥିଲା। ଭାରତ ୧୪ ବର୍ଷର ପୁରୁଣା ରେକର୍ଡ ଭାଙ୍ଗିଥିଲା। ୨୦୧୨ରେ ଭାରତ ପାକିସ୍ତାନ ବିପକ୍ଷରେ ୧୯୨ ରନ କରିଥିଲା। ଭାରତ ପାଇଁ ଅଭିଷେକ ଶର୍ମା ଏବଂ ତିଲକ ବର୍ମା ଅର୍ଦ୍ଧଶତକ ହାସଲ କରିଥିଲେ। ଅଭିଷେକ ୨୮ ବଲ୍ ରେ ୩ ଚୌକା ଏବଂ ୭ ଛକା ସହାୟତାରେ ୬୧ ରନ କରିଥିଲେ। ତିଲକ ୨୨ ବଲ୍ ରେ ୩ ଚୌକା ଏବଂ ୪ ଛକା ସହାୟତାରେ ୫୧ ରନ କରିଥିଲେ। ଜବାବରେ ପାକିସ୍ତାନ ୨୦ ଓଭରରେ ୬ ୱିକେଟରେ ୧୯୨ ରନ କରିପାରିଥିଲା।

  • Related Posts

    ରାଜନୀତିରେ ଏଣ୍ଟ୍ରି ମାରିଲେ ପୂର୍ବତନ ସିବିଆଇ ନିର୍ଦ୍ଦେଶକ

    ପୂର୍ବତନ ସିବିଆଇ ନିର୍ଦ୍ଦେଶକ ଏମ୍‌ ନାଗେଶ୍ୱର ରାଓ ଶନିବାର ବାରାଣସୀଠାରେ ‘ସର୍ବଜନ ସନାତନ ପାର୍ଟି’ର ଜାତୀୟ ଅଧ୍ୟକ୍ଷ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏମ୍‌ ନାଗେଶ୍ୱର ରାଓ ସୁରକ୍ଷା, ଆଇନ ଶୃଙ୍ଖଳା ଏବଂ ପ୍ରଶାସନିକ କ୍ଷେତ୍ରରେ ପ୍ରାୟ ଚାରି ଦଶନ୍ଧି…

    Continue reading
    ‘ସତ୍ୟାଗ୍ରହ’ ଆରମ୍ଭ କଲେ ରାହୁଲ

    ନୂଆଦିଲ୍ଲୀ: କଂଗ୍ରେସ ନେତା ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସାରା ଦେଶର ବିକ୍ଷୋଭ ଏବଂ ଜନସାଧାରଣଙ୍କ ଅଭିଯୋଗଗୁଡ଼ିକୁ ଏକାଠି କରିବା ପାଇଁ ‘ସତ୍ୟାଗ୍ରହ’ ନାମକ ଏକ ଡିଜିଟାଲ ପ୍ଲାଟ୍‌ଫର୍ମ ଶୁଭାରମ୍ଭ କରିଛନ୍ତି। ‘X’ରେ ଏକ ପୋଷ୍ଟ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ