
କଟକ:ଡାକ୍ତରଖାନାରେ ରୋଗୀଙ୍କୁ ଦିଆଯାଉଥିବା ଖାଦ୍ୟରୁ ବେଙ୍ଗ ବାହାରିବା ଘଟଣା ଏବେ ସାମ୍ନାକୁ ଆସିଛି। ତେବେ ଏହି ଖାଦ୍ୟ ଏସ୍ସିବି ମେଡିକାଲ ପରିସରରେ ଥିବା ଏକ କ୍ୟାଣ୍ଟିନର ବୋଲି କୁହାଯାଉଛି। ମେଡିକାଲରେ ଜଣେ ରୋଗୀଙ୍କ ଖାଦ୍ୟରେ ଥିବା ଆଚାରରୁ ବେଙ୍ଗ ବାହାରିଥିବାବେଳେ ଏହାର ଫଟୋ, ଭିଡିଓ ଏବେ ସାମାଜିକ ଗଣମାଧ୍ୟମରେ ବେଶ୍ ଭାଇରାଲ ହେବା ପରେ ଚର୍ଚ୍ଚା ବଢ଼ିଛି। ମେଡିକାଲ କର୍ତ୍ତୃପକ୍ଷଙ୍କୁ ଏନେଇ କୌଣସି ଅଭିଯୋଗ କରାଯାଇ ନ ଥିବାବେଳେ ମେଡିକାଲ କର୍ତ୍ତୃପକ୍ଷଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।
ଅନୁଯାୟୀ, ଏସ୍ସିବିରେ ଭର୍ତ୍ତି ହୋଇଥିବା ରୋଗୀଙ୍କ ନିମନ୍ତେ ସକାଳ, ମଧ୍ୟାହ୍ନ ଓ ରାତିର ଖାଦ୍ୟ ମେଡିକାଲ ପକ୍ଷରୁ ଯୋଗାଇ ଦିଆଯାଇଥାଏ। ଏକ ଘରୋଇ ସଂସ୍ଥା ତିନି ପର୍ୟ୍ୟାୟରେ ପ୍ରାୟ ୧୨୦୦ ରୋଗୀଙ୍କ ନିମନ୍ତେ ଖାଦ୍ୟ ପ୍ରସ୍ତୁତ କରିଥାଏ। ଏହାକୁ ବାଦ୍ ଦେଲେ ମେଡିକାଲ ପରିସରରେ ଗୋଟିଏ ଆହାର କେନ୍ଦ୍ର ସମେତ ଦୁଇଟି କ୍ୟାଣ୍ଟିନ ରହିଛି, ଯେଉଁଠାରେ ରୋଗୀ ଓ ସମ୍ପର୍କୀୟ, ଡାକ୍ତର ଏବଂ କର୍ମଚାରୀ ମଧ୍ୟ ଖାଦ୍ୟ ଖାଇଥାନ୍ତି।




