ଓଏଏସ୍ ଅଫିସରଙ୍କ ବିରୋଧରେ ସାଙ୍ଗାତିକ ଅଭିଯୋଗ ଆଣିଲେ ପତ୍ନୀ

ଭୁବନେଶ୍ବର: ଓଏଏସ୍ ଅଫିସର ସାର୍ଥକ ସୌରଭ ମହାପାତ୍ରଙ୍କ ବିରୋଧରେ ସାଙ୍ଗାତିକ ଅଭିଯୋଗ ଆଣିଲେ ପତ୍ନୀ । ବିବାହ ପରେ ବଦଳି ଗଲେ ଓଏଏସ୍ ଅଫିସର। ପତ୍ନୀଙ୍କୁ ଦେଉଥିଲେ ନିର୍ଯାତନା । ମାନସିକ ଓ ଶାରୀରିକ ନିର୍ଯାତନା ସହ ପରିବାର ସହ ମିଶି ନିଷ୍ଠୁର ଭାବେ ଅତ୍ୟାଚାର କରୁଥିଲେ । ପୁଅ ଜନ୍ମ ହେବା ପରେ ଉଭୟଙ୍କୁ ଗ୍ରହଣ କରିବାକୁ ଅମଙ୍ଗ ହେବାରୁ ଶେଷରେ ଥାନାର ଦ୍ବାରସ୍ଥ ହେଲେ ପତ୍ନୀ । ଏନେଇ ମହିଳା ଥାନାରେ ଅଭିଯୋଗ ପରେ OAS ଅଫିସରଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ ।ଓଏଏସ୍ ଅଫିସରଙ୍କ ପତ୍ନୀ ଅର୍ଚ୍ଚନା ଦାସ ଅଭିଯୋଗ କରିଛନ୍ତି ଯେ ଗତ 2021ମସିହାରେ ଉଭୟଙ୍କ ବିବାହ ହୋଇଥିଲା । ବିବାହର କିଛି ଦିନ ପରେ ସ୍ବାମୀଙ୍କର ଆଚାର ବ୍ୟବହାରରେ ପରିବର୍ତ୍ତନ ହୋଇଯାଇଥିଲା । ଆଗ ଭଳି ପତ୍ନୀଙ୍କ ପ୍ରତି ଆଉ ଭାବ ରହିଲାନି । ଏନେଇ ଉଭୟଙ୍କ ମଧ୍ୟରେ ମଧ୍ୟ ଫାଟ ସୃଷ୍ଟି ହେଲା । କିଛି ଦିନ ହେବ ଏନେଇ ତାଙ୍କୁ ମାନସୀକ ଚାପ ଦେବା ସହ ଶାରିରୀକ ଅତ୍ୟାଚାର ମଧ୍ୟ ଆରମ୍ଭ କରିଥିଲେ। ଏପରିକି ଅନେକ ପ୍ରକାର ଘରୋଇ ହିଂସା କାର୍ଯ୍ୟ କରିବା ସହ ତାଙ୍କର ପରିବାରର ସଦସ୍ୟ ମିଶି ତାଙ୍କୁ ଏକ ପ୍ରକାର ନିର୍ଯାତନା ଦେଉଥିଲେ। ଏନେଇ ଉଭୟ ସ୍ବାମୀ ସ୍ତ୍ରୀ ମଧ୍ୟ ଏହି ନିର୍ଯାତନା ନେଇ ଆପୋଷ ବୁଝାମଣା ପାଇଁ ଚେଷ୍ଟା କରିଥିଲେ । ଗତ ମେ ମାସରେ ତାଙ୍କର ଶିଶୁପୁତ୍ର ଜନ୍ମ ହେବା ପରେ ସ୍ବାମୀ ନବଜାତକୁ ଗ୍ରହଣ କରିବାକୁ ନାରାଜ ହେଲେ। ସ୍ବାମୀ ନବଜାତ ଶିଶୁ ପ୍ରତି ନିଷ୍ଠୁରତା, ଦାୟିତ୍ୱ ଇଚ୍ଛାକୃତ ଭାବରେ ଅବହେଳା କରିବା ସହ ପରିତ୍ୟାଗ କରିବା ଓ ମାନସିକ ନିର୍ଯ୍ୟାତନା ଦେବା ଅଭିଯୋଗ କରିଛନ୍ତି।ଏନେଇ ମହିଳା ଥାନାରେ ଦ୍ବାରସ୍ତ ପତ୍ନୀ ନିଜେ ତାଙ୍କ ସ୍ବାମୀ ସାର୍ଥକ ସୌରଭ ମହାପାତ୍ରଙ୍କ ନାଁରେ ଓକିଲଙ୍କ ଜରିଆରେ ଲିଖିତ ଭାବେ ଅଭିଯୋଗ କରିଛନ୍ତି । ସାର୍ଥକ ସୌରଭ ମହାପାତ୍ର ଜଣେ OAS ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି । ସେ OSDMAରେ କାର୍ଯ୍ୟରତ DGM ଭାବେ ଦାୟିତ୍ବ ତୁଲାଉଛନ୍ତି । ଅଭିଯୋଗ ଆଣିଥିବା ତାଙ୍କ ପତ୍ନୀ ମଧ୍ୟ ଜଣେ ସରକାରୀ କର୍ମଚାରୀ ସେ ମଧ୍ୟ ପାନୀୟ ଜଳ ବିଭାଗରେ ସହକାରୀ ନିର୍ବାହୀ ଯନ୍ତ୍ରୀ ଭାବରେ କାର୍ଯ୍ୟ କରନ୍ତି। ଉଭୟଙ୍କ ଘର ଭୁବନେଶ୍ୱର। ପରିବାରର ସହମତିରେ ଉଭୟଙ୍କ ବାହାଘର ହୋଇଥିଲା।ଏନେଇ ପତ୍ନୀ ଅର୍ଚ୍ଚନା ଦାସ କହିଛନ୍ତି, ” ମେ 7ରେ ହସ୍ପିଟାଲରରେ ଶିଶୁପୁତ୍ର ଜନ୍ମ ହୋଇଥିଲା । ନବଜାତ ପୁଅକୁ ସ୍ବାମୀ ସାର୍ଥକ ଗ୍ରହଣ କରୁନାହାନ୍ତି । ହସ୍ପିଟାଲ ବେଡ଼ରେ ନବଜାତ ଶିଶୁ ଓ ସ୍ତ୍ରୀ ଙ୍କୁ ଛାଡି ଚାଲିଯାଇଥିଲେ ସ୍ୱାମୀ । ହସ୍ପିଟାଲରୁ ନିଜେ ମୋତେ ଡିସ୍ଚାର୍ଜ ହୋଇ ଘରକୁ ଆସିବାକୁ ପଡିଥିଲା । ଶିଶୁ ଜନ୍ମହେବାର 3 ମାସ ହୋଇଯାଇଥିଲେ ମଧ୍ୟ ଦେଖା କରୁନଥିବା ସହ କୌଣସି ସହଯୋଗ କରୁନାହାନ୍ତି ।”ପୋଲିସ ଅଭିଯୋଗକୁ ଆଧାରକରି ମହିଳା ଥାନା ଏକ ମାମଲା ରୁଜୁ କରିଛି ।

  • Related Posts

    ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ

    ମାଲକାନଗିରି : ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ। ମାଲକାନଗିରି ଆଦର୍ଶ ଥାନା ଅନ୍ତର୍ଗତ କାଞ୍ଚଲୱାଡା ଗ୍ରାମରେ ପାରିବାରିକ କଳହରୁ ହତ୍ୟା ହୋଇଛି। ସ୍ୱାମୀ ବୁଦୁରା ମାଢିଙ୍କ ଟାଙ୍ଗିଆ ଆକ୍ରମଣରେ ସ୍ତ୍ରୀ ଦେବେ ମାଢିଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମାଲକାନଗିରି ଆଦର୍ଶ…

    Continue reading
    ସର୍କିଟ ହାଉସରୁ ବନ୍ଧୁକ ଜବତ, ୨ଗିରଫ

    ରାଉରକେଲା: ପାନପୋଷ ସର୍କିଟ ହାଉସରୁ ରଘୁନାଥପାଲି ପୁଲିସ ବନ୍ଧୁକ ଜବତ କରିଛିl ଏହି ଘଟଣାରେ ପୁଲିସ ଦୁଇ ଯୁବକଙ୍କୁ ଗିରଫ କରିଛି l ଜଣେ ରାଉରକେଲା ପ୍ଲାଣ୍ଟସାଇଟ ଅଞ୍ଚଳର ଓ ଅନ୍ୟ ଜଣେ ବ୍ରହ୍ମପୁରର l ସହର ଜଣେ ଯୁବ ବିଜେପି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ