ଓକାକକୁ ମିଳିଲା ଦୁଇଟି ସମ୍ମାନଜନକ ପୁରସ୍କାର

ଭୁବନେଶ୍ଵର୫: ଓଡ଼ିଶା ସରକାରଙ୍କ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗର ବୈଷୟିକ ଶାଖା ଓଡ଼ିଶା କମ୍ପ୍ୟୁଟର ପ୍ରୟୋଗ କେନ୍ଦ୍ର (ଓକାକ) କୁ ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (ୟୁଆଇଡିଏଆଇ) ପକ୍ଷରୁ ନୂଆଦିଲ୍ଲୀରେ ଆୟୋଜିତ ଆଧାର ସମ୍ବାଦ ୨୦୨୫ କାର୍ୟ୍ୟକ୍ରମରେ ଦୁଇଟି ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି।

ରେଜିଷ୍ଟ୍ରାର ଭାବେ ଆଧାର ପଞ୍ଜୀକରଣରେ ବିଶେଷ ଉପଲବ୍ଧି ହାସଲ କରିଥିବାରୁ ଓକାକକୁ ପ୍ରଥମ ପୁରସ୍କାରଟି ପ୍ରଦାନ କରାଯାଇଥିଲା। ସମଗ୍ର ଓଡ଼ିଶାରେ ୟୁଆଇଡିଏଆଇ ସ୍ଥିରୀକୃତ ମାନଦଣ୍ଡ ଅନୁଯାୟୀ ତ୍ରୁଟିମୁକ୍ତ ଏବଂ ନାଗରିକ ଅନୁକୂଳ ପଞ୍ଜିକରଣ ସେବା ଓ ସୁବିଧା ସୁନିଶ୍ଚିତ କରି ଓକାକ ଏହି ସ୍ୱୀକୃତି ପାଇପାରିଛି ।
ଦ୍ବିତୀୟ ପୁରସ୍କାର ରାଜ୍ୟ ପ୍ରମାଣୀକରଣ ଉପଭୋକ୍ତା ଏଜେନ୍ସି (ଏୟୁଏ) ଭାବରେ ଓକାକର ଗୁରୁତ୍ୱପୂର୍ଣ୍ଣ ଭୂମିକାକୁ ସ୍ୱୀକୃତି । ଓକାକ ପ୍ରକୃତ ସମୟ ଆଧାର ପ୍ରମାଣୀକରଣ ପାଇଁ ଏକ ସୁରକ୍ଷିତ, ଦକ୍ଷ ଏବଂ ବିଶ୍ୱସନୀୟ ପ୍ଲାଟଫର୍ମର ସୁବିଧା ପ୍ରଦାନ କରିଆସିଛି। ବିଭିନ୍ନ ସରକାରୀ ସେବାଗୁଡିକର ନିରବଚ୍ଛିନ୍ନ ବିତରଣକୁ ଓକାକ ସକ୍ଷମ କରିଆସିଛି । ଉଲ୍ଲେଖଯୋଗ୍ୟ ଯେ, ସମୟର ଆବଶ୍ୟକତା ଅନୁଯାୟୀ ବୈଷୟିକ ଉଦ୍ଭାବନ, ସର୍ବୋତ୍ତମ ପ୍ରୟାସ ଏବଂ ୟୁଆଇଡିଏଆଇ ସହ ନିରନ୍ତର ସହଯୋଗ ମାଧ୍ୟମରେ ଓଡ଼ିଶାରେ ଆଧାର ଇକୋସିଷ୍ଟମକୁ ସୁଦୃଢ଼ କରିବା ପାଇଁ ଓକାକ ସହ ସମ୍ପୃକ୍ତ ସମସ୍ତଙ୍କର ନିରନ୍ତର ଓ ଉତ୍ସର୍ଗୀକୃତ ପ୍ରୟାସକୁ ଏହି ସମ୍ମାନଗୁଡିକ ପ୍ରତିଫଳିତ କରୁଛି । କେନ୍ଦ୍ର ଇଲେକ୍ଟ୍ରୋନିକ୍ସ ଓ ଆଇଟି ଏବଂ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ୟୁଆଇଡିଏଆଇର ସିଇଓ ଏବଂ ଅନ୍ୟ ସମ୍ମାନିତ ଅତିଥିମାନଙ୍କ ଉପସ୍ଥିତିରେ ଆୟୋଜିତ ଉତ୍ସବରେ ଓକାକ ତରଫରୁ ମୁଖ୍ୟ କାର୍ୟ୍ୟନିର୍ବାହୀ ଡ. ପ୍ରଦୀପ ରାଉତ ଏହି ପୁରସ୍କାର ଗ୍ରହଣ କରିଥିଲେ।

  • Related Posts

    ଓଏମସି ପୁରୀ କୋଷ୍ଟାଲ ମାରାଥନ୍ର ପ୍ରଚାର ପାଇଁ ପ୍ରୋମୋ ରନ୍

    ଭୁବନେଶ୍ୱର: ଡିସେମ୍ବର ୧୩ ତାରିଖରେ ପୁରୀରେ ଅନୁଷ୍ଠିତ ହେବାକୁ ଥିବା ଭବ୍ୟ ‘ଓଏମ୍‌ସି ପୁରୀ କୋଷ୍ଟାଲ ମାରାଥନ୍ ୨୦୨୬’ ପୂର୍ବରୁ ଆଜି ଭୁବନେଶ୍ୱରରେ ଏକ ଉତ୍ସାହଜନକ ପ୍ରୋମୋ ରନ୍ ଆୟୋଜିତ ହୋଇଯାଇଛି। ଏହି ପ୍ରୋମୋ ରନକୁ ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ…

    Continue reading
    ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ: ମୁଖ୍ୟମନ୍ତ୍ରୀ

    ଡେଡ୍‌‌ଲାଇନ୍ ୨୦୨୯ ସୁଦ୍ଧା ଦେଶକୁ ନିଶାମୁକ୍ତ କରିବା ପାଇଁ ଓଡ଼ିଶା ପ୍ରତିବଦ୍ଧ ​ନିଶାକୁ ନାଁ, ଜୀବନକୁ ହଁ—ଜୀବନ ଜିଇଁବାର ପ୍ରକୃତ ଶିକ୍ଷା ନିଅନ୍ତୁ – ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର:ସ୍ଥାନୀୟ ରେଳ ଅଡିଟୋରିଅମଠାରେ କମିଶନରେଟ୍ ପୋଲିସ, ଆଜି ଆୟୋଜନ କରିଥିବା ଜନସଚେତନତା କାର୍ଯ୍ୟକ୍ରମ ‘ଜୀବନ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ