congress target bjp ଓଡ଼ିଶାର ସମ୍ପତ୍ତି ଓଡିଶା ଲୋକଙ୍କ ହାତରେ ରହୁ : କଂଗ୍ରେସ

ଭୁବନେଶ୍ୱର; ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରକୁ ଦୀର୍ଘମିଆଦି PPP ମାଧ୍ୟମରେ ଘରୋଇ ଅପରେଟରଙ୍କୁ ଦେବା ପ୍ରକ୍ରିୟାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ ଦୃଢ଼ ବିରୋଧ କରିଛି। ଆଜି ଓପିସିସି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ଡ. ମନୀଷା ଦାସ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି,ଯେଉଁ ସରକାରୀ ସମ୍ପତ୍ତିର ଯାତ୍ରୀ ସଂଖ୍ୟା, ରାଜସ୍ୱ ଓ ଗୁରୁତ୍ୱ କ୍ରମାଗତ ଭାବେ ବଢ଼ୁଛି, ତାହାକୁ ୫୦ ବର୍ଷ ପାଇଁ ଘରୋଇ ନିୟନ୍ତ୍ରଣକୁ ଦେବାର ଆବଶ୍ୟକତା କ’ଣ?

୨୦୨୪-୨୫ରେ ବିମାନବନ୍ଦର ପ୍ରାୟ ୪୮.୩୯ ଲକ୍ଷ ଯାତ୍ରୀ, ୩୭,୨୦୫ ଏୟାରକ୍ରାଫ୍ଟ ଓ ୯,୦୮୬ ମେଟ୍ରିକ୍ ଟନ କାର୍ଗୋ ହ୍ୟାଣ୍ଡଲ କରିଛି। ୨୦୨୨-୨୩ରେ ଏହାର ଏରୋନୋଟିକାଲ୍ ରେଭେନ୍ୟୁ ₹୧୦୮.୪୦ କୋଟି ଥିଲା ଏବଂ ବିମାନବନ୍ଦର ଭଲ ଲାଭ ମଧ୍ୟ କରିଥିଲା। ଏପରି ବଢ଼ୁଥିବା ଜନତାଙ୍କ ସମ୍ପତ୍ତିର ଭବିଷ୍ୟତ ରାଜସ୍ୱ କାହିଁକି ଘରୋଇ ପରିଚାଳନା କୁ ଦିଆଯିବ ବୋଲି ଡ.ପଟ୍ଟନାୟକ ପ୍ରଶ୍ନ କରିଥିଲେ।

କଂଗ୍ରେସ ଦାବି କରିଛି ଯେ ବିମାନ ବନ୍ଦରର ସମ୍ପୂର୍ଣ୍ଣ ଭ୍ୟାଲୁଏସନ, କନ୍ସେସନ ଫି, ରାଜସ୍ୱ ଭାଗ-ମାପ, ଭବିଷ୍ୟତ ଆକଳନ ରାଜସ୍ୱ ଓ ନିଲାମି ପ୍ରକ୍ରିୟା ମାପଦଣ୍ଡ ସାର୍ବଜନୀନ କରାଯାଉ। ବିକାଶ ଓ ଆଧୁନିକୀକରଣ ଆବଶ୍ୟକ ହେଲେ ଏଏଆଇ ମାଧ୍ୟମରେ କରାଯାଉ, ଘରୋଇକରଣ ନୁହେଁ। ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ଓଡ଼ିଶାର ସମ୍ପତ୍ତି ଏବଂ ଏହାର ଭବିଷ୍ୟତ ଲାଭ ଓଡ଼ିଶାର ଲୋକଙ୍କ ସ୍ୱାର୍ଥରେ ସୁରକ୍ଷିତ ରହିବା ଦରକାର ବୋଲି କଂଗ୍ରେସ କହିବା ସହିତ ଏ ଘରୋଇକରଣ ପ୍ରସ୍ତାବକୁ ତୁରନ୍ତ ବାତିଲ କରିବା ପାଇଁ ଦୃଢ଼ ଦାବି କରିଛି। ଏହି ସାମ୍ବାଦିକ ସମ୍ମିଳନୀରେ ଓପିସିସି ବରିଷ୍ଠ ମୁଖପାତ୍ର ସୋନାଲି ସାହୁ ଉପସ୍ଥିତ ଥିଲେ l

  • Related Posts

    bjd target bjp ଓଡିଆ ଅସ୍ମିତାର ଦ୍ୱାହି ଦେଇ ବିଜେପି ଓଡ଼ିଶାକୁ ଲୁଟିବାରେ ଲାଗିଛି: ବିଜେଡି

    ଭୁବନେଶ୍ୱର: ଓଡିଆ ଅସ୍ମିତାର ଦ୍ୱାହି ଦେଇ କ୍ଷମତାକୁ ଆସିଥିବା ବିଜେପି ଓଡ଼ିଶାକୁ ଲୁଟିବାରେ ଲାଗିଛି । ଏମଏମଡିଆର ଆମେଣ୍ଡମେଣ୍ଟ ଆକ୍ଟ ଦ୍ୱାରା ଓଡିଶାବାସୀଙ୍କ ହକ୍କୁ କେନ୍ଦ୍ର ସରକାର ଛଡ଼ାଇ ନେଇଛନ୍ତି । ଓଡ଼ିଶାବାସୀଙ୍କ ସ୍ୱାର୍ଥକୁ ଅଣଦେଖା କରି ଖଣି ମାଲିକଙ୍କ ଏଜେଣ୍ଟ…

    Continue reading
    congress ଓଡ଼ିଶା ଅସ୍ମିତା କଥା କହୁଥିବା ରାଜନୈତିକ ଦଳ ଓଡ଼ିଶାବାସୀଙ୍କ ସ୍ୱାର୍ଥ ରକ୍ଷା କରିବା ପାଇଁ ଆଗଭର ହୁଅନ୍ତୁ:କଂଗ୍ରେସ

    ଭୁବନେଶ୍ୱର : ଓଡିଶା ଅସ୍ମିତାକୁ ଗୁରୁତ୍ୱ ଦେଉଥିବା ବିଜେପି ଖଣି ଅଧିନିୟମ ସଂଶୋଧନ ଆଇନ ଓଡ଼ିଆ ସ୍ୱାର୍ଥ ବିରୋଧି ହୋଇଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀ, ସଂସଦ ସଦସ୍ୟ ଓ କେନ୍ଦ୍ରମନ୍ତ୍ରୀମାନେ ଏହି ସଂଶୋଧନକୁ ପ୍ରତ୍ୟାହାର କରିବା ପାଇଁ ସରକାରଙ୍କ ଠାରେ ଦାବୀ କରିବା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ