ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ୨୦୨୬ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ଓଡ଼ିଶାର କ୍ରୀଡ଼ା ଇତିହାସରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି।କଟକର ଐତିହାସିକ ବାରବାଟୀ ଷ୍ଟାଡିଅମଠାରେ ‘ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ୨୦୨୬’ର ଶୁଭାରମ୍ଭ ହୋଇଯାଇଛି ।ମୁଖ୍ୟମନ୍ତ୍ରୀ ଟ୍ରଫିରେ ଫୁଟବଲ, ଖୋ-ଖୋ, କବାଡ଼ି ଓ ଭଲିବଲ ପରେ ଏବେ କ୍ରିକେଟ୍ ପଞ୍ଚମ କ୍ରୀଡ଼ା ଭାବେ ସାମିଲ ହୋଇଛି, ଯାହା ଆମ ୩୦ଟି ଜିଲ୍ଲାରେ ଥିବା ଗ୍ରାମୀଣ କ୍ରିକେଟ୍ ପ୍ରତିଭାଙ୍କୁ ଚିହ୍ନଟ କରିବା ସହିତ ସେମାନଙ୍କୁ ନିଜ ଦକ୍ଷତା ପ୍ରଦର୍ଶନର ଏକ ନୂଆ ଓ ବଡ଼ ମଞ୍ଚ ପ୍ରଦାନ କରିବ,” ବୋଲି ଆଜି କଟକର ଐତିହାସିକ ବାରବାଟୀ ଷ୍ଟାଡିଅମଠାରେ ‘ଓଡ଼ିଶା ଟି-୨୦ ଲିଗ୍ ସିଏମ୍ ଟ୍ରଫି ୨୦୨୬’ର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କହିଛନ୍ତି । ଖେଳ ଏବେ କେବଳ କ୍ରୀଡ଼ା ପ୍ରତିଯୋଗିତା ମଧ୍ୟରେ ସୀମିତ ନରହି ଏକ ସଫଳ କ୍ୟାରିୟରର ମାଧ୍ୟମ ପାଲଟିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତ ଗୋଟିଏ ଦଶନ୍ଧି ମଧ୍ୟରେ ଭାରତର କ୍ରୀଡ଼ା ଦୃଶ୍ୟପଟ୍ଟ ସମ୍ପୂର୍ଣ୍ଣ ବଦଳିଯାଇଛି । ଆଜିର ଟି-୨୦ ଏବଂ ଲିଗ୍ କ୍ରିକେଟ୍ ଯୁଗରେ ଯୁବ ଖେଳାଳିଙ୍କ ପାଇଁ ଅନେକ ସୁଯୋଗ ସୃଷ୍ଟି ହୋଇଛି। ଏହି ଲିଗ୍‌ରେ ପ୍ରସିଦ୍ଧ ଭାରତୀୟ କ୍ରିକେଟର ସୁରେଶ ରାଇନା ଏବଂ ଓଡ଼ିଶାର ‘ସ୍ୱିଙ୍ଗ ମାଷ୍ଟର’ ଦେବାଶିଷ ମହାନ୍ତି ଆମ୍ବାସାଡର ଭାବେ ଯୋଡ଼ି ହୋଇଥିବାରୁ ଏହା ଯୁବ ଖେଳାଳିଙ୍କୁ ପ୍ରେରଣା ଦେବ। ରାଜ୍ୟରେ ପ୍ରତିଭା ଓ ଭିତ୍ତିଭୂମିର ଅଭାବ ନାହିଁ, ତେଣୁ ଚୟନକର୍ତ୍ତାମାନେ ସଠିକ୍ ପ୍ରତିଭାକୁ ଚିହ୍ନଟ କରି ଆଗାମୀ ଦିନରେ ଓଡ଼ିଶାରୁ ଆହୁରି ଅନେକ ଜାତୀୟ ଓ ଆଇପିଏଲ୍ ଖେଳାଳି ସୃଷ୍ଟି କରିବେ ବୋଲି ସେ ବିଶ୍ୱାସ ପ୍ରକାଶ କରିଛନ୍ତି।
ସେ ଆହୁରି କହିଛନ୍ତି ଯେ ରାଜ୍ୟରେ କ୍ରୀଡ଼ା ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ସରକାର ସମସ୍ତ ୩୧୪ଟି ବ୍ଲକରେ ୪,୧୨୪ କୋଟି ଟଙ୍କା ବ୍ୟୟରେ ଅତ୍ୟାଧୁନିକ ଷ୍ଟାଡିୟମ ନିର୍ମାଣ କରୁଛନ୍ତି। ଏହା ସହିତ ଭୁବନେଶ୍ୱରର ଗୋଠପାଟଣାଠାରେ ଏକ ହାଇ-ଟେକ୍ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ପ୍ରତିଷ୍ଠା କରାଯିବ। ବାରବାଟୀ ଷ୍ଟାଡିୟମର ସମ୍ପୂର୍ଣ୍ଣ ନବୀକରଣ କରାଯାଇ ଏହାକୁ ଦେଶର ଶ୍ରେଷ୍ଠ କ୍ରୀଡ଼ା ଭେନ୍ୟୁରେ ପରିଣତ କରିବା ପାଇଁ ସରକାର ସଙ୍କଳ୍ପବଦ୍ଧ। ଓଡ଼ିଶା କ୍ରିକେଟ୍ ଆସୋସିଏସନ୍ ର under -14 କ୍ରିକେଟ୍ ଏକାଡେମୀ ପ୍ରତିଷ୍ଠା ଉଦ୍ୟମକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ଲିଗ୍‌ରେ ଭାଗ ନେଇଥିବା ସମସ୍ତ ୬ଟି ଦଳ, ଅଧିନାୟକ, ପ୍ରଶିକ୍ଷକ ଓ କ୍ରୀଡ଼ାପ୍ରେମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
ଏହି ଅବସରରେ ପୂର୍ବତନ ଭାରତୀୟ ଅନ୍ତର୍ଜାତୀୟ କ୍ରିକେଟର ଶ୍ରୀ ସୁରେଶ ରାଇନା କହିଛନ୍ତି ଯେ, ସେ ଶେଷ ଥର ପାଇଁ କଟକର ବାରବାଟୀ ଷ୍ଟାଡିୟମରେ ଶ୍ରୀଲଙ୍କା ବିପକ୍ଷରେ ଭାରତୀୟ ଦଳର ପ୍ରତିନିଧିତ୍ୱ କରିବା ଅବସରରେ ଓଡ଼ିଶା ଆସିଥିଲେ। ଓଡ଼ିଶା ସରକାରଙ୍କ ଏହି ପଦକ୍ଷେପ ପ୍ରକୃତରେ ପ୍ରଶଂସନୀୟ। ଏହା ନିଶ୍ଚିତ ଭାବରେ ଖେଳାଳିମାନଙ୍କୁ କ୍ରିକେଟ ଖେଳ ପ୍ରତି ସେମାନଙ୍କର ଭଲପାଇବା ପ୍ରକାଶ କରିବା ଏବଂ କ୍ରୀଡ଼ାକୁ ଆପଣାଇବା ପାଇଁ ଉତ୍ସାହିତ କରିବ।ଏହି ଉଦ୍‌ଘାଟନୀ ସମାରୋହରେ ଶାସକ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ କୁମାର ପ୍ରଧାନ , ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍‌ଦୋସ୍, କଟକ ସଦର ବିଧାୟକ ଶ୍ରୀ ପ୍ରକାଶ ଚନ୍ଦ୍ର ସେଠୀ, କଟକ ଚୌଦ୍ୱାର ବିଧାୟକ ଶ୍ରୀ ସୌଭିକ ବିଶ୍ୱାଳ, ଅନୁଗୁଳ ବିଧାୟକ ତଥା ଓସିଏ ଆପେକ୍ସ କାଉନସିଲ ସଦସ୍ୟ ଶ୍ରୀ ପ୍ରତାପ ଚନ୍ଦ୍ର ପ୍ରଧାନ, ତିର୍ତ୍ତୋଲ ବିଧାୟକ ଶ୍ରୀ ରମାକାନ୍ତ ଭୋଇ, ଓଡ଼ିଶା ଫୁଟବଲ ଆସୋସିଏସନର ସମ୍ପାଦକ ଏବଂ ଓଡ଼ିଶା ଆଥଲେଟିକ୍ ଆସୋସିଏସନର ଅଧ୍ୟକ୍ଷ ଡକ୍ଟର ଆଶୀର୍ବାଦ ବେହେରା, ପୂର୍ବତନ କ୍ରିକେଟର ଶ୍ରୀ ଦେବାଶିଷ ମହାନ୍ତି, ଓଡ଼ିଶା କ୍ରିକେଟ୍ ଆସୋସିଏସନ୍‌ର ସଭାପତି ଶ୍ରୀ ପଙ୍କଜ ଲୋଚନ ମହାନ୍ତି, ଉପ-ସଭାପତି ଶ୍ରୀ ଜଗମୋହନ ପଟ୍ଟନାୟକ, ସମ୍ପାଦକ ଶ୍ରୀ ସଞ୍ଜୟ ବେହେରାଙ୍କ ସମେତ OCAର ଅନ୍ୟାନ୍ୟ ସଦସ୍ୟ, ପ୍ରଶିକ୍ଷକ, ଖେଳାଳି ଓ ବିଶିଷ୍ଟ ଅତିଥିବୃନ୍ଦ ଉପସ୍ଥିତ ଥିଲେ।

  • Related Posts

    ବେଗୁନିଆ କାହା ମାମୁଁ ଘର ? ଅଟ୍ରିରେ ପ୍ରଦୀପ ଓ ପ୍ରଶାନ୍ତ ମୁହାଁମୁହିଁ

    ଖୋର୍ଦ୍ଧା : ବେଗୁନିଆ ବୋଲଗଡ ନିର୍ବାଚନମଣ୍ଡଳୀ କାହା ଘର ? ବର୍ତ୍ତମାନ ବିଧାୟକ ପ୍ରଦୀପ ସାହୁଙ୍କର ନା ପୂର୍ବତନ ବିଧାୟକ ତଥା ବର୍ତ୍ତମାନ ଖୋର୍ଦ୍ଧା ବିଧାୟକ ପ୍ରଶାନ୍ତ ଜଗଦ୍ଦେବଙ୍କର, ତାହା ଏବେ ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି । ନିକଟରେ ବେଗୁନିଆ…

    Continue reading
    ଅମିତ ଓ ଶିଳାନନ୍ଦଙ୍କ ସହ କଥା ହୋଇ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

    ୨୦୨୬ ଏସିଆନ୍ସ ଗେମ୍ସରେ ଭାରତୀୟ ହକି ଦଳର ସ୍ୱର୍ଣ୍ଣପଦକ ଆପଣ ଉଭୟ ରାଜ୍ୟ ଓ ଦେଶ ପାଇଁ ଗର୍ବ ଓ ଗୌରବ ଅମିତଙ୍କ ଡିଫେନ୍ସିଭ୍ ଷ୍ଟାଇଲ୍ ଓ ଶିଳାନନ୍ଦଙ୍କ ଆଟାକିଙ୍ଗ୍‌ ଷ୍ଟାଇଲ୍‌ରେ ଗୋଲ୍‌ ଭାରତର ବିଜୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ