ଓଡ଼ିଶା ସରକାର ଓ ଝାପାଇଗୋ ମଧ୍ୟରେ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ପାଇଁ ଏମ୍ଓୟୁ

ଭୁବନେଶ୍ବର,16/07: ନର୍ସିଂ ସେବା, ମାତୃ ଓ ଶିଶୁ ସ୍ୱାସ୍ଥ୍ୟ, ଅଣସଂକ୍ରାମକ ରୋଗ ଚିକିତ୍ସା, ପୁଷ୍ଟିସାଧନ ଏବଂ ଜରୁରୀକାଳୀନ ପ୍ରସୂତୀ ଭଳି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ରରେ ବିଶ୍ୱ ସ୍ତରୀୟ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯୋଗାଇବା ପାଇଁ ଆଜି ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡଃ ମୁକେଶ ମହଲିଙ୍ଗଙ୍କ ଉପସ୍ଥିତିରେ ଓଡ଼ିଶା ସରକାର ଏବଂ ଜିପାଇଗୋ (ଜନ୍ ହପ୍ କିନ୍ସ ଆନ୍ତର୍ଜାତୀୟ ସ୍ତ୍ରୀ ରୋଗ, ପ୍ରସୂତୀ ଓ ସ୍ୱାସ୍ଥ୍ୟ ଶିକ୍ଷା କାର୍ଯ୍ୟକ୍ରମ) ମଧ୍ୟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଯାଇଛି। ଏ ବିଷୟରେ ସୂଚନା ଦେଇ ମନ୍ତ୍ରୀ ଡଃ ମହାଲିଙ୍ଗ କହିଥିଲେ ଯେ ବୁଝାମଣା ପତ୍ର ଦ୍ୱାରା ପାଇଗୋ ଏବଂ ରାଜ୍ୟ ସରକାରଙ୍କ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ ସହଯୋଗିତା ଓ ସହଭାଗିତା ପ୍ରତିଷ୍ଠା ହେବ। ଅଭିଜ୍ଞତା ଓ ଶିକ୍ଷାର ଆଦାନ-ପ୍ରଦାନ
ମୁଖ୍ୟତଃ ସ୍ୱାସ୍ଥ୍ୟସେବାର ବିଶ୍ଳେଷଣ, ଯୋଜନା ଓ ନୀତି ନିର୍ଦ୍ଧାରଣ କ୍ଷେତ୍ରରେ ବୈଷୟିକ ସହାୟତା, ବିଭିନ୍ନ ଜିଲ୍ଲା ଓ ରାଜ୍ୟ ମଧ୍ୟରେ ଅଭିଜ୍ଞତା ଓ ଶିକ୍ଷାର ଆଦାନ-ପ୍ରଦାନ, ବିଶ୍ୱ ସ୍ତରୀୟ ସର୍ବୋତ୍ତମ ପ୍ରଣାଳୀ ଗୁଡିକୁ ଓଡ଼ିଶାର ଆବଶ୍ୟକତା ଅନୁଯାୟୀ କର୍ଯ୍ୟାୟନ; ଏହି ଉପଲକ୍ଷେ ଲୋକସଭା ଭବନ ସଭାଗୃହ ଠାରେ ଆୟୋଜିତ ସଭାରେ ରାଜ୍ୟ ସରକାରଙ୍କ ତରଫରୁ ସ୍ୱତନ୍ତ୍ର ଶାସନ ସଚିବ ଡଃ ସନ୍ତୋଷ ମିଶ୍ର ଏବଂ ଜିପାଇଗୋଙ୍କ ତରଫରୁ ସଂସ୍ଥାର ଜାତୀୟ ନିର୍ଦ୍ଦେଶକ ଡଃ ଅମିତ୍ ଶାହ ଚୁକ୍ତି ପତ୍ରରେ ସ୍ୱାକ୍ଷର କରିଥିଲେ। ଏହି ବୁଝାମଣା ପତ୍ରର କୌଣସି ଆର୍ଥିକ ଲେଣଦେଣ ଉପରେ ପର୍ଯ୍ୟବସିତ ନୁହେଁ। ଏହା ସମ୍ପୂର୍ଣ୍ଣ ସେବା ଭିତ୍ତିକ । ବିଶ୍ୱ ସ୍ତରୀୟ ଗୁଣାତ୍ମକ ସେବା ନିମନ୍ତେ ଜ୍ଞାନ ଓ ପ୍ରାଜ୍ଞତାର ଆଦାନ-ପ୍ରଦାନ ଉପରେ ଏହି ବୁଝାମଣା ପତ୍ର ଆଧାରିତ। ରାଜ୍ୟରେ ସ୍ୱାସ୍ଥ୍ୟସେବାରେ ବିଶ୍ୱ ସ୍ତରୀୟ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ବୈଷୟିକ ପରାମର୍ଶ; ଡାକ୍ତରୀ ଶିକ୍ଷା ଓ ପ୍ରଶିକ୍ଷଣ ବ୍ୟବସ୍ଥାର ଦୃଢ଼ୀକରଣ; ପ୍ରଶିକ୍ଷକମାନଙ୍କର ଦକ୍ଷତା ବିକାଶ, ଡିଜିଟାଲ ଏବଂ ଇ-ଲର୍ନିଙ୍ଗ ପ୍ଲାଟଫର୍ମର ବ୍ୟବହାର, ସିମୁଲେଶନ ଆଦି ଏହି ସହଯୋଗିତାର ଅନ୍ତର୍ଭୁକ୍ତ। ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଶାସନ ସଚିବ ଏସ୍. ଅଶ୍ୱଥିଙ୍କ ସମେତ ବିଭାଗର ବରିଷ୍ଠ ଅଧିକାରୀ ଓ ନିର୍ଦ୍ଦେଶକମାନେ ବୁଝାମଣା ପତ୍ର ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଉପ ଶାସନ ସଚିବ ଅରୁଣା ତ୍ରିପାଠୀ ସଭା ସଂଯୋଜନା କରିବା ସହ ଧନ୍ୟବାଦ ଜ୍ଞାପନ କରିଥିଲେ।

  • Related Posts

    ଓଡ୍ରାଫ୍ ହେବ SDRF, ଜାତୀୟ ଢାଞ୍ଚାରେ ସୁଦୃଢ଼ ହେବ ରାଜ୍ୟର ବିପର୍ଯ୍ୟୟ ମୁକାବିଲା ବାହିନୀ

    ଭୁବନେଶ୍ୱର: ଓଡ଼ିଶାର ବିପର୍ଯ୍ୟୟ ମୁକାବିଲା ବ୍ୟବସ୍ଥାକୁ ଆହୁରି ଅଧିକ ଶକ୍ତିଶାଳୀ ଏବଂ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନିଆଯାଇଛି। ରାଜ୍ୟର ଅଗ୍ରଣୀ ଉଦ୍ଧାରକାରୀ ଦଳ ‘ଓଡ୍ରାଫ୍’ (Odisha Disaster Rapid Action Force – ODRAF) କୁ ଏବେ…

    Continue reading
    ଦ୍ଵିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ

    ତିଳେଇବଣି ବ୍ଲକ ସୁଗୁଡା କ୍ଲଷ୍ଟର ଗୁଣ୍ଡୁରିପୋଷି ପ୍ରାଥମିକ ବିଦ୍ୟାଳୟ ପରିସରରେ ଦ୍ଵିତୀୟ ମାସିକ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି।ସିଆରସିସି ପ୍ରାଣବନ୍ଧୁ ଘଡେଇ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଦେବଗଡ଼ ଜ଼ିଲ୍ଲା ଶିକ୍ଷା ଅଧିକାରୀ ଗେନ୍ଦେରା କୁଜୁର ମୁଖ୍ୟ ଅତିଥି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ