କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା, ପୁଅର ମଧ୍ୟ ମୃତ୍ୟୁ

ନୂଆଦିଲ୍ଲୀ; ପଶ୍ଚିମବଙ୍ଗ ନାଦିଆରେ କଂଗ୍ରେସ ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି । ଘରୁକୁ ଫେରୁଥିବା ବେଳେ ନାଦିଆ କଂଗ୍ରେସ ନେତା ଅନିସୁର ରହମାନଙ୍କ କାରକୁ ଅଟକାଇ ବନ୍ଧୁକ ଏବଂ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିଲା । ଏଥିରେ ତାଙ୍କ ପୁଅର ମଧ୍ୟ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ନାଦିଆ ଜିଲ୍ଲା କଂଗ୍ରେସ କମିଟିର ସାଧାରଣ ସମ୍ପାଦକ ଥିଲେ ଅନିସୁର ରହମାନ । ତାଙ୍କ ପୁଅ ଅବୁ ସୁଫିଆନ ଆକ୍ରମଣରେ ଆଖି ବୁଜିଛନ୍ତି । କିଛି ଲୋକ ବନ୍ଧୁକ ଏବଂ ଧାରୁଆ ଅସ୍ତ୍ରରେ ତାଙ୍କ କାର୍ ଉପରେ ଆକ୍ରମଣ କରିଥିଲେ ।

ଅନିସୁର ରହମାନ ନାକାଶିପାର ଅଞ୍ଚଳର ଜଣେ ଜଣାଶୁଣା କଂଗ୍ରେସ ନେତା ଥିଲେ । ସେ ଦୀର୍ଘଦିନ ଧରି ଦଳ ପାଇଁ ବିଭିନ୍ନ ସାଂଗଠନିକ ଦାୟିତ୍ୱ ନିର୍ବାହ କରିଥିଲେ । ଅନିସୁରଙ୍କ ହତ୍ୟା ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ସୃଷ୍ଟି ହୋଇଛି । ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ନାକାଶିପାର ପୁଲିସ ଷ୍ଟେସନର ପୁଲିସ ଘଟଣାସ୍ଥଳରେ ପହଞ୍ଚିଛନ୍ତି । କିଏ କାହିଁକି ତାଙ୍କୁ ହତ୍ୟା କଲା ତାର କାରଣ ଖୋଜା ଚାଲିଛି । ହତ୍ୟା ପଛର ଉଦ୍ଦେଶ୍ୟର ପର୍ଦ୍ଦାଫାସ୍ ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି । ଆକ୍ରମଣ ପଛରେ କିଏ ଥିଲା, ହତ୍ୟା ପଛରେ କଣ ଉଦ୍ଦେଶ୍ୟ ଥିଲା ଏବଂ ଆଉ କିଏ ଏଥିରେ ସମ୍ପୃକ୍ତ ଥାଇପାରେ ସେ ଦିଗରେ ତଦନ୍ତ ଚାଲିଛି। ବର୍ତ୍ତମାନ ନାକାସିପଡ଼ାର ଏକ ହସ୍ପିଟାଲରେ କଂଗ୍ରେସ ନେତାଙ୍କ ମୃତଦେହ ରଖାଯାଇଛି ।
ଘଟଣାସ୍ଥଳରେ ଉପସ୍ଥିତ ଜଣେ ବ୍ୟକ୍ତି କହିଛନ୍ତି, “ବାପା ଏବଂ ପୁଅ ଘରକୁ ଫେରୁଥିଲେ । ଏହି ଘଟଣାଟି ରେଳ ଫାଟକ ସମ୍ମୁଖରେ ଘଟିଥିଲା । ସେମାନଙ୍କ ଘରୁ ମାତ୍ର ୨୦୦ ମିଟର ଦୂରରେ ସେମାନଙ୍କ ଉପରେ ଭୟଙ୍କର ଆକ୍ରମଣ କରାଯାଇଥିଲା । ସେ କଂଗ୍ରେସ ପାର୍ଟି ପାଇଁ କାମ କରୁଥିଲେ । ସେ ସମସ୍ତଙ୍କ ସହିତ ରହୁଥିଲେ, ସମସ୍ତଙ୍କ ସହିତ ଛିଡ଼ା ହେଉଥିଲେ । ତାଙ୍କ ଶତ୍ରୁମାନେ ତାଙ୍କୁ ଈର୍ଷାରୁ ହତ୍ୟା କରିଛନ୍ତି । ତାଙ୍କ ପୁଅକୁ କାହିଁକି ହତ୍ୟା କରାଗଲା । “

  • Related Posts

    ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ମୋଦି

    ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ଏବଂ ପ୍ରଧାନମନ୍ତ୍ରୀ ମୋଦି ଦିଲ୍ଲୀରେ ତାଙ୍କ ସ୍ମାରକୀ ‘ସଦୈବ ଅଟଳ’…

    Continue reading
    ଇଣ୍ଡୋନେସିଆ ଭୂମିକମ୍ପ : ମୃତ୍ୟୁ ସଂଖ୍ୟା ୫୭ ଛୁଇଁଲା

    ଜାକର୍ତ୍ତା: ଦକ୍ଷିଣ-ପୂର୍ବ ଏସୀୟ ରାଷ୍ଟ୍ର ଇଣ୍ଡୋନେସିଆରେ ଗୋଟିଏ ଦିନରେ ୩ ଥର ଭୂମିକମ୍ପ ଅନୁଭୂତ ହୋଇଛି। ଏହା ସହିତ ଭୂମିକମ୍ପ ପରେ ପରେ ୩୪୧ ଥର ଝଟକା ଅନୁଭୂତ ହୋଇଛି। ଏହା ସୂଚିତ କରୁଛି ଯେ, ଆଗାମି ଦିନରେ ପୁଣି ଭୂମିକମ୍ପ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ