କମ୍ ଦରରେ ହୋଇଥିବା କାର୍ଯ୍ୟର ସ୍ୱଚ୍ଛତା ଦାବି କଲା ଡିଡିସିୟୁ

ଦେବଗଡ଼:କମ୍ ଦରରେ ହୋଇଥିବା କାର୍ଯ୍ୟର ସ୍ୱଚ୍ଛତା ଦାବି କରିଛି ଦେବଗଡ଼ ଡିଷ୍ଟ୍ରିକ୍ଟ କଣ୍ଟ୍ରାକ୍ଟର୍ସ ୟୁନିଅନ୍ (ଡିଡିସିୟୁ)। ଏନେଇ ଆଜି ସଂଘର ସଭାପତି ଇଂ ସୁଜିତ କୁମାର ପ୍ରଧାନଙ୍କ ନେତୃତ୍ୱରେ ଆଜି ବରିଷ୍ଠ ଓ ଯୁବ ସ୍ଥାନୀୟ ଠିକାଦାରମାନଙ୍କ ଉପସ୍ଥିତିରେ ଦେବଗଡ଼ ରାସ୍ତା ଓ ଗୃହ ବିଭାଜନର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଏକ ଦାବି ପତ୍ର ପ୍ରଦାନ କରାଯାଇଛି।ଦେବଗଡ଼ ଜ଼ିଲ୍ଲା ରିଆମାଳ ଅଞ୍ଚଳରେ ଦୁଇଟି ନିର୍ଦ୍ଦିଷ୍ଟ ସରକାରୀ ପ୍ରକଳ୍ପ ପାଇଁ ମେସର୍ସ ସୁବ୍ରତ ପଣ୍ଡା ନିର୍ଦ୍ଧାରିତ ମୂଲ୍ୟ ରୁ ୨୪%ରୁ ରୁ ୨୬ % ଲେସ କରି ଏଲ ୱାନ ବିଡର୍ ଭାବେ ମନୋନୀତ ହୋଇଥିବା ବେଳେ ସଂଘ ପକ୍ଷରୁ ଉକ୍ତ କାର୍ଯ୍ୟଗୁଡ଼ିକର ମଞ୍ଜୁରୀପ୍ରାପ୍ତ ପ୍ରଶାସନିକ ଅନୁମୋଦନ, ଆକଳନ, ଚୁକ୍ତିନାମା ଏବଂ ଅନୁମୋଦିତ କାର୍ଯ୍ୟସୂଚୀର ନକଲ ପ୍ରଦାନ କରିବାକୁ ବିଭାଗ ନିକଟରେ ଦାବି କରାଯାଇଛି।ସଂଘ ପକ୍ଷରୁ ଏହି ସମସ୍ତ ଦସ୍ତାବିଜ ୭ ଦିନ ମଧ୍ୟରେ ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି।ଏହା ସହିତ ଦସ୍ତାବିଜ ସମୀକ୍ଷା ପରେ କାର୍ଯ୍ୟର ପ୍ରକୃତ ସମ୍ପାଦନ ଏବଂ ଗୁଣବତ୍ତାର ନିରପେକ୍ଷ ତଦାରଖ ପାଇଁ ସଂଘ ପକ୍ଷରୁ ସ୍ଥାନୀୟ ସ୍ତରରେ ଯାଞ୍ଚ ଏବଂ ଆଇନଗତ ଅନୁମତି ଅନୁଯାୟୀ ସିସିଟିଭି କ୍ୟାମେରା ସ୍ଥାପନ ପାଇଁ ଅନୁମତି ମଗାଯିବ ଦାବି କରାଯାଇଛି।

  • Related Posts

    ଲୋକଙ୍କୁ ବାନ୍ଧିଲେ, ୬ ଲକ୍ଷ ଟଙ୍କାର ସୁନା ଗହଣା ଲୁଟିନେଲେ

    ସୋର: ରାତିରେ ଘରେ ପଶି ଲୋକଙ୍କୁ ବାନ୍ଧିଲେ, ଘରୁ ନେଇଗଲେ ସୁନା ଗହଣା । ବାଲେଶ୍ୱର ଜିଲ୍ଲା ସୋର ଥାନା ସବିରା ଗାଁର ଜଣେ ବ୍ୟକ୍ତିଙ୍କ ଘରୁ ଲୁଟ୍ ଅଭିଯୋଗ ହୋଇଛି । ଗାଁର କୈଳାଶ ମହାନ୍ତି ତାଙ୍କର ପରିବାରର ଅନ୍ୟ…

    Continue reading
    ପୁଣି ବାତ୍ୟା ଭୟ

    ପୁଣି ବାତ୍ୟା ଭୟ। ଭାରତୀୟ ପାଣିପାଗ ବିଜ୍ଞାନ ସଂସ୍ଥା ଏ ନେଇ ପୂର୍ବାନୁମାନ କରିନଥିଲେ ମଧ୍ୟ ଆମେରିକୀୟ ଏବଂ ୟୁରୋପିୟ ମଡେଲ୍ ବାତ୍ୟା ନେଇ ଆକଳନ କରୁଛନ୍ତି। ଆକଳନ ଅନୁଯାୟୀ ପାଖାପାଖି ୧୨ ଅକ୍ଟୋବର ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଏକ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ