କରୋନା ନେଇ ଭୟଭୀତ ହୁଅନ୍ତୁନି: ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ବର : ମାଡୁଛି ସଂକ୍ରମଣ। ବଢୁଛି ଭୟ । ଦେଶରେ ଚିନ୍ତା ବଢାଇଛି କରୋନା ସଂକ୍ରମଣ । ହଜାରେ ପାର୍‌ କଲାଣି ପଜିଟିଭଙ୍କ ସଂଖ୍ୟା । ଏପଟେ ରାଜ୍ୟକୁ ବି ମାଡିଲାଣି । ବୁଧବାର ଏକାଥରକେ ୫ ଜଣ ଆକ୍ରାନ୍ତ ଚିହ୍ନଟ ହେବା ପରେ ଚିନ୍ତା ବଢିଛି । ଭୁବନେଶ୍ବରରୁ ୪ ଜଣ ଓ ଖୋର୍ଦ୍ଧାରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ୫ ଜଣଙ୍କ ମଧ୍ୟରେ ୪ ପୁରୁଷ ଓ ଜଣେ ମହିଳା ଥିବା ଜଣାପଡିଛି । ଆଣ୍ଟିଜେଟ୍‌ ଟେଷ୍ଟରୁ ସମସ୍ତେ କରୋନା ପଜିଟିଭ ହୋଇଥିବା ସୂଚନା ମିଳିଛି । ଏସବୁ ଭିତରେ ରାଜ୍ୟବାସୀଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେଇଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । କହିଛନ୍ତି କୋଭିଡ ସ୍ଥିତି ନିୟନ୍ତ୍ରଣରେ ଅଛି। କୋଭିଡରେ ଅସ୍ବାଭାବିକ ବୃଦ୍ଧି ଦେଖିବାକୁ ମିଳିନି । ବ୍ୟସ୍ତ ହେବାର କାରଣ ନାହିଁ। ଯଦି କେଉଁଠି ରିପୋର୍ଟ ଆସେ RTPCR କରିବୁ, ଦରକାର ହେଲେ ଜିନମ ସିକ୍ୱେନ୍ସିଂ କରାଯିବ। ପ୍ରଥମ ରୋଗୀର ସ୍ଵାସ୍ଥ୍ୟବସ୍ଥା ଭଲ ଅଛି। ତାଙ୍କର ଜିନମ୍ ସିକ୍ୱେନସିଂରୁ ଓମିକ୍ରନର ସବ୍ ଭାରିଆଣ୍ଟ JN 1 ଚିହ୍ନଟ ହୋଇଛି । ଏଯାଏଁ କେନ୍ଦ୍ର ସରକାରଙ୍କ ଠାରୁ କୌଣସି ନୂଆ ଗାଇଡ ଲାଇନ୍ ଆସିନି । ପୂର୍ବରୁ ଥିବା ୨୦୨୨ ମସିହା ଗାଇଡ ଲାଇନ୍ ଅନୁସାରେ ହସ୍ପିଟାଲମାନେ କାମ କରୁଛନ୍ତି । ଏବେ କୋଭିଡକୁ ନେଇ ଭୟଭୀତ ହେବା ଭଳି ସ୍ଥିତି ନାହିଁ, କେହି ବ୍ୟସ୍ତ ହେବାର ଆବଶ୍ୟକତା ନଥିବା କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର । ସୂଚନା ମୁତାବକ ମେ ୨୨ ତାରିଖରେ ଓଡ଼ିଶାରେ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ଆକ୍ରାନ୍ତ ଜଣକ ପୁରୁଷ । ରାଜଧାନୀ ଭୁବନେଶ୍ବରର ବୋଲି ଜଣାପଡିଥିଲା । ନିକଟରେ ସେ ଦିଲ୍ଲୀରୁ ଫେରିଥିଲେ । କରୋନା ପଜିଟିଭ ହେବା ପରେ ସେ ଘରୋଇ ହସ୍‌ପିଟାଲରେ ଚିକିତ୍ସାଧୀନ ଥିଲେ ।

  • Related Posts

    ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ମୃତ

    ନୂଆପଡ଼ା: ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ତିଖାଳି ଛକ ୩୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ସ୍ୱାମୀ-ସ୍ତ୍ରୀ ପ୍ରାଣ ହରାଇଛନ୍ତି । ଆଜି ସକାଳ ୫ ଘଣ୍ଟା ୩୦ ମିନିଟ୍ ସମୟରେ ଅଜଣା ଟ୍ରକ ଧକ୍କା ଦେଇ…

    Continue reading
    ଓଡ଼ିଶାରୁ ବିଦାୟ ନେଉଛି ମୌସୁମୀ

    ଭୁବନେଶ୍ୱର: ଓଡ଼ିଶାରୁ କିଛି ଅଞ୍ଚଳରୁ ମୌସୁମୀ ବିଦାୟ ନେବାର ପ୍ରକ୍ରିୟା ଆରମ୍ଭ ହୋଇଛି । ସୁନ୍ଦରଗଡ଼ ଓ ବରଗଡ଼ରୁ ମୌସୁମୀ ବିଦାୟ ନେଇଥିବା ଜଣାଯାଇଛି । ତେବେ ଆସନ୍ତା ୩ରୁ ୪ ଦିନ ଭିତରେ ପୂରା ଓଡ଼ିଶାରୁ ମୌସୁମୀ ବିଦାୟ ନେବ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ