‘କଲାମ: ଦ ମିସାଇଲ ମ୍ୟାନ୍‌ ଅଫ୍‌ ଇଣ୍ଡିଆରେ ଡ. କଲାମଙ୍କ ଭୂମିକାରେ ସାଉଥ୍‌ ଅଭିନେତା ଧନୁଷ

ମୁମ୍ବାଇ,30/08 : ଫିଲ୍ମ ‘କଲାମ: ଦ ମିସାଇଲ ମ୍ୟାନ୍‌ ଅଫ୍‌ ଇଣ୍ଡିଆ’ରେ ଭାରତର ପୂର୍ବତନ ରାଷ୍ଟ୍ରପତି ଦିବଂଗତ ଡ. ଏପିଜେ ଅବଦୁଲ କଲାମଙ୍କ ଭୂମିକାରେ ଦେଖିବାକୁ ମିଳିବେ ସାଉଥ୍‌ ଅଭିନେତା ଧନୁଷ । ଫିଲ୍ମର ନିର୍ଦ୍ଦେଶକ ଓମ୍‌ ରାଉତ କହିଛନ୍ତି, ଏହି ଚରିତ୍ରକୁ ଧନୁଷଙ୍କଠୁ ଭଲ ଆଉ କେହି କରିପାରିବେ ନାହିଁ । ସେ ଜଣେ ଚମତ୍କାର ଅଭିନେତା । ଫିଲ୍ମ ପାଇଁ ସେ ରାଜି ହେଲେ, ତାହା ସବୁଠୁ ଖୁସିର କଥା । ଧନୁଷଙ୍କ ସହ କାମ କରିବା ପାଇଁ ସେ ଖୁବ୍‌ ଉତ୍ସାହିତ । ଓମ୍‌ କହିଛନ୍ତି, ବାୟୋପିକ୍‌ ନିର୍ମାଣ କରିବାକୁ ସେ ଭଲପାଆନ୍ତି । କିନ୍ତୁ ଏହା ସହଜ କାମ ନୁହେଁ । ଜଣେ ବ୍ୟକ୍ତିଙ୍କ ଉପରେ ଫିଲ୍ମ ନିର୍ମାଣ କରିବା ଜଟିଳ କାମ । ଫିଲ୍ମରେ କ’ଣ ଦେଖାଯିବା ଉଚିତ୍‌ ଓ କ’ଣ ନୁହେଁ, ତାହା ସ୍ଥିର କରିବା ବହୁତ ଜରୁରି । ଅନେକ ସମୟରେ କିଛି ଖାସ୍‌ କଥା ଫିଲ୍ମରେ ନଥାଏ । ସେଥିପାଇଁ କାହାଣୀକୁ ଉଚିତ୍‌ ଓ ପ୍ରେରଣାଦାୟକ ଢଙ୍ଗରେ ପ୍ରସ୍ତୁତ କରିବା ଜରୁରି । ଡ. କଲାମଙ୍କୁ ସେ ନିଜର ପ୍ରେରଣା ବୋଲି କହିଛନ୍ତି । ତାଙ୍କ ପୁସ୍ତକ ଓମ୍‌ଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇଛି । ତେଣୁ ତାଙ୍କ କାହାଣୀକୁ ପରଦାକୁ ଆଣିପାରିଲେ ଅଧିକରୁ ଅଧିକ ଲୋକ, ଖାସ୍‌କରି ଯୁବପିଢ଼ିଙ୍କୁ ପ୍ରେରଣା ମିଳିବ । ଫିଲ୍ମର ଫାର୍ଷ୍ଟଲୁକ୍‌ ଗତ ମେ’ରେ କାନ୍‌ ଫିଲ୍ମ ଫେଷ୍ଟିଭାଲ୍‌ରେ ରିଲିଜ୍‌ ହୋଇଥିଲା । ଧନୁଷଙ୍କ ଅପ୍‌କମିଙ୍ଗ ପ୍ରୋଜେକ୍ଟରେ ଅଛି ଆନନ୍ଦ ଏଲ. ରାଏଙ୍କ ‘ତେରେ ଇଶ୍କ ମେଁ’ ।

  • Related Posts

    ଷ୍ଟିଅରିଂ ପଛରେ ଶୁଭଲକ୍ଷ୍ମୀ: ନୂଆ ପଥ ଦେଖାଉଛନ୍ତି ଓଡ଼ିଶାର ପ୍ରଥମ ମହିଳା ଇଲେକ୍ଟ୍ରିକ୍ ବସ୍ ଚାଳକ

    ଭୁବନେଶ୍ୱର: ପ୍ରତିଦିନ ସକାଳେ କେନ୍ଦୁଝରର ରାସ୍ତାରେ ଗଡ଼ିଥାଏ ଏକ ଇଲେକ୍ଟ୍ରିକ୍ ବସ୍। ଯାତ୍ରୀଙ୍କୁ ନିଜ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚାଇବା ପାଇଁ ଆଗକୁ ବଢ଼ୁଥିବା ଏହି ବସ୍‌ର ଷ୍ଟିଅରିଂ ଧରିଥାନ୍ତି ଶୁଭଲକ୍ଷ୍ମୀ ମହାନନ୍ଦ। ଯାତ୍ରୀଙ୍କ ପାଇଁ ଏହା ହୁଏତ ଦୈନନ୍ଦିନ ଯାତାୟାତର ଏକ…

    Continue reading
    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଖୁବଶୀଘ୍ର ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଘରକୁ ଆସିବେ କୁନି ଅତିଥି । ମାଆ ହେବେ ଜାଗୃତି ଶୁକ୍ଲା । ବିବାହର ବର୍ଷେ ପରେ ଏହି ଦମ୍ପତି ଖୁସି ଖବର ଦେଇଛନ୍ତି । ନବରାତ୍ରୀର ପ୍ରଥମ ଦିନରେ ଏହି ଗୁଡ୍ ନ୍ୟୁଜ୍…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି