କାନରେ ଲାଗିବ ଟ୍ୟାଗ୍‌ ,ବିଏମ୍‌ସି ପାଖରେ ରହିବ କୁକୁରର ସମସ୍ତ ତଥ୍ୟ

ଭୁବନେଶ୍ବର, 22/08: ରାଜରାସ୍ତାରେ ବୁଲାକୁକୁରକୁ ନେଇ ଏବେ ଦେଶରେ ଏକ ପ୍ରମୁଖ ପ୍ରସଙ୍ଗ ପାଲଟିଛି। କୁକୁରଙ୍କୁ ନେଇ ପଶୁପ୍ରେମୀ, ପ୍ରଶାସନ, ସରକାର ଚିନ୍ତିତ ଥିବା ବେଳେ ମାମଲା ସୁପ୍ରିମ୍‌କୋର୍ଟରେ ପହଞ୍ଚି ସାରିଛି। ଏହାରି ମଧ୍ୟରେ ରାଜଧାନୀ ଭୁବନେଶ୍ବରରେ କୁକୁର ଗଣାଯିବ। ଭୁବନେଶ୍ବର ମହାନଗର ନିଗମ (ବିଏମ୍‌ସି) ଏହି କାମ କରିବ। ବିଏମ୍‌ସି ମେୟର ସୁଲୋଚନା ଦାସ ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ବିଏମ୍‌ସି ମେୟର କହିଛନ୍ତି, ରାଜଧାନୀରେ ବିଏମସି କୁକୁର ଗଣନା କରିବ। ଉଭୟ ବୁଲା କୁକୁର ଓ ପୋଷା କୁକୁରଙ୍କର ଗଣନା ହେବ। କୁକୁରମାନଙ୍କର କାନରେ ଟ୍ୟାଗ୍‌ ଲାଗିବ। ବିଏମ୍‌ସି ପାଖରେ କୁକୁରଙ୍କ ସମସ୍ତ ତଥ୍ୟ ରହିବ। ଏନେଇ ରାଜଧାନୀର ସେନ୍ସେସ ପ୍ରୋଗ୍ରାମ କରାଯିବ। ପୋଷା କୁକୁର ମାଲିକ କିଏ ଓ ବୁଲା କୁକୁର କାଉଠୁ ଯାଇଛନ୍ତି ଟ୍ୟାଗାରେ ତଥ୍ୟ ରହିବ। ବନ୍ଧ୍ୟାକରଣ ଓ ଭେକସିନ ହେଇଛି କି ନାହିଁ ସମସ୍ତ ତଥ୍ୟ ଚିପ୍‌ରେ ରହିବ। ଏହା ଦ୍ବାରା କୁକୁରାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଜାଣିହେବ। ରାଜଧାନୀରେ କେତେ କୁକୁର ଅଛନ୍ତି ଜଣା ପଡ଼ିବ। ବନ୍ଧ୍ୟାକରଣ ପରେ କୁକୁର ସଂଖ୍ୟା ବଢୁଛି କି କମିଛି ନଜର ରହିବ। ୮୦ ହାଜରରୁ ଊର୍ଦ୍ଧ୍ବ କୁକୁର ଭୁବନେଶ୍ବର ବିଭିନ୍ନ ଅଞ୍ଚଳରେ ଅଛନ୍ତି। ବିଏମ୍‌ସି ପାଖରେ ଘରେ ରଖୁଥିବା ପୋଷା କୁକୁରଙ୍କ ତଥ୍ୟ ରହିପାରିବ। ଟ୍ୟାଗ୍ ଲାଗିଲେ ସହର ସୁନ୍ଦର ରହିବ।କୁକୁର ସୁରକ୍ଷିତ ରହିବେ। ସୂଚନାଯୋଗ୍ୟ, ଆଜି ସୁପ୍ରିମ୍‌କୋର୍ଟ କୁକୁର ପ୍ରେମୀଙ୍କ ସପକ୍ଷରେ ବଡ଼ ରାୟ ଶୁଣାଇଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି ଯେ ଆଶ୍ରୟ ଗୃହକୁ ପଠା ଯାଇଥିବା ବୁଲା କୁକରମାନଙ୍କୁ ଏବେ ଛାଡ଼ି ଦିଆଯିବ। ଦିଲ୍ଲୀ ଏନସିଆରରେ ବୁଲା କୁକୁରଙ୍କ ପ୍ରସଙ୍ଗରେ ଆଜିର ଶୁଣାଣିରେ, ସୁପ୍ରିମକୋର୍ଟ ଆଶ୍ରୟସ୍ଥଳରେ ରଖାଯାଇଥିବା ବୁଲା କୁକୁରମାନଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ଦେଇଛନ୍ତି। ତଥାପି, ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ ଏବେ ସାଧାରଣ ସ୍ଥାନରେ ବୁଲା କୁକୁରମାନଙ୍କୁ ଖାଇବାକୁ ଦିଆଯିବ ନାହିଁ।

  • Related Posts

    ‘ହର୍ ଘର୍ ଜଲ୍’ ଲକ୍ଷ୍ୟ ପୂରଣ ପାଇଁ ଓଡିଶାରେ ସ୍ପଷ୍ଟ ରୋଡମ୍ୟାପ ପ୍ରସ୍ତୁତ- ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର,୨୪/୦୩/୨୦୨୬: ଓଡିଶାରେ ଜଳ ଜୀବନ ମିଶନ 2.0ର କାର୍ଯ୍ୟକାରିତା ଉଦ୍ଦେଶ୍ୟରେ ଆଜି ନୂଆଦିଲ୍ଲୀ ଠାରେ କେନ୍ଦ୍ର ଜଳ ଶକ୍ତି ମନ୍ତ୍ରାଳୟ ଏବଂ ଓଡିଶା ସରକାରଙ୍କ ମଧ୍ୟରେ ଏକ MoU ସ୍ଵାକ୍ଷର ହୋଇଛି | ଆଭାସୀ ମାଧ୍ୟମରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଲୋକସେବା…

    Continue reading
    ସଚିବାଳୟର ଅଧିକାରୀମାନଙ୍କ ପାଇଁ ‘ପୋଶ୍’ ସଚେତନତା କର୍ମଶାଳା

    ଭୁବନେଶ୍ୱର, ୨୪/୦୩/୨୦୨୬: କର୍ମକ୍ଷେତ୍ରରେ ମହିଳାମାନଙ୍କ ଯୌନ ନିର୍ଯାତନା (ପ୍ରତିରୋଧ, ନିଷେଧ ଏବଂ ନିରାକରଣ) ଅଧିନିୟମ, ୨୦୧୩ (POSH Act) ଉପରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଏକ କର୍ମଶାଳା ଭୁବନେଶ୍ୱରସ୍ଥିତ ରାଜ୍ୟ ସଚିବାଳୟର ଅଧିକାରୀମାନଙ୍କ ପାଇଁ ଅନୁଷ୍ଠିତ ହୋଇଯାଇଛି।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ