ସ୍ବତନ୍ତ୍ର ଓଟିଇଟି ପରୀକ୍ଷା ସ୍ଥଗିତ

କଟକ,22/08: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ବାରା ପରିଚାଳିତ ସ୍ବତନ୍ତ୍ର ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷାକୁ ପୁଣି ସ୍ଥଗିତ ରଖାଯାଇଛି। ଆସନ୍ତା ଅଗଷ୍ଟ ୩୧ ତାରିଖରେ ଏହି ସ୍ବତନ୍ତ୍ର ଓଟିଇଟି ହେବନାହିଁ। ଅନିବାର୍ଯ୍ୟ କାରଣ ଦର୍ଶାଇ ବୋର୍ଡ ପକ୍ଷରୁ ପରୀକ୍ଷାକୁ ସ୍ଥଗିତ ରଖାଯାଇଥିବା ଗୁରୁବାର ବିଜ୍ଞପ୍ତି ପ୍ରକାଶ ପାଇଛି। ବାରମ୍ବାର ପରୀକ୍ଷା ଘୁଞ୍ଚିବାକୁ ନେଇ ଆଶାୟୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପରବର୍ତ୍ତୀ ସମୟରେ କେବେ ପରୀକ୍ଷା କରାଯିବ ଏବଂ କେଉଁ କାରଣରୁ ପରୀକ୍ଷା ସ୍ଥଗିତ ରଖାଗଲା ତାହା କର୍ତ୍ତୃପକ୍ଷ ସ୍ପଷ୍ଟ କରୁନାହାନ୍ତି। ସ୍ବତନ୍ତ୍ର ଓଟିଇଟି ପ୍ରଶ୍ନପତ୍ର କେଳେଙ୍କାରୀରେ ସବୁ ସେଟ୍‌ର ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ସନ୍ଦେହ କରାଯାଉଥିବାବେଳେ ୭୫ ହଜାର ଶିକ୍ଷକଙ୍କ ପଦୋନ୍ନତି ଝୁଲି ରହିଛି। ସେପ୍ଟେମ୍ବର ଶେଷ କିମ୍ବା ଅକ୍ଟୋବରରେ ପରୀକ୍ଷା କରିବାକୁ ବୋର୍ଡ କର୍ତ୍ତୃପକ୍ଷ ଯୋଜନା ରଖିଛନ୍ତି। ଅନ୍ୟପକ୍ଷରେ ପ୍ରଶ୍ନପତ୍ର ସୁରକ୍ଷା ବ୍ୟବସ୍ଥା ଉପରେ ବୋର୍ଡ ଗୁରୁତ୍ବ ଦେଇଛି। ନୂଆ ଫାର୍ମକୁ ପ୍ରଶ୍ନପତ୍ର ମୁଦ୍ରଣ ଦାୟିତ୍ବ ଦିଆଯିବ ବୋଲି ଜଣାପଡ଼ିଛି। ସମୟ ଗଡ଼ୁଥିବାବେଳେ ସ୍ବତନ୍ତ୍ର ଓଟିଇଟିକୁ ନେଇ ତାରିଖ ପରେ ତାରିଖ ବଦଳୁଛି। କେତେବେଳେ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ହୋଇଯାଉଛି ତ ପୁଣି ତାରିଖ ଘୋଷଣା ପରେ ପୁଣି ସ୍ଥଗିତ ରଖାଯାଉଛି।

  • Related Posts

    ଜୀବନ ଜ୍ୟୋତି ମହାବିଦ୍ୟାଳୟରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରତିଯୋଗିତା

    ରାଇକିଆ: ରାଇକିଆ ସ୍ଥିତ ଜୀବନ ଜ୍ୟୋତି ମହାବିଦ୍ୟାଳୟ ପରିସରରେ ନବୀକରଣ ଓ ନୂତନ ଉଦ୍ୟୋଗ ପ୍ରଶିକ୍ଷଣ ତଥା ପ୍ରତିଯୋଗିତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ଉମାକାନ୍ତ ରଥଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଛାତ୍ରୀଛାତ୍ରମାନେ ନିଜସ୍ୱ ଉଦ୍ଭାବନ ଓ ନୂତନ…

    Continue reading
    ପାରାଦୀପ ବନ୍ଦରରେ ଜାହାଜ ଆରେଷ୍ଟ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

    କଟକ: ଏକ ଜାହାଜକୁ ଆରେଷ୍ଟ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସାମୁଦ୍ରିକ ବିବାଦ ସଂପର୍କିତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି। ବ୍ୟାବସାୟିକ ବିବା‌ଦକୁ ନେଇ ବୋଇଲରମ୍ୟାନ ଲିମିଟେଡ ପକ୍ଷରୁ ଦାୟର ଆବେଦନର ହାଇକୋର୍ଟ ଶୁଣାଣି କରି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ