ମସ୍କୋରେ ପୁଟିନଙ୍କୁ ଭେଟିଲେ ଜୟଶଙ୍କର

ମସ୍କୋ,22/08: ବିଦେଶ ବ୍ୟାପାର ମନ୍ତ୍ରୀ ଏସ୍ ଜୟଶଙ୍କର ଆଜି ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ମସ୍କୋରେ ଭେଟିଛନ୍ତି। ଭାରତ ରୁଷ୍‌ ଠାରୁ ତୈଳ କିଣୁଥିବାରୁ ଆମେରିକା ଭାରତ ଉପରେ ଶୁଳ୍କ ଲଗାଇଥିଲେ ସୁଦ୍ଧା ଭାରତ ଏଥିପ୍ରତି କୌଣସି ଧ୍ୟାନ ନଦେଇ ଭାରତ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କର ଗୁରୁବାର ମସ୍କୋରେ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ସାକ୍ଷାତ କରିଛନ୍ତି। ପୁଟିନଙ୍କୁ ସାକ୍ଷାତ କାଳରେ ଜୟଶଙ୍କର ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପକ୍ଷରୁ ଅଭିନନ୍ଦନ ଜଣାଇଥିଲେ। ଏହା ସହିତ ରୁଷ୍ ଉପପ୍ରଧାନମନ୍ତ୍ରୀ ଡେନିସ୍ ମାଣ୍ଟୁରୋଭ ଓ ଅର୍ଥମନ୍ତ୍ରୀ ସେର୍ଗେ ଲାଭରୋଭଙ୍କ ସହ ହୋଇଥିବା କଥାବାର୍ତ୍ତା ବାବଦରେ ପୁଟିନଙ୍କୁ ଜୟଶଙ୍କର ଅବଗତ କରାଇଥିଲେ। ଭାରତରୁ ଆମଦାନୀ ଦ୍ରବ୍ୟ ଉପରେ ଆମେରିକା ୫୦% ଶୁଳ୍କ ଲାଗୁ କରିଥିବାବେଳେ ଆଜି ପୁଟିନ ଓ ଜୟଶଙ୍କର ସାକ୍ଷାତ ଗୁରୁତ୍ବପୂର୍ଣ୍ଣ ମନେ ହୋଇଛି।

  • Related Posts

    ଅକ୍ଟୋବର ୧୨ ପଦଯାତ୍ରା ପ୍ରସଙ୍ଗରେ ରାହୁଲ, ଅଖିଳେଶଙ୍କୁ ସୁପ୍ରିମକୋର୍ଟଙ୍କ ନୋଟିସ୍

    ନୂଆଦିଲ୍ଲୀ: ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (S.I.R.)ରେ କଥିତ ଅନିୟମିତତାକୁ ବିରୋଧ କରି ଗତ ଅକ୍ଟୋବର ୧୨ ତାରିଖରେ ସୁପ୍ରିମକୋର୍ଟ ଅଭିମୁଖେ ହୋଇଥିବା ପଦଯାତ୍ରା ପ୍ରସଙ୍ଗରେ ସର୍ବୋଚ୍ଚ ଅଦାଲତ ଗୁରୁବାର କଂଗ୍ରେସ ନେତା ରାହୁଲ ଗାନ୍ଧୀ, ସମାଜବାଦୀ ପାର୍ଟି ଅଧ୍ୟକ୍ଷ…

    Continue reading
    ଧର୍ମ ପରିବର୍ତ୍ତନ କଲେ ମିଳିବନି ସଂରକ୍ଷଣ

    ନୂଆଦିଲ୍ଲୀ: ଧର୍ମ ପରିବର୍ତ୍ତନ କରିବା ପରେ ମଧ୍ୟ ସଂରକ୍ଷଣ ଦାବି କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଏକ ବଡ଼ ସୁ୍ପ୍ରିମ ଝଟ୍‌କା ଲାଗିଛି । ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇ ସ୍ପଷ୍ଟ କରିଛନ୍ତି ଯେ, ଧର୍ମ ପରିବର୍ତ୍ତନ କଲାମାତ୍ରେ ସଂରକ୍ଷଣର ଅଧିକାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ମୁଁ ବି ଖୁବ୍‌ଶୀଘ୍ର ପିତା ହେବି କହିଲେ ସଲମାନ୍‌ ଖାନ୍‌

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ବାପା ହେବେ ଅନୁଭବ, ଖୁସି ଖବର ଦେଲେ ଜାଗୃତି

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି