ସଂସଦର ମୌସୁମି ଅଧିବେଶନ ଶେଷ

ନୂଆଦିଲ୍ଲୀ,22/08: ସଂସଦର ମୌସୁମି ଅଧିବେଶନ ଗୁରୁବାର ଶେଷ ହୋଇଛି। ଉଭୟ ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି। ଜୁଲାଇ ୨୧ରୁ ଆରମ୍ଭ ହୋଇଥିବା ଏହି ଅଧିବେଶନ ପ୍ରାୟତଃ ବିରୋଧୀଙ୍କ ହୋହଲ୍ଲା ମଧ୍ୟରେ ଶେଷ ହୋଇଛି। ବିହାରରେ ହୋଇଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟ (ଏସଆଇଆର) ଉପରେ ଆଲୋଚନା ଦାବି କରି ବିରୋଧୀ ସଦସ୍ୟମାନେ ଉଭୟ ଗୃହକୁ ଅଚଳ ରଖିଥିଲେ। ଏହା ସହିତ ଭୋଟ ଚୋରି, ଅପରେସନ ସିନ୍ଦୂର ପ୍ରସଙ୍ଗକୁ ନେଇ ଗୃହରେ ଅଚଳାବସ୍ଥା ସୃଷ୍ଟି ହୋଇଥିଲା। ଏପରି ଅଚଳାବସ୍ଥା ଯୋଗୁଁ ଲୋକସଭା ମାତ୍ର ୩୭ ଘଣ୍ଟା ଓ ରାଜ୍ୟସଭା ମାତ୍ର ୪୧ ଘଣ୍ଟା କାର୍ଯ୍ୟ କରିଥିଲା। ୩୨ ଦିନର ଏହି ଅଧିବେଶନରେ ୨୧ଟି କାର୍ଯ୍ୟଦିବସ ରହିଥିଲା। ଏହି ୨୧ ଦିନ ମଧ୍ୟରେ ଉଭୟ ଗୃହ ୧୨୦ ଘଣ୍ଟା ଲେଖାଏଁ ଚାଲିବାକୁ ଧାର୍ଯ୍ୟ ହୋଇଥିଲା।

  • Related Posts

    ୧୨ରେ ପୂର୍ଣ୍ଣ ସୂର୍ଯ୍ୟ ପରାଗ

    ନୂଆଦିଲ୍ଲୀ : ପ୍ରକୃତିର ଅନ୍ୟତମ ସବୁଠୁ ଚମତ୍କାର ମହାଜାଗତିକ ଘଟଣା ଦେଖିବ ୟୁରୋପ। ପୂର୍ଣ୍ଣ ସୂର୍ଯ୍ୟ ପରାଗ ପ୍ରଭାବରେ ୟୁରୋପ ଖୁବ୍ କମ୍ ସମୟ ପାଇଁ ଦିବାଲୋକରେ ଅନ୍ଧକାରମୟ ହୋଇଯିବ । ମହାକାଶର କିଛି କ୍ଷେତ୍ରରେ ୧ ମିନିଟ୍ରୁ ଟିକିଏ ଅଧିକ…

    Continue reading
    ଓଲଟିଲା ବସ୍, ୭ ମୃତ

    ନୂଆଦିଲ୍ଲୀ : ହିମାଚଳ ପ୍ରଦେଶର ଚମ୍ଵା ଜିଲ୍ଲାରେ ମର୍ମନ୍ତୁଦ ଦୁର୍ଘଟଣା। ଶନିବାର ସକାଳେ ତୀସା-ବୈରାଗଡ଼ ରାସ୍ତାରେ ଚାଲୁଜ ବୁଲାଣି ନିକଟରେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏହି ଦୁର୍ଘଟଣାରେ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୧ ଜଣ ଆହତ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ