tariff on canada କାନାଡ଼ା ଉପରେ ୫୦% ଶୁଳ୍କ ଲଗାଇଲା ଆମେରିକା

ୱାଶିଂଟନ: ଦୀର୍ଘଦିନର ଆଲୋଚନା ବିଫଳ ହେବା ପରେ ଶନିବାରଠାରୁ କାନାଡ଼ା ସାମଗ୍ରୀ ଉପରେ ଆମେରିକା ୫୦% ସୀମା ଶୁଳ୍କ (ଟାରିଫ୍) ଲାଗୁ କରିଛି। ଏହାଦ୍ବାରା ଆମେରିକାକୁ କାନାଡ଼ାରୁ ହେଉଥିବା ପ୍ରାୟ ୨୦ ବିଲିୟନ ଡଲାର ମୂଲ୍ୟର ରପ୍ତାନି ପ୍ରଭାବିତ ହେବ। ଆମେରିକାର ଏହି ପଦକ୍ଷେପ ପରେ କାନାଡ଼ା ପ୍ରଧାନମନ୍ତ୍ରୀ ମାର୍କ କାର୍ନି ପାଲଟା ଚେତାବନୀ ଦେଇଛନ୍ତି। ନିଜ ଦେଶର ଶ୍ରମିକ ଓ ବ୍ୟବସାୟୀଙ୍କ ସୁରକ୍ଷା ପାଇଁ କାନାଡ଼ା ମଧ୍ୟ ଆମେରିକା ସାମଗ୍ରୀ ଉପରେ ସମାନ ପରିମାଣର ଶୁଳ୍କ ଲଗାଇ ଉଚିତ ଜବାବ ଦେବ ବୋଲି ସେ କହିଛନ୍ତି।ଆମେରିକା ବାଣିଜ୍ୟ ପ୍ରତିନିଧି ଜେମିସନ ଗ୍ରୀଅର କହିଛନ୍ତି ଯେ, ଆମେରିକା ପକ୍ଷରୁ ଇସ୍ପାତ, ଆଲୁମିନିୟମ୍, ଅଟୋମୋବାଇଲ୍ ଏବଂ କାଠ ସାମଗ୍ରୀ ଉପରୁ ଶୁଳ୍କ ହ୍ରାସ କରିବାର ପ୍ରସ୍ତାବ ଦିଆଯାଇଥିଲା; କିନ୍ତୁ କାନାଡ଼ା ଶେଷ ମୁହୂର୍ତ୍ତରେ ଏହି ବାଣିଜ୍ୟ ଚୁକ୍ତିକୁ ଚୂଡ଼ାନ୍ତ କରିବାକୁ ମନା କରିଦେଇଥିଲା। ଅପରପକ୍ଷରେ କାନାଡ଼ା ପ୍ରଧାନମନ୍ତ୍ରୀ କହିଛନ୍ତି ଆମେରିକା ଶେଷ ମୁହୂର୍ତ୍ତରେ ରଖିଥିବା ସର୍ତ୍ତଗୁଡ଼ିକ ଅନ୍ୟାୟପୂର୍ଣ୍ଣ ଏବଂ ଅପ୍ରାସଙ୍ଗିକ ଥିଲା। ଏହି କାରଣରୁ ଦୁଇ ଦେଶ ମଧ୍ୟରେ କୌଣସି ସମ୍ମତି ହୋଇପାରି ନାହିଁ।

  • Related Posts

    AK-203 ଇନସାସ ଯୁଗ ଗଲା, ଆସିଲା AK-203 ରାଇଫଲ

    ଭାରତର ପ୍ରଥମ ଶହେ ପ୍ରତିଶତ ସ୍ବଦେଶୀ ରାଇଫଲ ‘ଶେର’। ଇନସାସ ଯୁଗ ଗଲା, ଆସିଲା AK-203 ରାଇଫଲ। ଆମେଥିର କୋରୱା ଫ୍ୟାକ୍ଟ୍ରିରେ ଏହି ବନ୍ଧୁକର ସଫଳ ପରୀକ୍ଷଣ ହୋଇଛି।  ‘ଶେର’ ହେଉଛି ଏକ ଆସଲ୍ଟ ରାଇଫଲ୍। ଭାରତୀୟ ସେନାର ପୁରୁଣା INSAS…

    Continue reading
    Newborns in Tamil Nadu Will Now Get Gold Rings ସରକାରୀ ହସ୍ପିଟାଲରେ ଜନ୍ମିତ ନବଜାତକଙ୍କୁ ମିଳିବ ସୁନା ମୁଦି

    ତାମିଲନାଡୁ: ତାମିଲନାଡୁ ସରକାର ସରକାରୀ ହସ୍ପିଟାଲରେ ଜନ୍ମିତ ନବଜାତକଙ୍କୁ ସୁନା ମୁଦି ପ୍ରଦାନ କରିବା ପାଇଁ ଏକ ନୂଆ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଯୋଜନା ପାଇଁ ସରକାର ପ୍ରାୟ ୨୨୦ କୋଟି ଟଙ୍କାର ବଜେଟ୍ ରଖିଛନ୍ତି। ତାମିଲନାଡୁ ମେଡିକାଲ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ