ଭୁବନେଶ୍ବର,13/10: କାର୍ତ୍ତିକ ମାସ ଆରମ୍ଭରୁ ସହରରେ ପରିବା ଦର ପ୍ରତିଦିନ ବଢ଼ି ବଢ଼ି ଚାଲିଛି। । ପରିବା ଦର ବୃଦ୍ଧିର ପ୍ରଭାବ ସିଧାସଳଖ ଲୋକଙ୍କ ହାଣ୍ଡିଶାଳ ଉପରେ ପଡ଼ିଛି। ବିଶେଷ କରି ମଧ୍ୟବିତ୍ତ, ନିମ୍ନ ମଧ୍ୟବିତ୍ତ ଓ ଗରିବ ପରିବାର ଲୋକ ଦର ବୃଦ୍ଧି ଯୋଗୁ ହନ୍ତସନ୍ତ ହେଉଛନ୍ତି। ତେବେ ସବୁଠାରୁ ବଡ଼ କଥା ହେଲା, ଓଡ଼ିଶାରେ ଆଉ ସବୁଜ ପରିବା ପୂର୍ବଭଳି ଚାଷ ହେଉନାହିଁ। ଯେଉଁଥିପାଇଁ ଏବେ କଦଳୀ, କାଙ୍କଡ଼, ଝୁଡଙ୍ଗ ଭଳି କରିବା ପାଇଁ ମଧ୍ୟ ପଡ଼ୋଶୀ ରାଜ୍ୟ ଉପରେ ନିର୍ଭର କରିବାକୁ ପଡ଼ୁଛି। ଫଳରେ ସେଠାରେ ବର୍ଷା ହେଲେ ଓଡ଼ିଶା ଲୋକେ କାନ୍ଦୁଛନ୍ତି। ଦେଶୀ କଦଳୀ କହି ବିକ୍ରି ହେଉଥିବା କଦଳୀ ପଶ୍ଚିମବଙ୍ଗରୁ, ଦେଶୀ କାଙ୍କଡ଼ ଆନ୍ଧ୍ରପ୍ରଦେଶରୁ ଆସୁଛି। ତେଣୁ ସବୁ ପରିବାର ଦର ହୁ ହୁ ହେଇ ବଢୁଛି।
ଆଜି ଏକ ନମ୍ବର ହାଟରେ ଟମାଟୋ କିଲୋ ୪୦, ଭେଣ୍ଡି ୮୦, କଲରା ୪୦, ଆଳୁ ୨୫,ପିଆଜ ୨୫, ମାଟିଆଳୁ ୮୦, ଫୁଲକୋବି ୨ଟାକୁ ୮୦, ବନ୍ଧା କେଜି ପ୍ରତି ୪୦, ଅମୃତଭଣ୍ଡା କେଜି ପ୍ରତି ୧୫ରୁ ୨୫, କଦଳୀ ଗୋଟା ୧୦, ଦେଶୀ କାଙ୍କଡ଼ ୨୦୦, କାକୁଡ଼ି ୬୦, କଖାରୁ-୩୦, ଝୁଡ଼ଙ୍ଗ-୫୦, ବିନ୍ସ-୧୨୦, ବାଇଗଣ ୬୦, ସାରୁ ୪୦, ଜହ୍ନି-୮୦ , ମୂଳା ୪ଟାକୁ ୪୦, ପୋଟଳ୬୦ରୁ ୮୦ ରହିଛି। ସପ୍ତାହେ ଭିତରେ ସବୁ ପରିବା ପାଞ୍ଚରୁ ସାତ ଟଙ୍କା ଲେଖାଏଁ ବଢ଼ିଛି। ଲଗାଣ ବର୍ଷା ଯୋଗୁ ଓଡ଼ିଶା ବିଶେଷ କରି ଉପକୂଳ ଓଡ଼ିଶାର ପରିବା ଚାଷ ପ୍ରଭାବିତ ହେଇଛି । ବାହାରୁ ପରିବା ଆସୁଥିବାରୁ ଦରଉଚ୍ଚା ରହୁଛି। ବେଙ୍ଗାଲୁରୁ ବିନ୍ସ ୮୦ ଟଙ୍କା, ନାସିକ ବିନ୍ସ ୬୫, ରାଞ୍ଚି ବିନ୍ସ କିଲୋପ୍ରତି ୬୦ ଟଙ୍କା ରହିଛି। କାଙ୍କଡ଼ କଲିକତାରୁ ଆସୁଛି। କଲିକତା କାଙ୍କଡ଼ ୪୦ ଟଙ୍କା ଓ ଦେଶୀ କାଙ୍କଡ଼ ଆନ୍ଧ୍ରପ୍ରଦେଶରୁ ଆସୁଛି। ଯାହାର ଦର ୮୦ ରହିଛି। ପରିବା ଦରରେ ଏଭଳି ଅହେତୁକ ମୂଲ୍ୟ ବୃଦ୍ଧି ସବୁବର୍ଗର ଲୋକଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଦରବୃଦ୍ଧିର ସୁଯୋଗ ନେଇ କିଛି ଲାଭଖୋର ବ୍ୟବସାୟୀ କୃତ୍ରିମ ଅଭାବ ସୃଷ୍ଟି କରି ମନଇଚ୍ଛା ଦର ହାଁଙ୍କୁଥିବା ସାଧାରଣରେ ଅଭିଯୋଗ ହୋଇଛି। ୧ ନମ୍ବର ହାଟରୁ ପରିବା ନେଇ ସ୍ଥାନୀୟ ଅଞ୍ଚଳରେ ଓ ଖୁଚୁରା ଦରରେ ବିକ୍ରି ହେଉଥିବା ପରିବା ଦର ଯଥେଷ୍ଟ ଉଚ୍ଚା ରହୁଛି।
ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ ଗୃହଗଣନା ଏବଂ ଗୃହତାଲିକା-୨୦୨୬ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବାର୍ତ୍ତା
ପ୍ରିୟ ଭାଇ ଓ ଭଉଣୀମାନେ!ଭାରତ ସରକାରଙ୍କ ଗୃହ ମନ୍ତ୍ରଣାଳୟର ଓଡ଼ିଶାସ୍ଥିତ ଜନଗଣନା ନିର୍ଦ୍ଦେଶାଳୟ ଏବଂ ଓଡ଼ିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ସମନ୍ୱୟରେ ଜନଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଓଡ଼ିଶାର ୩୦ଟି ଜିଲ୍ଲାରେ ଜନଗଣନାର ପ୍ରଥମ ପର୍ଯ୍ୟାୟରେ ଗୃହଗଣନା…



