କାର୍ଯ୍ୟରେ ଯୋଗ ନ ଦେଲେ ଡାକ୍ତରଙ୍କ ଦରମା ବନ୍ଦ ନିର୍ଦ୍ଦେଶ

ଭୁବନେଶ୍ବର : ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ରାଜ୍ୟ ସରକାର କଠୋର ଚେତାବନୀ ଦେଇଛନ୍ତି। ଆନ୍ଦୋଳନ ଛାଡି କାର୍ଯ୍ୟରେ ଯୋଗ ଦେବାକୁ ଚେତାବନୀ ଦେଇଛନ୍ତି। କାର୍ଯ୍ୟରେ ଯୋଗ ନ ଦେଲେ ଆନ୍ଦୋଳନରତ ଡାକ୍ତରଙ୍କ ଦରମା ବନ୍ଦ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ସିଡିଏମ୍ଓ,ପିଏଚଓଙ୍କୁ ନିର୍ଦେଶନାମା ଜାରି କରାଯାଇଛି। ସମସ୍ତ ମେଡିକାଲ କଲେଜ ଅଧ୍ୟକ୍ଷ ଏବଂ ଅଧୀକ୍ଷକଙ୍କୁ ଚିଠି କରାଯାଇଛି।ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ଚିଠି କରାଯାଇଛି।
ପ୍ରଥମେ ଆନ୍ଦୋଳନରତ ଡାକ୍ତରମାନଙ୍କୁ ତୁରନ୍ତ ଆନ୍ଦୋଳନ ପ୍ରତ୍ୟାହାର କରିବା ସହ ଆଲୋଚନାରେ ସାମିଲ ହେବାକୁ ସରକାର ଅନୁରୋଧ କରିଥିଲେ। ପରେ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନ ଚେତାବନୀ ଦିଆଯାଇଛି। ଓଡ଼ିଶା ମେଡିକାଲ ସର୍ଭିସେସ୍ ଆସୋସିଏସନ (OMSA) ପକ୍ଷରୁ ଧର୍ମଘଟ ଆରମ୍ଭ ହେବା ପୂର୍ବରୁ ସ୍ବାସ୍ଥ୍ୟ ମନ୍ତ୍ରୀ , କମିଶନର ତଥା ଶାସନ ସଚିବ ଏବଂ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ OMSA ପ୍ରତିନିଧିମାନଙ୍କ ସହ ବିସ୍ତୃତ ଆଲୋଚନା କରିଥିଲେ। ବିଭାଗ ତରଫରୁ ମଧ୍ୟ ବିଭିନ୍ନ ପର୍ଯ୍ୟାୟରେ ଆଲୋଚନା ଜାରି ରହିଥିଲା।ସରକାର ପୂର୍ବରୁ ଡାକ୍ତରମାନଙ୍କ ବହୁ ଦାବିକୁ ଗ୍ରହଣ କରି ସେମାନଙ୍କର କ୍ଯାଡର ରି-ଷ୍ଟ୍ରକଚରିଂ , Dynamic Assured Career Progression (DACP), Special Incentive ଏବଂ Place-based Incentive ପରି ବିଭିନ୍ନ ସୁବିଧା ଲାଗୁ କରିଛନ୍ତି। ଡାକ୍ତର ମାନଙ୍କ ଉଚ୍ଚଶିକ୍ଷା ପାଇଁ ସରକାର ଅନେକ ସୁବିଧା କରିଛନ୍ତି ।

ରାଜ୍ୟ ସରକାର ସର୍ବଦା ଡାକ୍ତରମାନଙ୍କ ଯୁକ୍ତିସଙ୍ଗତ ଦାବି ପ୍ରତି ସମ୍ବେଦନଶୀଳ ରହିଛନ୍ତି। କିନ୍ତୁ ରୋଗୀଙ୍କ ସ୍ୱାର୍ଥ ଓ ନିରବଚ୍ଛିନ୍ନ ସ୍ୱାସ୍ଥ୍ୟ ସେବାକୁ ସର୍ବାଧିକ ପ୍ରାଥମିକତା ଦିଆଯାଉଛି। ସେଥିପାଇଁ ଆନ୍ଦୋଳନରତ ଡାକ୍ତରମାନଙ୍କୁ ତୁରନ୍ତ କାର୍ଯ୍ୟରେ ଯୋଗଦେବାକୁ ଜଣାଇ ଦିଆଯାଇଛି। ସେମାନେ କାର୍ଯ୍ୟରେ ଯୋଗଦେବା ପରେ ସେମାନଙ୍କ ଦାବିଗୁଡ଼ିକ ଉପରେ ଗଠନମୂଳକ ଆଲୋଚନା କରିବାକୁ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି |

“ସେବା ହିଁ ପରମ ଧର୍ମ” ଏହାକୁ ପାଥେୟ କରି ଆନ୍ଦୋଳନରତ ଡାକ୍ତରମାନେ ଆନ୍ଦୋଳନ ପ୍ରତ୍ୟାହାର କରି ପୂର୍ବଭଳି ରୋଗୀସେବା ଜାରି ରଖନ୍ତୁ ବୋଲି ଅନୁରୋଧ କରିଛନ୍ତି । ଯଦି ରୋଗୀଙ୍କ ସ୍ୱାର୍ଥ ଓ ସ୍ୱାସ୍ଥ୍ୟ ସେବା ବ୍ୟାଘାତ ହୁଏ ତା ହେଲେ ସରକାର ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରିବା ପାଇଁ ବାଧ୍ୟ ହେବେ ବୋଲି ସରକାର କହିଛନ୍ତି।

  • Related Posts

    ରାଜ୍ୟରେ ମହଜୁଦ ରହିଛି ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର

    ଭୁବନେଶ୍ୱର: ସାର କଳାବଜାରୀ ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ । ରାଜ୍ୟରେ ବର୍ତ୍ତମାନ ୧ ଲକ୍ଷ ୩୭ ହଜାର ୨୦୨ ଟନ୍ ସାର ମହଜୁଦ ରହିଛି । ମୋଟ୍ ମହଜୁଦରୁ ୨ ଲକ୍ଷ ୬ ହଜାର ୩୬୮ ଟନ୍ ସାର ପ୍ରାଥମିକ…

    Continue reading
    ନିଯୁକ୍ତି ମେଳା : ୧୩୨୬ ଜଣଙ୍କୁ ନିଯୁକ୍ତି ପତ୍ର ଦେଲେ ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ରାଜ୍ୟର ଯୁବପିଢ଼ିଙ୍କୁ ରୋଜଗାର ସୁଯୋଗ ପ୍ରଦାନ ଓ ସରକାରୀ ସେବାରେ ନିଯୁକ୍ତିକୁ ଗୁରୁତ୍ୱ ଦେଇ ଭୁବନେଶ୍ୱରରେ ରାଜ୍ୟସ୍ତରୀୟ ନିଯୁକ୍ତି ମେଳା ଆୟୋଜିତ ହୋଇଛି। ଏହି ଅବସରରେ ୧୩୨୬ ଜଣ ନବନିଯୁକ୍ତ ପ୍ରାର୍ଥୀଙ୍କୁ ମୁଖ୍ୟମନ୍ତ୍ରୀ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି।ରାଜ୍ୟ ସରକାରଙ୍କ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ