କିମ୍‍ସରେ ଅଢ଼େଇ ବର୍ଷ ଶିଶୁର ବିରଳ ଅସ୍ତ୍ରୋପଚାର

ଭୁବନେଶ୍ୱର: କିମ୍‍ସର ୭ଟି ବିଭାଗର ୧୫ଜଣ ଡାକ୍ତର ଓ ବିଶେଷଜ୍ଞଙ୍କ ଅକ୍ଳାନ୍ତ ପରିଶ୍ରମ ଫଳରେ ନୂଆ ଜୀବନ ପାଇଛି ଜଣେ ୨ ବର୍ଷ ୭ ମାସ ବୟସର ଶିଶୁ କନ୍ୟା। ପ୍ରଥମ ଥର ପାଇଁ ଓଡ଼ିଶାର କିମ୍‍ସରେ ଏଭଳି ଏକ ଜଟିଳ ଯକୃତ ଅସ୍ତ୍ରୋପଚାର ଉଦାହରଣ ସୃଷ୍ଟି କରିଛି। ଶିଶୁର ଯକୃତରେ ହେପାଟୋବ୍ଲାଷ୍ଟୋମା ନାମକ ଏକ ବିରଳ ଟ୍ୟୁମର ହୋଇଥିଲା। ଏହା ଶିଶୁଟିର ଫୁସ୍‍ଫୁସ୍‍ ପର୍ୟ୍ୟନ୍ତ ବ୍ୟାପିଯାଇଥିଲା। ଶିଶୁଟି ପେଟରେ ମାସ ମାସ ଧରି ଯନ୍ତ୍ରଣା ଅନୁଭବ କରିବା ସହ ପେଟ ଫୁଲି ରହୁଥିଲା ଏବଂ ତାର ଭୋକ କମିଯାଇଥିଲା। ବହୁ ଡାକ୍ତରଖାନାରେ ଚିକିତ୍ସା ପରାମର୍ଶ ନେଇଥିଲେ ମଧ୍ୟରେ ଶିଶୁଟିକୁ ଯନ୍ତ୍ରଣାରେ ଉପଶମ ମିଳି ନଥିଲା। ପରେ ଶିଶୁଟିର ବାପା ମା ତାକୁ କିମ୍‍ସକୁ ଆଣି ଡାକ୍ତରଙ୍କ ସହ ପରାମର୍ଶ କରିଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ପରୀକ୍ଷା ନିରୀକ୍ଷା ପରେ ଶିଶୁଟିର ଯକୃତରେ ହେପାଟୋବ୍ଲାଷ୍ଟୋମା ନାମକ ବିରଳ ଟ୍ୟୁମର ହୋଇଥିବା ଜଣାପଡ଼ିଥିଲା। କିମ୍‍ସ ହେମାଟୋ ଅନ୍‍କୋଲୋଜିଷ୍ଟ ଡା ପଳାସ ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତୁରନ୍ତ କେମୋଥେରାପି ଆରମ୍ଭ କରାଯାଇଥିଲା। କେମୋ ଦେବା ପରେ ଶିଶୁଟିର ଅବସ୍ଥାରେ ଉନ୍ନତି ଆସିଥିଲେ ମଧ୍ୟ ଅସ୍ତ୍ରୋପଚାର ଦୃଷ୍ଟିରୁ ଟ୍ୟୁମରଟି ବଡ଼ ଥିଲା। ଶିଶୁଟିର ଏଭଳି ଅବସ୍ଥାରେ କିମ୍‍ସର ଇଣ୍ଟରଭେନ୍‍ସନାଲ୍‍ ରେଡିଓଲୋଜିଷ୍ଟ ଡା. ସ୍ୱାତୀ ଦାସଙ୍କ ପରାମର୍ଶ କ୍ରମେ ଟେସ୍‍ (ଟ୍ରାନ୍‍ସଆର୍ଟେରିଆଲ୍‍ କେମୋଏମ୍ବୋଲାଇଜେସନ୍‌) ପ୍ରକ୍ରିୟାରେ କେମୋ ପ୍ରଦାନ କରାଯାଇଥିଲା। ଏହି ପ୍ରକ୍ରିୟାରେ ଟ୍ୟୁମରକୁ ଯାଇଥିବା ରକ୍ତବାହୀ ନଳୀରେ କେମୋ ପ୍ରଦାନ କରାଯାଇଥିଲା। ଆଶ୍ଚର୍ୟ୍ୟଜନକ ଭାବେ ଏହି ପ୍ରକ୍ରିୟାରେ ଟ୍ୟୁମରଟିର ଆକାର ହ୍ରାସ ପାଇଥିଲା। ଫଳରେ ଅସ୍ତ୍ରୋପଚାର ପାଇଁ ସହଜ ହୋଇଥିଲା। ପରେ ୭ଟି ବିଭାଗର ୧୫ଜଣ ଡାକ୍ତରଙ୍କ ମିଳିତ ସହଯୋଗରେ ଶିଶୁଟିର ଯକୃତ ଟ୍ୟୁମରର ଅସ୍ତ୍ରୋପଚାର କରାଯାଇଥିଲା। ଏଥିରେ ଶିଶୁ ଶଲ୍ୟ ବିଭାଗ ମୁଖ୍ୟ ଡା. ପି. କେ ଜେନାଙ୍କ ନେତୃତ୍ୱରେ ସର୍ଜିକାଲ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଶେଷଜ୍ଞ ଡା ବେଦବ୍ୟାସ ମହାପାତ୍ର, ଶିଶୁ ଶଲ୍ୟ ବିଶେଷଜ୍ଞ ଡା. ବର୍ଷା ଏମ୍‍ ତୋତାଦ୍ରିଙ୍କ ଦ୍ୱାରା ନିଶ୍ଚେତକ ଟିମ୍‍ର ସହଯୋଗରେ ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ପରେ ଶିଶୁ ବିଭାଗ ଆସିୟୁରେ ଶିଶୁରୋଗ ଗ୍ୟାଷ୍ଟ୍ରୋଏଣ୍ଟେରୋଲୋଜି ବିଶେଷଜ୍ଞ ଡା. ଜିତେନ ସାହୁ ଓ ଆସିୟୁ ଟିମ୍‍ ଶିଶୁର ଉପଯୁକ୍ତ ଯତ୍ନ ନେଇଥିଲେ। ଏବେ ଶିଶୁଟି ସମ୍ପୂର୍ଣ୍ଣ ସୁସ୍ଥ ଅଛି। ଖବରରେ ସନ୍ତୋଷ ପ୍ରକାଶ କରି କିଟ୍‍, କିସ୍‍ ଓ କିମ୍‍ସ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ଡାକ୍ତରୀ ଦଳକୁ ଅଭିନନ୍ଦନ ଜଣାଇବା ସହ ଶିଶୁର ସୁସ୍ଥ ଜୀବନ କାମନା କରିଛନ୍ତି।

  • Related Posts

    ଏସୀୟ କ୍ରୀଡା ; ହାରିଲା ପାକିସ୍ତାନ; ଟିମ୍ ଇଣ୍ଡିଆ ଜିତିଲା ସ୍ୱର୍ଣ୍ଣ ପଦକ

    ନୂଆଦିଲ୍ଲୀ : ଏସୀୟ କ୍ରୀଡାରେ ଇତିହାସ ରଚିଲା ଭାରତ। କ୍ରିକେଟରେ ସ୍ୱର୍ଣ୍ଣ ପଦକ ଜିତିଲା ଭାରତ। ଫାଇନାଲରେ ପାକିସ୍ତାନକୁ ହରାଇ ସୁନା ଜିତିଲା ଟିମ୍ ଇଣ୍ଡିଆ। ଲଗାତାର ୨ୟ ଥର ପାଇଁ ସ୍ୱର୍ଣ୍ଣ ପଦକ ହାତେଇଲା ଭାରତ। ୧୯ ରନରେ ପାକିସ୍ତାନକୁ…

    Continue reading
    ଲଭଲିନା ରଚିଲେ ଇତିହାସ, ମେରି କମଙ୍କ ପରେ ସ୍ବର୍ଣ୍ଣ ଜିତିଥିବା ଦ୍ବିତୀୟ ଭାରତୀୟ

    ଭାରତୀୟ ବକ୍ସର ଲଭଲିନା ବୋରଗୋହେନ ୨୦୨୬ ଏସୀୟ କ୍ରୀଡ଼ାରେ ଦେଶ ପାଇଁ ସ୍ୱର୍ଣ୍ଣ ପଦକ ଜିତି ଇତିହାସ ରଚିଛନ୍ତି । ମହିଳା ୭୫ କିଲୋଗ୍ରାମ ବର୍ଗର ଫାଇନାଲରେ ଚୀନର ବକ୍ସର ବାଓ ଜିୟିଙ୍କୁ ୫-୦ରେ ପରାସ୍ତ କରିଛନ୍ତି । ପ୍ରଥମ ଦୁଇ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ