କିଶୋର ନ୍ୟାୟ ଅଧିନିୟମ – ଦଶନ୍ଧିର କାର୍ଯ୍ୟାନ୍ୱୟନ ଏବଂ ଆଗାମୀ ପଥ ସମ୍ପର୍କିତ କର୍ମଶାଳା

ଦେବଗଡ଼:ଜିଲ୍ଲା ନ୍ୟାୟଳୟର ସମ୍ମିଳନୀ କକ୍ଷରେ କିଶୋର ନ୍ୟାୟ ଅଧିନିୟମ – ଦଶନ୍ଧିର କାର୍ଯ୍ୟାନ୍ୱୟନ ଏବଂ ଆଗାମୀ ପଥ ସମ୍ପର୍କିତ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ସିଭିଲ କୋର୍ଟର ରେଜିଷ୍ଟ୍ରର ବିଶ୍ଵଜିତ ମହାପାତ୍ରଙ୍କ ଅଧ୍ୟକ୍ଷତା ଓ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ରୋମିଓ ମହାପାତ୍ରଙ୍କ ପରିଚାଳନାରେ ଅନୁଷ୍ଠିତ କର୍ମଶାଳାକୁ ଜିଲ୍ଲା ଓ ଦୌରାଜଜ ଦେବାଶିଷ ରାଉତ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଅନୁଷ୍ଠାନିକ ଶୁଭାରମ୍ଭ କରିବା ସହ ନିଜର ବକ୍ତବ୍ୟ ରଖିଥିଲେ।ଅତିରିକ୍ତ ଜିଲ୍ଲା ବିଚାରପତି ମଧୁମିତା ମହାନ୍ତି,ସିଭିଲ କୋର୍ଟ ବିଚାରପତି ମନୋରଞ୍ଜନ ମିଶ୍ର,ମହିଳା କୋର୍ଟ ବିଚାରପତି ସାନ୍ତାଶ୍ରୀ ମହାନ୍ତି,ଏସଡିଜେଏମ ଧନଞ୍ଜୟ ନାୟକ,ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସୃଜନ ସାରସ୍ଵତ , ଜିଲ୍ଲା ଓକିଲ ସଂଘ ସଭାପତି ପ୍ରମଥେଶ ଗୁରୁ, ସମ୍ପାଦକ ସିଦ୍ଧେଶ୍ଵର ଗୁରୁ ,କିଶୋର ନ୍ୟାୟ ବୋର୍ଡରଏପିପି ରିଙ୍କୁ ନାଥ,କିଶୋର ନ୍ୟାୟ ବୋର୍ଡ ସଦସ୍ୟ ଦୈତାରୀ ଦ୍ବିବେଦୀ ଓ ପ୍ରବୀଣା ମିଶ୍ର ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କିଶୋର ନ୍ୟାୟ ବ୍ୟବସ୍ଥାରେ ପରିବର୍ତ୍ତନ,ଉପଲବ୍ଧି ଓ କାର୍ଯ୍ୟାନ୍ୱୟନରେ ପ୍ରତିବନ୍ଧକ ସମ୍ପର୍କରେ ଆଲୋଚନା କରିଥିଲେ।କର୍ମାଶଳାରେ ପ୍ରଶାସନିକ ଅଧିକାରୀ,ପୁଲିସ, କୋର୍ଟର କର୍ମଚାରୀ,ଆଇନ ସେବା ପ୍ରାଧିକରଣ କର୍ମଚାରୀ,ଆଇନଜିବୀ ,ସ୍ଵେଛାସେବୀ ଅନୁଷ୍ଠାନର ସଦସ୍ୟ,ଶିଶୁ ମଙ୍ଗଳ କମିଟି, କିଶୋର ନ୍ୟାୟ ବୋର୍ଡର ସଦସ୍ୟ ଉପସ୍ଥିତ ଥିଲେ।

  • Related Posts

    ଦାଦନ ମୃତକଙ୍କ ପରିବାର ପାଖରେ ‘ସ୍ୱାକ୍‌’,ଅସହାୟ ପରିବାରକୁ ରାସନ, ପୋଷାକ ଓ ସହାୟତା ପ୍ରଦାନ

    ଘୁ.ଉଦୟଗିରି: ସ୍ୱାଧୀନତା ଦିବସ ଅବସରରେ ମାନବିକତାର ଏକ ନିଆରା ଉଦାହରଣ ସୃଷ୍ଟି କରିଛି ‘ସୋସିଆଲ୍ ୱର୍କର୍ସ ଅଫ୍ କନ୍ଧମାଳ’ (ସ୍ୱାକ୍‌)। କେରଳରେ ଦାଦନ ଶ୍ରମିକ ଭାବେ କାମ କରୁଥିବା ସମୟରେ ଗତ ୯ ଅଗଷ୍ଟରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଟିକାବାଲି ବ୍ଲକ…

    Continue reading
    ନିଶାମୁକ୍ତ ଓଡ଼ିଶା ସହ ଆଧୁନିକ ପୋଲିସ ବାହିନୀ ଗଠନ ଆମର ଲକ୍ଷ୍ୟ: ଡିଜିପି

    ଭୁବନେଶ୍ୱର, : ଅଗଷ୍ଟ ୨୦୨୪ରୁ ଜୁଲାଇ ୨୦୨୬ ମଧ୍ୟରେ ଆଇନ-ଶୃଙ୍ଖଳା ରକ୍ଷା, ଅପରାଧ ନିୟନ୍ତ୍ରଣ, ନକ୍ସଲ ଦମନ, ନିଶାଦ୍ରବ୍ୟ ବିରୋଧୀ ଅଭିଯାନ, ମହିଳା ଓ ଶିଶୁ ସୁରକ୍ଷା, ସାଇବର ଅପରାଧ ଦମନ, ଉପକୂଳ ସୁରକ୍ଷା, ଅପରାଧ ଦମନ, ଦୋଷୀ ସାବ୍ୟସ୍ତ ହାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ