କୃଷି ବଜେଟ ଅର୍ଥ ଖର୍ଚ୍ଚରେ ଦେଶରେ ନମ୍ବର ୧ ଓଡ଼ିଶା: କୃଷି ମନ୍ତ୍ରୀ

ଭୁବନେଶ୍ବର: ଓଡ଼ିଶା କୃଷି ଓ ବୈଜ୍ଞାନିକ ବିଶ୍ୱବିଦ୍ୟାଳୟର ୬୪ତମ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ପ୍ରତିଷ୍ଠା ଦିବସରେ ଯୋଗଦେଇ କୃଷି ମନ୍ତ୍ରୀ କହିଛନ୍ତି ଯେ, କୃଷି ବଜେଟ ଅର୍ଥ ଖର୍ଚ୍ଚରେ ଦେଶରେ ନମ୍ବର ୧ ପାଲଟିଛି ଓଡ଼ିଶା । ଗତ ବର୍ଷ ୮୫ ପ୍ରତିଶତ ଖର୍ଚ୍ଚ ହୋଇଛି । ଚଳିତ ବର୍ଷ ୮୧ ପ୍ରତିଶତ ଖର୍ଚ୍ଚ ହୋଇ ସାରିଛି । ପୂର୍ବରୁ କଳାହାଣ୍ଡି ଜିଲ୍ଲା ଚାଷୀ ଆତ୍ମହତ୍ୟାକୁ ନେଇ ବଦନାମ ଥିଲା ହେଲେ ଏବେ ଓଡ଼ିଶାର ଭାତ ହାଣ୍ଡି ପାଲଟିଛି । ଚାଷୀଙ୍କ ଉଦ୍ୟମ ଓ ପରିଶ୍ରମ ଫଳରେ ଓଡିଶାର ଜିନିଷ ଦେଶ ବାହାରେ ବିକ୍ରି ପାଇଁ ଯାଉଛି । ପୂର୍ବରୁ ଆମ୍ବ କିଲୋଗ୍ରାମ ପିଛା ୨୦ ଟଙ୍କାରେ ଆମ୍ବ ଓଡ଼ିଶାରେ ବିକ୍ରି ହେଉଥିଲା । ଏବେ ୫୫ ଟଙ୍କା କେଜି ଅନୁସାରେ ୟୁଏଇ, ଦୁବାଇ, ଲଣ୍ଡନ ଓ ପ୍ୟାରିସକୁ ରପ୍ତାନି ହୋଇଛି । ବୋଲି କହିଛନ୍ତି ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ତଥା କୁଳପତି ଡକ୍ଟର୍ ହରିବାବୁ କମ୍ଭମପତି, ଉପ ମୁଖ୍ୟମନ୍ତ୍ରୀ ତଥା କୃଷି ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ମତ୍ସ୍ୟ ଓ ପଶୁ ସମ୍ପଦ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ, ବିଧାୟକ ବାବୁ ସିଂ ଓ ଓୟୁଏଟିର କୁଳପତି ପ୍ରଭାତ କୁମାର ରାଉଳ ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟପାଳ ନିଜ ଅଭିଭାଷଣରେ କହିଥିଲେ, ଚାଷୀମାନଙ୍କୁ ଉପଯୁକ୍ତ ଟ୍ରେନିଂ ଦିଆଯାଉଥିବା ସତ୍ବେ କାହିଁକି ଏହାକୁ କାର୍ଯ୍ୟରେ ଲଗାଇ ପାରୁନାହାନ୍ତି ଚାଷୀ । ବିଭିନ୍ନ କୃଷି ବିଜ୍ଞାନ କେନ୍ଦ୍ର ପରିଦର୍ଶନ କରିବା ବେଳେ ଏଭଳି ସମସ୍ୟା ଉପଲବ୍ଧି କରିଥିବା ନେଇ ଉଦବେଗ ପ୍ରକାଶ କରି ରାଜ୍ୟପାଳ ଏହାର ସମାଧାନ ପାଇଁ ବିଭିନ୍ନ ଚାଷକୁ ନେଇ ପ୍ରୋଜେକ୍ଟ ପ୍ରୋଫାଇଲ ବିଶ୍ୱବିଦ୍ୟାଳୟ ଉନ୍ମୋଚନ କରୁ ବୋଲି କହିଛନ୍ତି ରାଜ୍ୟପାଳ । ଏହା ସହ ରାଜ୍ୟ ପାଖରେ ସବୁ ସାଧନ ଥାଇ କାହିଁକି ମାଛ ଉତ୍ପାଦନରେ ଓଡ଼ିଶା ପଛରେ ବୋଲି ପ୍ରଶ୍ନ କରିଥିଲେ ରାଜ୍ୟପାଳ ହରିବାବୁ କମ୍ଭମପତି ।

  • Related Posts

    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading
    ବଡ଼ ଭାଇକୁ ହତ୍ୟା କଲା ସାନ

    ବ୍ରଜରାଜନଗର: ଝାରସୁଗୁଡ଼ାଜିଲ୍ଲା ଲଖନପୁର ଥାନା ଅନ୍ତର୍ଗତ କୁଶ୍ରାଲୋଇ ଖପରପଡ଼ା ଗାଁରେ ଭାଇ ହାତରେ ଭାଇର ହତ୍ୟା ଭଳି ଅଭାବନୀୟ ଘଟଣା ଘଟିଛି। ମୃତକ ଜଣକ ଅଢାପଡା (ଖପରପଡ଼ା)ର ସୁଦର୍ଶନ ଓରାମ (୩୯) ଓ ଅଭିଯୁକ୍ତ ତାଙ୍କ ସାନ ଭାଇ କିଶୋର ଓରାମ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ