ଭୁବନେଶ୍ୱର,୨୦ ଏପ୍ରିଲ ୨୦୨୬: ଏପ୍ରିଲରେ ଶେଷ ସପ୍ତାହରେ ଗ୍ରହଙ୍କ ଚଳନରେ ଏକ ବଡ ପରିବର୍ତ୍ତନ ହେବାକୁ ଯାଉଛି। ୨୦ ଏପ୍ରିଲ ୨୦୨୬ରେ କେତୁ ନକ୍ଷତ୍ର ପରିବର୍ତ୍ତନ କରୁଛନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଏହାର ପ୍ରଭାବ ଅନେକ ରାଶି ଉପରେ ପଡ଼ିବ। ମାତ୍ର କିଛି ରାଶିଙ୍କୁ ହଠାତ୍ ଧନ ଲାଭ ହେବ। କର୍ମକ୍ଷେତ୍ରରେ ଏକ ବଡ ପରିବର୍ତ୍ତନ ମଧ୍ୟ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତୁ ନିଜ ନକ୍ଷତ୍ରରେ ହିଁ ପ୍ରବେଶ କରିବେ। ଏହି ପରିବର୍ତ୍ତନ ଫଳରେ ଦୀର୍ଘ ଦିନ ପର୍ଯ୍ୟନ୍ତ ଏହାର ପ୍ରଭାବ ରହିବ। କେତୁଙ୍କର ମଘା ନକ୍ଷତ୍ରରେ ପ୍ରବେଶ ଖୁବ୍ ମହତ୍ତ୍ୱପୂର୍ଣ୍ଣ ଘଟଣା ବୋଲି କୁହାଯାଏ। ଏହି ନକ୍ଷତ୍ର ରାଜ ସୁଖ, ପିତୃ ଓ ଅଧିକାରର ପ୍ରତୀକ। ତେଣୁ ଏହି ସମୟରେ ପୂର୍ବ ପୁରୁଷଙ୍କ ଆଶୀର୍ବାଦ ଓ ଭାଗ୍ୟର ସାଥ୍ ମିଳିଥାଏ। ଏହି ସମୟରେ ହଠାତ୍ ଲାଭ, ନୂଆ ଦିଗ ଓ ଜୀବନରେ ଅନେକ ପରିବର୍ତ୍ତନ କରିଥାଏ। ତେବେ କେତୁ ନକ୍ଷତ୍ର ପରିବର୍ତ୍ତନ କରିବା ପରେ ମେଷ- ଅଟକି ଥିବା କାମ ପୂରଣ ହେବ। ବାକି ଥିବା ଧନ ମଧ୍ୟ ମିଳିବ। ଆତ୍ମବିଶ୍ୱାସ ବୃଦ୍ଧି ହେବ। କର୍କଟ- ବଡ ଚିନ୍ତାରୁ ମୁକ୍ତି ମିଳିବ। ଧନ ଲାଭର ଯୋଗ ରହିଛି। ପରିବାରରେ ହସଖୁସିର ବାତାବରଣ ରହିବ। ସିଂହ- କର୍ମକ୍ଷେତ୍ରରେ ନୂଆ ସୁଯୋଗ ଦାୟିତ୍ୱ ମିଳିବ। ଚାକିରିରେ ପଦନ୍ନୋତି ସହ ଧନ ଲାଭର ମଧ୍ୟ ଯୋଗ ରହିଛି। ଧନୁ- ଆୟରେ ବୃଦ୍ଧି ଓ ଆର୍ଥିକ ସ୍ଥିତି ମଜଭୁତ ହେବ। କେତୁ ନକ୍ଷତ୍ର ପରିବର୍ତ୍ତନ କରିବା ପରେ ହଠାତ୍ ସଭିଁଙ୍କୁ ନୂଆ ନୂଆ ସୁଯୋଗ ମିଳିବ। ଅଟକି ଥିବା କାମ ପୂରଣ ହୋଇଯିବ। ସମସ୍ୟା ଦୂର ହେବ। ଧାର୍ମିକ କାର୍ଯ୍ୟରେ ରୁଚି ରହିବ। ଜୀବନରେ ଅନେକ ନୂଆ ଘଟଣା ଘଟିବ।
ରଥଯାତ୍ରା ପାଇଁ ଅନୁକୂଳ ହେଲା ରଥକାଠ
ପୁରୀ: ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଚଳଚଞ୍ଚଳ ହୋଇଉଠିଛି ଶ୍ରୀକ୍ଷେତ୍ର ପୁରୀ। ଏହି ଶୁଭ ଦିନରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣ କାର୍ଯ୍ୟର ଅନୁକୂଳ ଆରମ୍ଭ ହୋଇଛି। ମଧ୍ୟାହ୍ନ ଧୂପ ବଢ଼ିବା ପରେ ଶ୍ରୀଜଗନ୍ନାଥଙ୍କ ଆଜ୍ଞାମାଳ ପାଇ ପୂଜାପଣ୍ଡା…



