କେନ୍ଦ୍ର କ୍ୟାବିନେଟର ମଞ୍ଜୁରି: ୨୦୩୦ ଯାଏ ଚାଲିବ ପିଏମ୍ ସ୍ୱନିଧି ଯୋଜନା

ନୂଆଦିଲ୍ଲୀ: ରାସ୍ତାକଡ଼ କ୍ଷୁଦ୍ର ବ୍ୟବସାୟୀଙ୍କୁ ଏଣିକି ଅଧିକ ଋଣ ମିଳିବ । କେନ୍ଦ୍ର କ୍ୟାବିନେଟ୍ ବୁଧବାର ପ୍ରଧାନମନ୍ତ୍ରୀ ଷ୍ଟ୍ରିଟ୍ ଭେଣ୍ଡର ଆତ୍ମନିର୍ଭର ନିଧି (ପିଏମ୍ ସ୍ୱନିଧି) ଯୋଜନାକୁ ବଢାଇଛନ୍ତି । ଏହି ଯୋଜନାକୁ ୨୦୩୦ ମାର୍ଚ୍ଚ ୩୧ ଯାଏ ବଢାଯାଇଛି । ଏହି ଯୋଜନା ପାଇଁ ଏବେ ୭,୩୩୨ କୋଟି ଟଙ୍କା ଆବଣ୍ଟନ କରାଯାଇଛି ।ସୂଚନା ଅନୁସାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଯୋଜନାର ପୁନର୍ଗଠନକୁ ମଞ୍ଜୁରି ଦିଆଯାଇଛି । ଯୋଜନା ଅଧିନରେ ପ୍ରଥମ ଥରର ଋଣ ସୀମାକୁ ୧୦ ହଜାର ଟଙ୍କାରୁ ବଢାଇ ୧୫୦୦୦ ଟଙ୍କା କରାଯାଇଛି । ଅନ୍ୟପଟେ ଦ୍ୱିତୀୟ ଋଣ ସୀମାକୁ ୨୦ ହଜାର ଟଙ୍କାରୁ ବଢାଇ ୨୫୦୦୦ ଟଙ୍କା କରାଯାଇଛି । ତୃତୀୟ ଥର ଋଣକୁ ୫୦ ହଜାର ଟଙ୍କା ରଖାଯାଇଛି ।ଅଧିକାରୀଙ୍କ ସୂଚନା ଅନସୁାରେ, ସଠିକ୍ ସମୟରେ ଦ୍ୱିତୀୟ ଋଣ ପରିଶୋଧ କରିଥିବା ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ଆକସ୍ମିକ ବ୍ୟବସାୟ ଓ ବ୍ୟକ୍ତିଗତ ଆବଶ୍ୟକତାକୁ ପୂରା କରିବା ପାଇଁ କ୍ରିକେଟ୍ କାର୍ଡ ପ୍ରଦାନ କରାଯିବ । ଏହା ବ୍ୟତୀତ ଖୁଚୁରା ଓ ହୋଲସେଲ୍ ନେଣଦେଣରେ ଡିଜିଟାଲ୍ କାରବାର କରୁଥିବା ବିକ୍ରେତାଙ୍କୁ ୧୬୦୦ ଟଙ୍କାର ପ୍ରୋତ୍ସାହନ ରାଶି ଦିଆଯିବ । ଏବେ ନୂଆ ଯୋଜନା ଅଧିନରେ ୫୦ ଲକ୍ଷ ନୂତନ ଷ୍ଟ୍ରିଟ୍ ଭେଣ୍ଡର ସମେତ ୧.୧୫ କୋଟି ଲାଭାର୍ଥୀ ଉପକୃତ ହୋଇପାରିବେ ।ଅଧିକାରୀଙ୍କ କହିବା ଅନୁସାରେ, ଯୋଜନାର କ୍ରିୟାନ୍ୱୟନ ଗୃହ ଓ ନଗର ଉନ୍ନୟନ ମନ୍ତ୍ରଣାଳୟ ଓ ବିତ୍ତୀୟ ସେବା ବିଭାଗର ମିଳିତ ଦାୟିତ୍ୱ ହେବ । ଗୃହ ଓ ନଗର ଉନ୍ନୟମ ମନ୍ତ୍ରଣାଳୟ ଯୋଜନାର ପରିଚାଳନା କରିବ । ଅନ୍ୟପଟେ ଡିଏଫଏସ୍ ବ୍ୟାଙ୍କ ଅନ୍ୟ ବିତ୍ତୀୟ ଅନୁଷ୍ଠାନ ଜରିଆରେ ଋଣ ଓ କ୍ରେଡିଟ୍ କାର୍ଡ ଯୋଗାଇବ ।କେନ୍ଦ୍ର ସରକାର କରୋନା ମହାମାରୀ ବେଳେ ଖରାପ ସ୍ଥିତିର ସାମନା କରୁଥିବା ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ସହାୟତା ଦେବା ପାଇଁ ୨୦୨୦ ଜୁନ୍ ୧ରେ ପିଏମ୍ ସ୍ୱନିଧି ଯୋଜନା ଆରମ୍ଭ କରିଥିଲେ । ଯୋଜନା ଅଧିନରେ ଜୁଲାଇ ୩୦ ସୁଦ୍ଧା ୬୮ ଲକ୍ଷରୁ ଅଧିକ ଷ୍ଟ୍ରିଟ୍ ଭେଣ୍ଡରଙ୍କୁ ୧୩,୭୯୭ କୋଟି ଟଙ୍କାର ୯୬ ଲକ୍ଷରୁ ଅଧିକ ଋଣ ପ୍ରଦାନ କରାଯାଇଛି ।

  • Related Posts

    ଏନକାଉଣ୍ଟର: ୪ମାଓବାଦୀ ନିହତ

    ମହାରାଷ୍ଟ୍ର: ମହାରାଷ୍ଟ୍ର ଗଡଚିରୋଲି ଜିଲ୍ଲାରେ ଏନକାଣ୍ଟର । ସୁରକ୍ଷା କର୍ମୀଙ୍କ ଗୁଳିରେ ଚାରି ଜଣ ହାଡକୋର ମାଓବାଦୀ ନିହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ପୁରୁଷ ଓ ୩ ଜଣ ମହିଳା ମାଓବାଦୀ ରହିଛନ୍ତି । ମୃତ ମାଓବାଦୀଙ୍କ ନିକଟରୁ…

    Continue reading
    ଆତ୍ମସମର୍ପଣ କଲେ ୩୦ ମାଓବାଦୀ

    ବିଜାପୁର: ମାଓମୁକ୍ତ ଅଭିଯାନରେ ଛତିଶଗଡ ପୁଲିସକୁ ବଡ ସଫଳତା ମିଳିଛି । ବିଜାପୁରରେ ୩୦ଜଣ ମାଓବାଦୀ ଆତ୍ମସମର୍ପଣ କରିଥିବା ସୂଚନା ମିଳିଛି । ୩୦ଜଣଙ୍କ ମଧ୍ୟରେ ୯ଜଣ ମହିଳା ଓ ୨୦କ୍ୟାଡର ମାଓବାଦୀ ରହିଛନ୍ତି । ଏହି ସବୁ ମାଓବାଦୀଙ୍କ ମୁଣ୍ଡ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଲଟିଲା ଡ଼ଙ୍ଗା, ଜଣେ ନିଖୋଜ

    ଓଲଟିଲା ଡ଼ଙ୍ଗା, ଜଣେ ନିଖୋଜ

    ସ୍ୱାମୀ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର,ସ୍ୱାମୀ ମୃତ

    ସ୍ୱାମୀ ସ୍ତ୍ରୀଙ୍କ ଉପରେ ଚଢ଼ିଗଲା କାର,ସ୍ୱାମୀ ମୃତ

    ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ

    ମହାନଦୀ ଜଳ ବିବାଦ, ଆଜି ରାୟପୁରରେ ଗୋଲଟେବୁଲ ବୈଠକ

    ଆସୁଛି ଆଉ ଏକ ଲଘୁଚାପ

    ନୂଆଁଖାଇ ଜଣାଇଲେ ମୁଖ୍ୟମନ୍ତ୍ରୀ

    ନୂଆଁଖାଇ ଜଣାଇଲେ ମୁଖ୍ୟମନ୍ତ୍ରୀ

    ‘ନୂଆଁଖାଇ’ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର

    ‘ନୂଆଁଖାଇ’ ଶୁଭେଚ୍ଛା ଜଣାଇଲେ ଧର୍ମେନ୍ଦ୍ର