କେରଳମ୍ ଛୁଇଁଲା ମୌସୁମୀ ବାୟୁ

କେରଳମ୍ ଛୁଇଁଲା ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଦିଆଯାଇଛି ଏହି ସୂଚନା। ସାଧାରଣତଃ ଜୁନ୍ ୧ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁଥାଏ। ଚଳିତ ବର୍ଷ ମେ’ ୨୬ ତାରିଖରେ ମୌସୁମୀ ବାୟୁ କେରଳମ୍ ଛୁଇଁବ ବୋଲି ଆଇଏମ୍‌ଡି ପକ୍ଷରୁ ଆକଳନ କରାଯାଇଥିଲା। କିନ୍ତୁ ମୌସୁମୀ ବିଳମ୍ବରେ ଆଜି କେରଳମ୍‌ ଛୁଇଁଛି।

ଆଜି କେରଳରେ ମୌସୁମୀ ପ୍ରବେଶ କରିବା ପରେ, ଆଗାମୀ କିଛି ଦିନ ମଧ୍ୟରେ ରାଜସ୍ଥାନ, ପଞ୍ଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ମଧ୍ୟପ୍ରଦେଶ, ଛତିଶଗଡ଼, ତେଲଙ୍ଗାନା, ଓଡ଼ିଶା, ଉତ୍ତରାଖଣ୍ଡ ଏବଂ ହିମାଚଳ ପ୍ରଦେଶ ସମେତ ୨୫ଟି ରାଜ୍ୟରେ ବର୍ଷା, ଝଡ଼ବର୍ଷା ଏବଂ ପ୍ରବଳ ପବନ ହେବାର ସମ୍ଭାବନା ରହିଛି। ଓଡ଼ିଶାରେ ଚାରି ଦିନ ଧରି ଝଡ଼ବର୍ଷା ଏବଂ ବଜ୍ରପାତ ହୋଇପାରେ। ରାଜସ୍ଥାନ, ହିମାଚଳ ଏବଂ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷା ଏବଂ କୁଆପଥର ବର୍ଷା ହେବା ନେଇ ସତର୍କ କରାଯାଇଛି।

କେରଳରେ ମୌସୁମୀ ପ୍ରବେଶ ଏବଂ ପ୍ରାକ ମୌସୁମୀ କାର୍ଯ୍ୟକଳାପ ଯୋଗୁ ଦିଲ୍ଲୀରେ ମଧ୍ୟ ଦୁଇ ଦିନ ବର୍ଷା ପାଇଁ ୟେଲୋ ସତର୍କତା ଜାରି ରହିବ। ଦିଲ୍ଲୀର ଆକାଶ ସାଧାରଣତଃ ଦୁଇ ଦିନ ପାଇଁ ମେଘୁଆ ରହିବ। ସକାଳ ଏବଂ ସାରେ ଝଡ଼ବର୍ଷା ସହିତ ହାଲୁକା ବର୍ଷା ସମ୍ଭବ। ଘଣ୍ଟା ପ୍ରତି ୪୦-୫୦ କିଲୋମିଟର ବେଗରେ ପ୍ରବଳ ପବନ ବହିବ। ସକାଳରୁ ଅପରାହ୍ନ ପର୍ଯ୍ୟନ୍ତ ଘଣ୍ଟା ପ୍ରତି ୬୦ କିଲୋମିଟର ବେଗରେ ପବନ ବହିପାରେ। ଏହା ପରେ, ପାଗ ସଫା ହୋଇଯିବ ଏବଂ ଗରମ ବଢ଼ିପାରେ।

  • Related Posts

    ଖୁବଶୀଘ୍ର ଭୁବନେଶ୍ୱର-ଜୟପୁର ବିମାନସେବା:ଅପରାଜିତା

    ଭୁବନେଶ୍ୱର : ଖୁବଶୀଘ୍ର ଭୁବନେଶ୍ୱର-ଜୟପୁର ବିମାନସେବା। ଏଥିସହିତ ଭୁବନେଶ୍ୱର ବିମାନ ବନ୍ଦର ତୃତୀୟ ଏୟାର ଟର୍ମିନାଲ କୁ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରାଯିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଙ୍କ ସହିତ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ର…

    Continue reading
    ତେଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

    ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ଭୟାବହ ଅଗ୍ନିକାଣ୍ଡ। ଉଲୁଣ୍ଡା ବ୍ଲକ ସାହାଣୀଡିହ ଶ୍ରୀ ଜଗଦମ୍ବା ତେଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି । ଏନେଇ ଖବର ପାଇ ନିଆଁକୁ ଆୟତ୍ତ କରିବା ପାଇଁ ବିନିକା ଅଗ୍ନିଶମ ବିଭାଗ ଉଦ୍ୟମ ଜାରି ରଖିଛି । ଫ୍ୟାକ୍ଟ୍ରିରେ ନିଆଁ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ