କେରଳରେ ପୁଣି ମଙ୍କିପକ୍ସ ଆତଙ୍କ

ନୂଆଦିଲ୍ଲୀ: କେରଳରେ ପୁଣି ଥରେ ମଙ୍କିପକ୍ସ (ଏମ୍‌ପକ୍ସ) ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ଦୁଇ ଜଣ ସଂକ୍ରମିତ ୟୁଏଇରୁ ଫେରିଥିବା ଜଣାପଡ଼ିଛି । କେରଳର ସ୍ବାସ୍ଥ୍ୟ ମନ୍ତ୍ରୀ ବୀଣା ଜର୍ଜ କହିଛନ୍ତି, ରାଜ୍ୟରେ ୨ଟି ମଙ୍କିପକ୍ସ ମାମଲା ସାମ୍ନାକୁ ଆସିଛି । ନିକଟରେ ୟୁଏଇରୁ କେରଳ ଫେରିଥିବା ଦୁଇ ଜଣ ପୁରୁଷ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।

ସ୍ବାସ୍ଥ୍ୟ ମନ୍ତ୍ରୀ ଦେଇଥିବା ସୂଚନା ଅନୁସାରେ, ପ୍ରଥମେ ଓ୍ବାୟନାଡ୍‌ର ଜଣେ ବ୍ୟକ୍ତି ସଂକ୍ରମିତ ହୋଇଥିଲେ । ପରେ କନ୍ନୁରରୁ ଦ୍ବିତୀୟ ବ୍ୟକ୍ତିଙ୍କ ଠାରେ ମଙ୍କିପକ୍ସ ଭୂତାଣୁ ମିଳିଥିଲା । ଦୁଇ ଜଣ ବ୍ୟକ୍ତି ସଂକ୍ରମିତ ହେବା ପରେ, ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ସତର୍କ ରହିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ଚଳିତ ବର୍ଷ ବିଶ୍ବରେ ମଙ୍କିପକ୍ସ ମାମଲା ବୃଦ୍ଧି ମଧ୍ୟରେ ପ୍ରଥମେ ଭାରତର କେରଳରେ ଏହି ମାମଲା ରେକର୍ଡ କରାଯାଇଥିଲା ।

ଏହି ପରିପ୍ରେକ୍ଷୀରେ ବିଦେଶରୁ ରାଜ୍ୟକୁ ଫେରୁଥିବା ଲୋକମାନଙ୍କ ଲାଗି ଆଇସୋଲେସନ୍‌ର ଗୁରୁତ୍ବକୁ ଦୋହରାଇଛନ୍ତି ସରକାର । ସେପଟେ ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ଲୋକେ ୨୧ ଦିନ ପର୍ୟ୍ୟନ୍ତ ସଜାଗ ରହିବାକୁ କୁହାଯାଇଛି । ମଙ୍କିପକ୍ସ, କୋଭିଡ-୧୯ କିମ୍ବା ଏଚ୧ଏନ୧ ଭଳି ବାୟୁ ବାହିତ ରୋଗ, ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଲେ ବ୍ୟାପିଥାଏ । ଏହି ଭୂତାଣୁ ବୃଦ୍ଧ, ଶିଶୁ ଏବଂ ଗର୍ଭବତୀ ମହିଳାଙ୍କୁ ବେଶୀ ପ୍ରଭାବିତ କରେ । ମଙ୍କିପକ୍ସ ସଂକ୍ରମିତଙ୍କ ଠାରେ ଜ୍ବର, ଭୀଷଣ ମୁଣ୍ଡବିନ୍ଧା, ଗଣ୍ଠି ବ୍ୟଥା, ପିଠି ଏବଂ ମାଂସପେଶୀରେ ଯନ୍ତ୍ରଣା ଆଦି ଲକ୍ଷ୍ୟଣ ଦେଖାଯାଏ ।

  • Related Posts

    ଝାଡ଼ଖଣ୍ଡରେ ଜିଦରେ ଅଟଳ ଛାତ୍ରଛାତ୍ରୀ, ଆଜି ବିଧାନସଭା ଘେରାଉ

    ରାଞ୍ଚି (ଝାଡ଼ଖଣ୍ଡ): JPSC ଏବଂ JSSC ପରୀକ୍ଷାରେ ଅନିୟମିତତା ବିରୋଧରେ ଦୀର୍ଘ 17 ଦିନ ଧରି ଝାଡ଼ଖଣ୍ଡରେ ଛାତ୍ର ଅନ୍ଦୋଳନ ଚାଲିଛି । ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ସରକାର ଓ ଛାତ୍ରଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିନାହିଁ । ଛାତ୍ରଛାତ୍ରୀମାନଙ୍କ…

    Continue reading
    ହେମନ୍ତ ସୋରେନଙ୍କ ଜନ୍ମଦିନରେ ଶୁଭେଚ୍ଛା ଜଣାଇଲେ ମୋଦି

    ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ଛାତ୍ରମାନେ ବର୍ତ୍ତମାନ ବିଶାଳ ପ୍ରତିବାଦ କରୁଛନ୍ତି, ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ବିରୋଧ କରି ଅନେକ ଲୋକ ଅନଶନ କରୁଛନ୍ତି। ଏହି ଆନ୍ଦୋଳନ ଅନେକ ଦିନ ଧରି ଚାଲିଛି, ଏବଂ ସରକାର ଛାତ୍ରମାନଙ୍କ ସହିତ ଆଲୋଚନା କରିବାକୁ ଚେଷ୍ଟା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ