
ତିରୁଅନନ୍ତପୁରମ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କେରଳ ଗସ୍ତରେ ଯାଇଥିବାବେଳେ ଏକାଧିକ ନିର୍ବାଚନ ସଭାକୁ ସମ୍ବୋଧିତ କରିଛନ୍ତି। ତିରୁଭାଲା ସହରରେ ଆୟୋଜିତ ଏକ ସଭାରେ ଭାଷଣ ଦେବା ଅବସରରେ ମୋଦୀ କହିଛନ୍ତି ଯେ ରାଜ୍ୟରେ କ୍ଷମତାସୀନ ଏଲଡିଏଫ୍ (ଲେଫ୍ଟ ଡେମୋକ୍ରାଟିକ ଫ୍ରଣ୍ଟ) ସରକାର ଦୁର୍ନୀତିରେ ବୁଡି ରହିଥିବାରୁ ଲୋକହିତକର କାର୍ୟ୍ୟ ଏକ ସ୍ବପ୍ନ ପାଲଟିଛି।
କେବଳ ବିଜେପି କ୍ଷମତାକୁ ଆସିଲେ ରାଜ୍ୟରେ ବିକାଶ ସମ୍ଭବ ହୋଇପାରିବ ବୋଲି ମୋଦୀ କହିଛନ୍ତି। ଏହି ପ୍ରସଙ୍ଗରେ ମୋଦୀ କେନ୍ଦ୍ରରେ ପୂର୍ବରୁ କ୍ଷମତାସୀନ ୟୁପିଏ ସରକାରଙ୍କୁ ସମାଲୋଚନା କରିଛନ୍ତି। ମୋଦୀ କହିଛନ୍ତି ୟୁପିଏ ୨୦୦୪ରୁ ୨୦୧୪ ପର୍ୟ୍ୟନ୍ତ ଶାସନ କ୍ଷମତାରେ ଥିବାବେଳେ କେରଳକୁ ଯେଉଁ ଅନୁଦାନ ଦେଇଥିଲା, ଏନଡିଏ ସରକାର ସେହି ତୁଳନାରେ ଯଥେଷ୍ଟ ଅଧିକ ଅନୁଦାନ ଦେଇଥିବା ମୋଦୀ କହିଛନ୍ତି। ସେ ଆହୁରି କହିଛନ୍ତିି ‘ମୁଁ ପୂର୍ବରୁ ଅନେକଥର କେରଳ ଆସିଛି। ତେବେ ଏଥର ରାଜ୍ୟରେ ପରିବର୍ତ୍ତନର ହାୱା ବହୁଥିବା ଲକ୍ଷ୍ୟ କରୁଛି’।




