କୋଟିଆରେ ପୁଣି ଆନ୍ଧ୍ରର ଦାଦାଗିରି

ଭୁବନେଶ୍ୱର : କୋରାପୁଟ ଜିଲ୍ଲା ପଟାଙ୍ଗି ବ୍ଲକ୍‌ର କୋଟିଆ ଗ୍ରାମପୁଞ୍ଜକୁ ନେଇ ଆନ୍ଧ୍ରପ୍ରଦେଶ ଓ ଓଡ଼ିଶା ମଧ୍ୟରେ ବିବାଦ ଜାରି ରହିଛି । ଉଭୟ ରାଜ୍ୟ କୋଟିଆକୁ ନିଜର ବୋଲି ଦାବି କରିବା ସହ ସରକାରୀ ଯୋଜନାରେ ବି ସାମିଲ୍‌ କରୁଛନ୍ତି । ଏବେ ଜନଗଣନାକୁ ନେଇ ଆରମ୍ଭ ହୋଇଯାଇଛି ବିବାଦ । ଓଡ଼ିଶା ପକ୍ଷରୁ କୋଟିଆ ଗ୍ରାମପୁଞ୍ଜର ୨୧ଟି ଗାଁରେ ଜନଗଣନା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ସେପଟେ ଦୁଇ ଦିନ ଧରି କୋଟିଆରେ ଅନୁପ୍ରବେଶ କରି ଜନଗଣନା କାର୍ଯ୍ୟ ଆରମ୍ଭ କରିଛି ଆନ୍ଧ୍ର ପ୍ରଦେଶ । ତେବେ ଆନ୍ଧ୍ରପ୍ରଦେଶର ଜନଗଣନା ଅଧିକାରୀଙ୍କୁ ସହଯୋଗ ନକରିବାକୁ କୋଟିଆ ବାସୀଙ୍କୁ ପ୍ରଶାସନ ପକ୍ଷରୁ ନିବେଦନ କରାଯାଇଛି ।
ପ୍ରଥମ ଦିନରେ ଆନ୍ଧ୍ର ଉପରସେମ୍ବି ଓ ତଳସେମ୍ବି ଗ୍ରାମର ୧୬ଟି ଘରେ ପହଞ୍ଚି ଜନଗଣନା କରିଛି । ଆନ୍ଧ୍ର ପ୍ରଦେଶର ମାନ୍ୟମ ଜିଲା ସାଲୁର ମଣ୍ଡଳରୁ ଜଣେ ଟିମ୍‌ ଲିଡରଙ୍କ ସହ ଏକ ୪ ଜଣିଆ ଟିମ୍‌ ଆସି ଜନଗଣନା କାର୍ଯ୍ୟ ଆରମ୍ଭ କରିଥିଲେ । ଖୁବ୍‌ଶୀଘ୍ର ଫାଟୁସିନେରି, ଫଗୁଣସିନେରି, ମାଡ଼କାର, ଧୂଳିପଦର ଓ ନେରେଡିବାଲସା ଗ୍ରାମରେ ଆନ୍ଧ୍ର ଜନଗଣନା କରିବ ।
ଆନ୍ଧ୍ରର ଜନଗଣନା ସମ୍ପର୍କରେ ଖବର ପ୍ରସାରଣ ପରେ କୋରାପୁଟ ଜିଲାପାଳଙ୍କ ନିର୍ଦ୍ଦେଶରେ ଶୁକ୍ରବାର ପଟାଙ୍ଗି ତହସିଲଦାର, ଅତିରିକ୍ତ ତହସିଲଦାର, ବ୍ଲକ ଓ ତହସିଲ କର୍ମଚାରୀ ଏବଂ ଜନଗଣନା ସୁପର ଭାଇଜର କୋଟିଆର ସୀମାନ୍ତ ଗାଁଗୁଡ଼ିକ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଆନ୍ଧ୍ର ଅଧିକାରୀଙ୍କୁ ଜନ ଗଣନାରେ ସହଯୋଗ ନ କରିବା ପାଇଁ ଲୋକଙ୍କୁ ବୁଝାସୁଝା କରି ସେମାନେ ଫେରିଛନ୍ତି ।
ସୂଚନାଯୋଗ୍ୟ, କୋଟିଆର ୨୧ଟି ଗାଁକୁ ଆନ୍ଧ୍ର ୩ଟି ଗ୍ରାମ ପଞ୍ଚାୟତରେ ବିଭକ୍ତ କରିଛି । ପୂର୍ବରୁ ଆଧାରକାର୍ଡ ସହ ଆବଶ୍ୟକତା ପଡୁଥିବା ସମସ୍ତ କାଗଜପତ୍ର ଦେଇସାରିଛି । ଗାଁ ନାମ ବି ପରିବର୍ତ୍ତନ କରାଯାଇଛି । କିଛି ଦିନ ତଳେ ଓଡ଼ିଶାର ଜନଗଣନା ସମୟରେ ଆନ୍ଧ୍ର ପ୍ରରୋଚନାରେ କୋଟିଆର କିଛି ଗ୍ରାମବାସୀ ବିରୋଧ ମଧ୍ୟ କରିଥିଲେ । ପଟାଙ୍ଗି ପୁଲିସ ଏହି ମାମଲାରେ ଦୁଇଜଣଙ୍କୁ ଗିରଫ କରିଥିଲା ।

  • Related Posts

    ନିମାପଡାରେ ନିୟମର ଧଜ୍ଜିଆ ଉଡାଉଛନ୍ତି ସରକାରୀ ବାବୁ ଓ ବାବୁଆଣି

    ଅଫିସ ସକାଳୁଆ ,ଆସୁଛନ୍ତି ୧୦ଟା ପରେ ନିମାପଡ଼ା ରୁ ବସନ୍ତ ନାୟକ, ଗ୍ରୀଷ୍ମ ପ୍ରବାହ ବୃଦ୍ଧି ଯୋଗୁଁ ରାଜ୍ୟ ସରକାର ସମସ୍ତ ସରକାରୀ କାର୍ଯ୍ୟାଳୟ ଗୁଡିକୁ ସକାଳୁ ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସରକାର ଙ୍କ ଏହି ଆଦେଶ କୁ ନିମାପଡ଼ାରେ…

    Continue reading
    ସାମାଜିକ କର୍ମୀ ଭରତ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣା: ୨ ଗିରଫ

    ଦେବଗଡ଼:ଗତ ଫେବୃଆରୀ ମାସ ୧୬ ତାରିଖରେ ଦେବଗଡ ଥାନାର ଟାଇଁସର ସ୍ଥିତ ଫାର୍ମ ହାଉସରେ ସାମାଜିକ କର୍ମୀ ରିଆମାଳ ଥାନାଂଚଳର ପୁରୁମୁଣ୍ଡା ଗ୍ରାମର ଭରତ ସାହୁଙ୍କୁ ହତ୍ୟା ଉଦ୍ୟମ ଘଟଣାର ଆଜି ଦେବଗଡ ଥାନା ପୁଲିସ ପର୍ଦ୍ଦାଫାଶ କରିଛି। ଉକ୍ତ ଘଟଣାର…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ