କୋଟିଆ ପାଇଁ ନିୟୋଜିତ ହେବେ ସ୍ୱତନ୍ତ୍ର ଅଧିକାରୀ :ରାଜସ୍ଵ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ ସରକାରଙ୍କ ପ୍ରଥମ ଉଚ୍ଚ ସ୍ତରୀୟ କମିଟି ବୈଠକ ଜୁନ୍‌ ୩ ତାରିଖରେ ଅନୁଷ୍ଠିତ ହେବ । ଜୁନ୍‌ ୩ରେ କୋଟିଆ କମିଟିର ପ୍ରଥମ ବୈଠକ ଅନୁଷ୍ଠିତ ହେବ। ଏନେଇ ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ସୂଚନା ଦେଇ କହିଛନ୍ତି, କୋଟିଆ ପାଇଁ ସ୍ୱତନ୍ତ୍ର ଅଧିକାରୀ ନିୟୋଜିତ ହେବେ । କୋଟିଆ ପାଇଁ ଦୀର୍ଘ ଓ ସ୍ୱଳ୍ପ ମିଆଦି ଯୋଜନା କରାଯିବ । ସର୍ବୋଚ୍ଚ ନ୍ୟାୟାଳୟରେ ମାମଲାର ପୁନଃ ବିଚାର ଆବେଦନ ହୋଇଛି । କୋଟିଆ ଲୋକେ ଓଡିଶା ସହ ଥିଲେ ରହିବେ ବୋଲି ମନ୍ତ୍ରୀ କହିଛନ୍ତି ।
ସରକାରୀ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବା ଦିଗରେ ଏହି ଅଧିକାରୀ କାମ କରିବେ। କୋଟିଆ ଲୋକଙ୍କ ପାଖରେ ସମସ୍ତ ସରକାରୀ ସୁବିଧା ପହଞ୍ଚିବ। ପୁର୍ବରୁ ସରକାରୀ ସୁବିଧା ଲୋକଙ୍କ ପାଖରେ ପହଞ୍ଚି ପାରିନଥିଲା । କିନ୍ତୁ କୋଟିଆ ଲୋକ ଓଡ଼ିଶା ସହିତ ଥିଲେ ଏବେ ବି ଅଛନ୍ତି। ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଆଗାମୀ ଦିନରେ ସାମୁହିକ ବିକାଶ କୋଟିଆ ବାସୀଙ୍କ ପାଖରେ ପହଞ୍ଚିବ। ରାଜ୍ୟ ସରକାର କମିଟି ବିଭିନ୍ନ ବୁଦ୍ଧିଜୀବୀ, ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବ। ଆନ୍ଧ୍ର ସରକାର କଣ ଯୋଜନା ଦେଉଛନ୍ତି ତାହାର ବି ଅନୁଧ୍ୟାନ କରିବ। ବର୍ତ୍ତମାନ ଆଇନଗତ ବିବାଦ ଥିଲେ ବି ରାଜ୍ୟ ସରକାର ଗୁରୁତର ସହକାରେ ଏହି ସମସ୍ୟାକୁ ବିଚାର କରୁଛନ୍ତି। ଗତକାଲି ରାଜ୍ୟ ସରକାର ଏକ ୧୬ ଜାଣିଆ କମିଟି ଗଠନ କରିଛନ୍ତି। ଯାହାର ଦାୟିତ୍ଵ ରାଜସ୍ଵ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପ୍ରଦାନ କରାଯାଇଛି।

  • Related Posts

    ପ୍ରାକ୍‌ ନିର୍ବାଚନୀ ହିଂସା: ବ୍ୟାସନଗର ମହାବିଦ୍ୟାଳୟରେ ଫୁଟିଲା ବୋମା

    ଯାଜପୁର: ଦୀର୍ଘ 8 ବର୍ଷ ପରେ ମହାବିଦ୍ୟାଳୟ ଓ ବିଶ୍ବ ବିଦ୍ୟାଳୟରେ ହେବାକୁ ଯାଉଛି ଛାତ୍ର ସଂସଦ ନିର୍ବାଚନ । ଏହା ପୂର୍ବରୁ କଲେଜ ମାନଙ୍କରେ ଦେଖିବାକୁ ମିଳିଲାନି ପ୍ରାକ୍‌ ନିର୍ବାଚନୀ ହିଂସା । ଆଜି(ଗୁରୁବାର) ଭୋର୍‌ ସମୟରେ ଯାଜପୁର ଜିଲ୍ଲାର…

    Continue reading
    ୧୨ ତାରିଖ ବେଳକୁ ଘୂର୍ଣ୍ଣିବଳୟ!

    ଭୁବନେଶ୍ୱର: ୧୨ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇପାରେ। ପରେ ଆଣ୍ଡାମାନ ସାଗରରେ ଲଘୁଚାପ ହୋଇପାରେ । କିନ୍ତୁ ଏହା କେତେ ଶକ୍ତିଶାଳୀ ହେବ ଆଉ କେଉଁ ଦିଗକୁ ଯିବ, ତାହା ଏବେଠୁ କହିବା ମୁସ୍କିଲ ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ