କ୍ରାଇମବ୍ରାଞ୍ଚରେ ହାଜର ହେଲେ‘ବଣିକ’ର ୩ ଅଧିକାରୀ

ଭୁବନେଶ୍ୱର: ଓଡ଼ିଶା ପୋଲିସ ସବ-ଇନ୍ସପେକ୍ଟର (ଏସଆଇ) ନିଯୁକ୍ତି ପ୍ରକ୍ରିୟାରେ ଘୋଟାଲା ଅଭିଯୋଗକୁ ନେଇ କ୍ରାଇମବ୍ରାଞ୍ଚ ଭୁବନେଶ୍ୱର ସିଆରପି ଛକସ୍ଥିତ ‘ବଣିକ’ କୋଚିଂ ସେଣ୍ଟର ଉପରେ ଚଢ଼ାଉ କରିଥିଲା। ତେବେ ଶୁକ୍ରବାର କଟକ କ୍ରାଇମବ୍ରାଞ୍ଚ ମୁଖ୍ୟାଳୟରେ‘ବଣିକ’ର ୩ ଅଧିକାରୀ ହାଜର ହୋଇଥିବା ସୂଚନା ମିଳିଛି। ୩ ଜଣଙ୍କୁ ହାଜର ହେବାକୁ ନୋଟିସ କ୍ରାଇମବ୍ରାଞ୍ଚ ନୋଟିସ କରିଥିଲା। ପୋଲିସ ଝଓ ନିଯୁକ୍ତି ଘୋଟାଲାରେ ‘ବଣିକ’ର ଲିଙ୍କ ନେଇ ତନାଘନା ଚାଲିଛି। ଏହି ଘୋଟାଲାରେ ପରୀକ୍ଷାର୍ଥୀଙ୍କ ପାଇଁ ଫିକ୍ସିଂ ଅଭିଯୋଗ ସାମ୍ନାକୁ ଆସିଥିବା ବେଳେ, କ୍ରାଇମବ୍ରାଞ୍ଚ ଡିଏନରେନ୍ଦ୍ର ବେହେରା ସୂଚନା ଦେଇଛନ୍ତି ଯେ, ଗିରଫ ହୋଇଥିବା ୧୧୪ ଜଣ ପରୀକ୍ଷାର୍ଥୀଙ୍କ ମଧ୍ୟରୁ କିଛି ପରୀକ୍ଷାର୍ଥୀ ‘ବଣିକ’ କୋଚିଂ ସେଣ୍ଟରରୁ ପଠାଯାଇଥିବା ଜଣାପଡ଼ିଛି। ଗତକାଲି କ୍ରାଇମବ୍ରାଞ୍ଚ ଅଧିକାରୀମାନେ ‘ବଣିକ’ର ଗତ ୫ ବର୍ଷର ରେକର୍ଡ ଯାଞ୍ଚ କରିଥିଲେ ଏବଂ ଏହି ଘୋଟାଲାରେ ସେଣ୍ଟରର ଭୂମିକା ସମ୍ପର୍କରେ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରିଥିଲେ।

  • Related Posts

    ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍ : ଯୋଗାଣ ମନ୍ତ୍ରୀ

    ଭୁବନେଶ୍ୱର: ଆଉ ବଜାରରେ ବିକ୍ରି ହେବନି ରନ୍ଧନ ଗ୍ୟାସ୍। ଏହା ବେଆଇନ୍ । ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଏହି ବଡ଼ ସୂଚନା ଦେଇଛନ୍ତି । କେବଳ ସୀକୃତି ପ୍ରାପ୍ତ ଦୋକାନୀ ବା ଏଜେନ୍ସି ହିଁ ଗ୍ୟାସ୍ ବିକ୍ରି କରିପାରିବେ…

    Continue reading
    ଗୁଳୁଗୁଳି; ୪୦ ଡିଗ୍ରୀ ଡେଇଁଲା ତାପମାତ୍ରା

    ଭୁବନେଶ୍ୱର: ଦିନରେ ଗରମ, ରାତିରେ ଝଡବର୍ଷା। ରାଜ୍ୟରେ ଜାରି ରହିଛି ଖରା ତାତି ସାଙ୍ଗକୁ ଝଡ଼ବର୍ଷା ପ୍ରଭାବ। ଅପରାହ୍ଣରେ ବଦଳି ଯାଉଛି ପାଗ। ଆସନ୍ତା ୮ ତାରିଖ ଯାଏଁ ରାଜ୍ୟରେ ଝଡ଼ବର୍ଷା ପ୍ରଭାବ ରହିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ଭାଲେଣ୍ଟାଇନ୍ ଦିବସ

    ଭାଲେଣ୍ଟାଇନ୍ ଦିବସ