କ୍ୟାପିଟାଲ ହସ୍ପିଟାଲରେ NIA ଟିମ୍

ଭୁବନେଶ୍ୱର : କ୍ୟାପିଟାଲ୍ ହସ୍ପିଟାଲ୍ ରେ NIA ଟିମ୍। ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ପହଞ୍ଚିଲେ NIA ଟିମ୍। ଆଜାଦନଗର ବୋମା ବିସ୍ଫୋରଣ ଘଟଣାରେ ତଦନ୍ତ କରୁଛି NIA ଟିମ । ଘଟଣା ଘଟିବା ପରେ ଅଭିଯୁକ୍ତ ଏବଂ ତାର ସହଯୋଗୀଙ୍କୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା। ଏଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ଘରୋଇ ହସ୍ପିଟାଲରେ ଭର୍ତି କରାଯାଇଥିଲା ।

ଗତ ଜାନୁଆରୀ ୨୭ ତାରିଖରେ ମୁଫି ଆଜାଦନଗରସ୍ଥିତ କୋଠାର ଭଡାଘର ଛାତ ଉପରେ ବୋମା ଭିଡୁଥିବା ବେଳେ ବିସ୍ଫୋରଣ ହୋଇଥିଲା। ଏଥିରେସାହାନୱାଜ ମଲ୍ଲିକ ଓରଫ ମୁଫି ସମେତ ୪ ଜଣ ଆହତ ହୋଇଥିଲେ। ବିସ୍ଫୋରଣ ଏତେ ବଡ଼ ଭୟଙ୍କର ଥିଲା ଯେ, ଛାତ ଉପର ଧୂଆଁମୟ ହୋଇଯାଇଥିଲା। ଏପରିକି ସ୍ଥାନୀୟ ଅଞ୍ଚଳ ମଧ୍ୟ ଥରି ଉଠିଥିଲା। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିଲା। ବିସ୍ଫୋରଣରେ ମୁଫିର ପାପୁଲି ଛିଣ୍ଡିଯିବା ସହ ଗୋଡ଼ରୁ ମାଂସ ମଧ୍ୟ ବହାରିଯାଇଥିଲା। ବିସ୍ଫୋରଣରେ ମୁଫିର ମା’ ମଧ୍ୟ ଜଳିଯାଇ ଗୁରୁତର ହୋଇଥିଲେ।
ଗତ ଫେବ୍ରୁଆରୀ ୪ ତାରିଖରେ ଚିକିତ୍ସାଧିନ ଅବସ୍ଥାରେ ମୁଫିର ମୃତ୍ୟୁ ହୋଇଥିଲା। ଏହାପରେ ୧୦ ତାରିଖରେ ମୁଫିର ମା’ ୫୧ ବର୍ଷୀୟା ଲିଜାତୁନ ବିବିର ମୃତ୍ୟୁ ହୋଇଥିଲା। ବିସ୍ଫୋରଣ ବେଳେ ସେଠାରେ ଥିବା ମୁଫିର ବାନ୍ଧବୀ ତୃପ୍ତିମୟୀ ମହଲା ଓ ସହଯୋଗୀ ଅମିୟ ମଲ୍ଲିକ ମଧ୍ୟ ଗୁରୁତର ହୋଇଥିଲେ। ସେମାନେ ସୁସ୍ଥ ହୋଇ ଘରକୁ ହୋଇଛନ୍ତି। ବିସ୍ଫୋରଣ ସ୍ଥଳରୁ ସାଇଣ୍ଟିଫିକ୍ ଟିମ୍ ବିଭିନ୍ନ ନମୁନା ସଂଗ୍ରହ କରିଥିଲା। ଏହାର ପରୀକ୍ଷା କରାଯିବା ପରେ RDX ରେ ବ୍ୟବହାର ହେଉଥିବା ରସାୟନିକ ପଦାର୍ଥ ବ୍ୟବହାର ହୋଇଥିବା ପ୍ରମାଣ ମିଳିଥିଲା। ବିସ୍ଫୋରଣର କିଛିଦିନ ପରେ ଘଟଣାସ୍ଥଳର ସିସିଟିଭି ଭିଡିଓ ଭାଇରାଲ ହୋଇଥିଲା। ଯାହାକୁ ନେଇ ଚାରିଆଡେ ଚର୍ଚ୍ଚା ହୋଇଥିଲା।

  • Related Posts

    ଆଜିଠୁ କାଳବୈଶାଖୀ: ପ୍ରବଳ ବର୍ଷା ସମ୍ଭାବନା

    ଭୁବନେଶ୍ୱର: ଗତ କିଛିଦିନ ଧରି ଅସହ୍ୟ ଗରମରେ ସିଝୁଥିବା ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି। ଲଗାତାର ଦୁଇ ସପ୍ତାହ ଧରି ଜାରି ରହିଥିବା ଗ୍ରୀଷ୍ମ ପ୍ରକୋପ ପରେ ମଙ୍ଗଳବାରଠାରୁ ରାଜ୍ୟରେ ପାଣିପାଗରେ ବଡ଼ ପରିବର୍ତ୍ତନ ଆସିବା ନେଇ ବିଭାଗ ଆକଳନ କରିଛି। ବଙ୍ଗୋପସାଗରରୁ…

    Continue reading
    ପାରାଦୀପ ବଟନଦୀରେ ମାଛ ମଡ଼କ

    ପାରାଦୀପ : ପାରାଦୀପ ବଟନଦୀରେ ମାଛ ମଡ଼କ । ପୁଳା ପୁଳା ମାଛ ମରି ପାଣିରେ ଭାସୁଛନ୍ତି । ଗତକାଲି ରାତିରୁ ମାଛ ମରି ଭାସୁଥିବା ଅନୁମାନ କରାଯାଉଛି । ପାଖ ରାସ୍ତାରେ ଯିବା ବେଳେ ଦୁର୍ଗନ୍ଧରେ ନାକ ଫାଟି ପଡୁଛି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା