
ପାରାଦୀପ : ପାରାଦୀପ ବଟନଦୀରେ ମାଛ ମଡ଼କ । ପୁଳା ପୁଳା ମାଛ ମରି ପାଣିରେ ଭାସୁଛନ୍ତି । ଗତକାଲି ରାତିରୁ ମାଛ ମରି ଭାସୁଥିବା ଅନୁମାନ କରାଯାଉଛି । ପାଖ ରାସ୍ତାରେ ଯିବା ବେଳେ ଦୁର୍ଗନ୍ଧରେ ନାକ ଫାଟି ପଡୁଛି । ଚଳିତ ମାସ ୧୨ ତାରିଖରେ ପାରାଦୀପ କପିଳଯୋର ନଦୀରେ ମାଛ ମଡକ ହୋଇଥିଲା ।
ମାଛ ମଡ଼କର କାରଣ ସ୍ପଷ୍ଟ ହୋଇ ନଥିଲେ ସୁଦ୍ଧା ଅତ୍ୟଧିକ ଜଳ ପ୍ରଦୂଷଣ ଯୋଗୁଁ ଜଳରେ ଦ୍ରବିତ ଅମ୍ଳଜାନର ପରିମାଣ ହ୍ରାସ ପାଇବା କାରଣରୁ ମାଛ ମଡକ ହୋଇଥିବା କୁହାଯାଉଛି।


