‘ତର୍ପଣ ଶିଳାସ୍ତମ୍ଭ’ ସ୍ଥାପନ ନେଇ ପ୍ରସ୍ତାବ, ବାବୁ ସିଂଙ୍କ ଅଧ୍ୟକ୍ଷତାରେ କମିଟି ଗଠିତ

ଭୁବନେଶ୍ୱର: କଳିଙ୍ଗ ବୀରଙ୍କ ସ୍ମୃତି ଉଦ୍ଦେଶ୍ୟରେ ‘ତର୍ପଣ ଶିଳାସ୍ତମ୍ଭ’ ସ୍ଥାପନ ନେଇ ପ୍ରସ୍ତାବ। କଳିଙ୍ଗର ବୀର ସୈନିକମାନେ, ଯେଉଁମାନେ ଚଣ୍ଡାଶୋକଙ୍କୁ ଧର୍ମାଶୋକରେ ରୂପାନ୍ତରିତ କରି ଇତିହାସରେ ବୀରତ୍ବ ଓ ପରିବର୍ତ୍ତନର ମହାନଗାଥା ଲେଖି ଯାଇଥିଲେ, ସେମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ‘ତର୍ପଣ ଶିଳାସ୍ତମ୍ଭ’ ସ୍ଥାପନର ପ୍ରସ୍ତାବ ଉପରେ ବିଚାର କରିବା ପାଇଁ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏକ କମିଟି ଗଠନ କରାଯାଇଛି।

ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂଙ୍କ ଅଧ୍ୟକ୍ଷତାରେ ଏହି କମିଟି ଗଠିତ ହୋଇଛି। ବିଶିଷ୍ଟ ସାହିତ୍ୟିକା ଡ଼. ପ୍ରତିଭା ରାୟ, ବିଶିଷ୍ଟ ଐତିହାସିକ ଡ଼. ନିହାର ରଞ୍ଜନ ପଟ୍ଟନାୟକ, ଡ଼. ବେଣୁଧର ପାତ୍ର, ଡ଼.ଅନାମ ବେହେରା, ବିଶିଷ୍ଟ ଇତିହାସ ଗବେଷକ ଶ୍ରୀ ଅନିଲ ଧୀର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ଦେବ ପ୍ରସାଦ ଦାଶ, ଖୋର୍ଦ୍ଧା ଜିଲ୍ଲା ଜିଲ୍ଲାପାଳଙ୍କ ସ୍ଥାନୀୟ ରାଜସ୍ୱ ବିଭାଗ ଅଧିକାରୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ ନିର୍ଦ୍ଦେଶକ ଏବଂ ଓଡ଼ିଶା ରାଜ୍ୟ ପ୍ରତ୍ନତତ୍ତ୍ୱର ପ୍ରତିନିଧି ପ୍ରମୁଖ କମିଟିରେ ସଦସ୍ୟ ରହିଛନ୍ତି।

ଏନେଇ ସୋମବାର ଧଉଳି ଠାରେ ଏକାମ୍ର ବିଧାୟକ ଶ୍ରୀ ବାବୁ ସିଂଙ୍କ ଅଧ୍ୟକ୍ଷତାରେ କମିଟିର ସଦସ୍ୟମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଧଉଳିର ପାଦଦେଶରେ ଦୟା ନଦୀକୂଳରେ କଳିଙ୍ଗ ଯୁଦ୍ଧରେ ମୃତ୍ୟୁ ବରଣ କରିଥିବା କଳିଙ୍ଗର ବୀର ସୈନମାନଙ୍କ ସ୍ମୃତି ଉଦ୍ଦେଶ୍ୟରେ ତର୍ପଣ ଶିଳାସ୍ତମ୍ଭ ସ୍ଥାପନ କରିବା ସହ ଏକ ସଂଗ୍ରହାଳୟ, କାରୁବାକୀ ମନ୍ଦିର, ଆମ୍ପି-ଥିଏଟର ସ୍ଥାପନ କରିବା ପାଇଁ କମିଟିର ସଦସ୍ୟମାନେ ପ୍ରସ୍ତାବ ଦେଇଛନ୍ତି।

  • Related Posts

    ଆଜିଠୁ କାଳବୈଶାଖୀ: ପ୍ରବଳ ବର୍ଷା ସମ୍ଭାବନା

    ଭୁବନେଶ୍ୱର: ଗତ କିଛିଦିନ ଧରି ଅସହ୍ୟ ଗରମରେ ସିଝୁଥିବା ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି। ଲଗାତାର ଦୁଇ ସପ୍ତାହ ଧରି ଜାରି ରହିଥିବା ଗ୍ରୀଷ୍ମ ପ୍ରକୋପ ପରେ ମଙ୍ଗଳବାରଠାରୁ ରାଜ୍ୟରେ ପାଣିପାଗରେ ବଡ଼ ପରିବର୍ତ୍ତନ ଆସିବା ନେଇ ବିଭାଗ ଆକଳନ କରିଛି। ବଙ୍ଗୋପସାଗରରୁ…

    Continue reading
    କ୍ୟାପିଟାଲ ହସ୍ପିଟାଲରେ NIA ଟିମ୍

    ଭୁବନେଶ୍ୱର : କ୍ୟାପିଟାଲ୍ ହସ୍ପିଟାଲ୍ ରେ NIA ଟିମ୍। ଭୁବନେଶ୍ୱର କ୍ୟାପିଟାଲ୍ ହସ୍ପିଟାଲରେ ପହଞ୍ଚିଲେ NIA ଟିମ୍। ଆଜାଦନଗର ବୋମା ବିସ୍ଫୋରଣ ଘଟଣାରେ ତଦନ୍ତ କରୁଛି NIA ଟିମ । ଘଟଣା ଘଟିବା ପରେ ଅଭିଯୁକ୍ତ ଏବଂ ତାର ସହଯୋଗୀଙ୍କୁ ପ୍ରଥମେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା