ଖରାତାତିରୁ ମିଳିବ ମୁକ୍ତି; ଜାଣନ୍ତୁ ଗୁଡ଼ ଲସି ପ୍ରସ୍ତୁତି ପ୍ରଣାଳୀ

ଦିନକୁ ଦିନ ତାତି ବଢିବାରେ ଲାଗିଛି । ଏହି ସମୟରେ ଶରୀରକୁ ଥଣ୍ଡା ରଖୁଥିବା ଫଳର ଚାହିଦା ମଧ୍ୟ ବୃଦ୍ଧି ପାଇଥାଏ । ଖରା ଗରମରୁ ରକ୍ଷା ପାଇବା ପାଇଁ ଥଣ୍ଡା ପାନୀୟର ମଧ୍ୟ ଆଦର ବଢିଯାଏ । ଖରାଦିନରେ ଗରମ ମାହୋଲରେ ଘୋଳଦହି ପେଟ, ଶରୀର ଓ ମନକୁ ଅସରନ୍ତି ଆରାମ ଦେଇଥାଏ । କେତେକ ଲୋକ ଘୋଳ ଦହି ପରିବର୍ତ୍ତେ ଲସି ମଧ୍ୟ ପିଇବାକୁ ପସନ୍ଦ କରିଥାନ୍ତି । ଏହି ସମୟରେ ଥଣ୍ଡା ମୃଦୁ ପାନୀୟ ପରିବର୍ତ୍ତେ ଲସି ପିଇବାକୁ ଅନେକ ପସନ୍ଦ କରିଥାନ୍ତି ।

ଦହିରୁ ତିଆରି ହୋଇଥିବା ଏକ ଗ୍ଲାସ ଲସି ସ୍ବାଦ ସହିତ ସ୍ବାସ୍ଥ୍ୟ ପାଇଁ ହିତକର ମଧ୍ୟ ହୋଇଥାଏ । ତେବେ ଆପଣ ସେଇ ପୁରୁଣା ଉପାୟରେ ଲସି ପ୍ରସ୍ତୁତ କରି ଥକି ଗଲେଣି କି? ଆମେ ଆପଣଙ୍କ ପାଇଁ ଏହି ଗରମ ଦିନ ପାଇଁ ଏକ ସ୍ପେଶିଆଲ୍ ଲସିର ରେସିପି ଆଣିଦେଇଛୁ । ସାଧାରଣ ଲସି ତୁଳନାରେ ଏହା ଭିନ୍ନ ଓ ଅଧିକ ସ୍ବାଦିଷ୍ଟ ।

ଅତି ସହଜ ପ୍ରସ୍ତୁତି ପ୍ରଣାଳୀରେ ଏହି ଲସିକୁ ଯେ କେହି ବି ସହଜରେ ପ୍ରସ୍ତୁତ କରିପାରିବେ । ଏହାକୁ ତିଆରି କରିବାକୁ ମଧ୍ୟ ବେଶି ସମୟ ଖର୍ଚ୍ଚ ହୋଇନଥାଏ । ଆପଣ ଏହାକୁ ଥରେ ଘରେ ପ୍ରସ୍ତୁତ କରି ନିଜେ ଓ ପରିବାରବର୍ଗଙ୍କୁ ପିଆଇଲେ, ଆପଣଙ୍କୁ ଏହା ବାର୍ ବାର୍ ତିଆରି କରିବାକୁ ପଡିପାରେ । ତେବେ ଚାଲନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ଓ ଆବଶ୍ୟକ ସାମଗ୍ରୀ ବିଷୟରେ ଜାଣିବା ।

ଆବଶ୍ୟକ ସାମଗ୍ରୀ:

ଗୁଡ଼ – ଏକ କପ୍
ଦହି – 2 ଓ ଅଧକପ୍
ରୋଜ୍ ସିରପ୍- ଅଧ ଚାମଚ
ଭାନିଲା ଏସେନ୍ସ- 1/4 ଚାମଚ
ଖଣ୍ଡ ଆଲମଣ୍ଡ- ସଜାଇବା ପାଇଁ
ପ୍ରସ୍ତୁତି ପ୍ରଣାଳୀ:

ଏହି ସ୍ବାଦିଷ୍ଟ ପାନୀୟ ପ୍ରସ୍ତୁତ କରିବା ପାଇଁ ଏକ କପ୍ ଗୁଡ଼କୁ ଏକ ପାତ୍ରରେ ନିଅନ୍ତୁ । ଏଥିରେ ଅଧକପ୍ ପାଣି ମିଶାନ୍ତୁ । ଗୁଡ଼ ପାଣିରେ ମିଶିବା ପରେ ଏଥିରେ 2 ଓ ଅଧକପ୍ ପରିମାଣର ଦହି ମିଶାନ୍ତୁ ।
ଏଥିରେ ଅଧଚାମଚ ରୋଜ୍ ସିରପ୍ ଓ 1/4 ଚାମଚ ଭାନିଲା ଏସେନ୍ସ ମିଶାନ୍ତୁ । ଏହା ପରେ ଏହି ଲସି ମିଶ୍ରଣକୁ ଫ୍ରିଜ୍‌ରେ 2 ଘଣ୍ଟା ପର୍ଯ୍ୟନ୍ତ ରଖିନିଅନ୍ତୁ ।
2 ଘଣ୍ଟା ପରେ ଏହି ଥଣ୍ଡା ପାନୀୟକୁ କିଛି ଆଲମଣ୍ଡ ଖଣ୍ଡରେ ସଜାଇ ପରସନ୍ତୁ ।
ପ୍ରସ୍ତୁତ ହୋଇଗଲା ଗରମ ପାଇଁ ସ୍ପେଶିଆଲ ଥଣ୍ଡା ଥଣ୍ଡା ଗୁଡ଼ ଲସି ।
ଆପଣଙ୍କୁ ଜଦି ରେସିପିଟି ପସନ୍ଦ ଆସିଲା ଆଜି ହିଁ ଘରେ ତିଆରି କରନ୍ତୁ ।
ଯଦି ଅଧିକ ପରିମାଣରେ ତିଆରି କରିବାକୁ ଚାହୁଁଛନ୍ତି, ତେବେ ଏଥିରେ ଦହି, ଗୁଡ଼ ଓ ଅନ୍ୟାନ୍ୟ ସାମଗ୍ରୀର ପରିମାଣ ବଢାଇପାରିବେ ।

ଟିପ୍ସ:

ଏହି ଥଣ୍ଡା ଗୁଡ଼ ଲସି ତିଆରି କରିବା ପାଇଁ ମିଠା ଦହି ବ୍ୟବହାର କରିବା ସର୍ବୋତ୍କୃଷ୍ଟ । ନଚେତ୍ ଦହି ଖଟା ହେଲେ ଏହାର ସ୍ବାଦ ବଦଳିଯାଏ ।
ସାଧାରଣ ଗୁଡ଼ ପରିବର୍ତ୍ତେ ଆପଣ ନଡ଼ିଆ ଗୁଡ଼ କିମ୍ବା ତାଳ ଗୁଡ଼ର ବ୍ୟବହାର କରିପାରିବେ ।
ରୋଜ୍ ସିରପ୍ ପରିବର୍ତ୍ତେ ଆପଣ ରୁଅଫ୍‌ଜାର ବ୍ୟବହାର କରିପାରିବେ ।

  • Related Posts

    ବିଶ୍ୱ ନୃତ୍ୟ ଦିବସ: ଓଡ଼ିଶାର ନୃତ୍ୟ ପରମ୍ପରା ସମୃଦ୍ଧ-ବାଚସ୍ପତି

    ଭୁବନେଶ୍ୱର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପକ୍ଷରୁ ଆଜି ‘ବିଶ୍ୱ ନୃତ୍ୟ ଦିବସ’ ପାଳିତ ହୋଇଯାଇଛି। ଆଜିର କାର୍ଯ୍ୟକ୍ରମରେ ଓଡ଼ିଶା ବିଧାନସଭାର…

    Continue reading
    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ଆଜିକାଲି ଦମ୍ପତିମାନେ ପ୍ରାୟତଃ ସାମାନ୍ୟ କଥାକୁ ନେଇ ଝଗଡ଼ା କରନ୍ତି। କେତେକ ସମୟରେ, ଏହି ଛୋଟ ଛୋଟ ସମସ୍ୟା ଛାଡପତ୍ର ପର୍ଯ୍ୟନ୍ତ ବଢ଼ିଯାଏ। ଆଜିର ସମୟରେ ଦମ୍ପତିଙ୍କ ମଧ୍ୟ ସ୍ଲିପ୍ ଡିଭୋର୍ସ ମଧ୍ୟ ବଢୁଛି। ତେବେ ଏହି ସ୍ଲିପ୍ ଡିଭୋର୍ସ କ’ଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା