ଖରାଦିନେ ଏମିତି ନିଅନ୍ତୁ ତ୍ୱଚାର ଯତ୍ନ

ଖରାଦିନେ ସୂର୍ଯ୍ୟଙ୍କ ପ୍ରଖର କିରଣ ହେତୁ ତ୍ୱଚା ମଳିନ ଦେଖାଯିବା ଗୋଟେ ସାଧାରଣ ସମସ୍ୟା । ତ୍ୱଚାର ଏହି ସମସ୍ୟାକୁ କିପରି ଘରୋଇ ଉପାୟରେ ଦୂର କରିପାରିବେ ତାହା ଜାଣିରଖନ୍ତୁ । ଆସନ୍ତୁ, ଏହି ବିଷୟରେ ଜାଣିବା ।

– ଦହିରେ ଲ୍ୟାକଟିକ୍ ଅମ୍ଳ ଥାଏ,ତାହା ତ୍ୱାଚା ପାଇଁ ଭଲ । ସେଥିପାଇଁ ଦହି ୨ ଚାମଚ ନେଇ ସେଥିରେ ବିଲାତି ରସ ୨ ଚାମଚ ଭଲଭାବେ ମିଶାଇଦେବେ । ଏହି ପେଷ୍ଟକୁ ମୁହଁ, ହାତ, ବେକ ଏବଂ ପାଦରେ ଲଗାଇ ୧୫ ମିନଟ୍ ପରେ ଥଣ୍ଡା ପାଣିରେ ଧୋଇଦେବେ । ଏହି ପେଷ୍ଟକୁ ପ୍ରତିଦିନ ଲଗାଇବା ଦ୍ୱାରା ମୁଁହରେ ଚମକ ଆସିବା ସହ ଦାଗ ବ୍ରଣପରି ସମସ୍ୟାରୁ ମଧ୍ୟ ମୁକ୍ତି ମିଳିଥାଏ ।

– ଖରାଦିନେ ପ୍ରବଳ ଝାଳ ବହୁଥିବାରୁ ତାହା ଅସ୍ତ୍ୟବ୍ୟସ୍ତ କରିବା ସହ ତ୍ୱଚାକୁ ମଳିନ କରିଦେଇଥାଏ । ତେଣୁ ମୁହଁରେ କାକୁଡି ସହ ଚିମୁଟାଏ ହଳଦୀ ମିଶାଇ ଲଗାଇଦିଅନ୍ତୁ । ତାହା ଶୁଖିଯିବା ପରେ ଧୋଇଦିଅନ୍ତୁ । ଏହାଦ୍ୱାରା ତ୍ୱଚାରେ ଚମକ ଆସିଥାଏ ।

– ଏତଦବ୍ୟତୀତ ବେସନରେ ମଧ୍ୟ ଆପଣ ଫେସପ୍ୟାକ ପ୍ରସ୍ତୁତ କରିପାରିବେ । ବେସନ ଅଧ ଚାମଚ, ହଳଦୀ ଚିମୁଟାଏ ଏବଂ କଂଚା କ୍ଷୀର ମିଶାଇ ପ୍ୟାକ୍ ତିଆରି କରନ୍ତୁ । ତାହା ସହ କିଛି ଲେମ୍ବୁରସ ମିଶାଇ ତ୍ୱଚାରେ ଲଗାନ୍ତୁ । ୨୦ ମିନିଟ୍ ପରେ ଏହାକୁ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ । ଦେଖିବେ ରିଫ୍ରେସ ଲାଗିବ ।

– ଗାଜର ରସ ମଧ୍ୟ ତ୍ୱଚା ପାଇଁ ବେଶ ଉପାଦେୟ । ବେସନରେ ଗାଜର ରସ ମିଶାଇ ଏକ ପ୍ୟାକ ପ୍ରସ୍ତୁତ କରନ୍ତୁ, ଏହାକୁ ଗାଧୋଇବା ପୂର୍ବରୁ ମୁହଁରେ ଲଗାଇବା ଭଲ । ଏହି ପ୍ୟାକ୍ ଲଗାଇବା ଦ୍ୱାରା ତ୍ୱଚାକୁ ସୂର୍ଯ୍ୟ କିରଣ ପ୍ରଭାବରୁ ରକ୍ଷା ମିଳିପାରିଥାଏ ।

  • Related Posts

    ଆପଣଙ୍କର ଏହିସବୁ ଅଭ୍ୟାସ ଡାକି ଆଣୁଛି ବିପଦ: ବେଳ ହୁଁ ସତର୍କ ରହି ଏଥିରୁ ନିବୃତ୍ତ ରୁହନ୍ତୁ

    ଆଜିକାଲି ଅଧିକାଂଶ ଲୋକ ମାନସିକ ଦୁଶ୍ଚିନ୍ତା ରହୁଥିବାର ଦେଖାଯାଉଛି। ଫଳରେ ହୃଦରୋଗ ଭଳି ମାରାତ୍ମକ ସମସ୍ୟା ସୃଷ୍ଟି ହେଉଛି। କାରଣ ଆମର ଦୈନନ୍ଦିନ ଜୀବନ ଶୈଳୀରେ ଆମେ ଯାହା କରୁଛନ୍ତି ତାହାର ପ୍ରଭାବ ସିଧାସଳଖ ଆପଣଙ୍କ ମସ୍ତିଷ୍କ ଉପରେ ପଡ଼ୁଛି। ଆମେ…

    Continue reading
    ସକାଳୁ ଉଠି ଖାଲି ପେଟରେ ଖାଆନ୍ତୁ ଏହି ପତ୍ର; ସ୍ୱାସ୍ଥ ପାଇଁ ମହୋଷଧି

    ଆମେ ଯାହା ଖାଇଥାଉ ତାହା ଆମ ଶରୀର ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ଏବଂ ହଜମ, ଚର୍ମ ଏବଂ ଶରୀରର ଅଂଶ ପ୍ରଭାବିତ ହୋଇଥାଏ। ଏଭଳି ପରିସ୍ଥିତିରେ ସଠିକ୍ ଜୀବନଶୈଳୀ ବାଛିବା ଆବଶ୍ୟକ। ଭୃଷଙ୍ଗ ପତ୍ର ଏପରି ଜିନିଷ ଯାହାକି ଆପଣ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ