ଖୁବଶୀଘ୍ର ଭୁବନେଶ୍ୱର-ଜୟପୁର ବିମାନସେବା:ଅପରାଜିତା

ଭୁବନେଶ୍ୱର : ଖୁବଶୀଘ୍ର ଭୁବନେଶ୍ୱର-ଜୟପୁର ବିମାନସେବା। ଏଥିସହିତ ଭୁବନେଶ୍ୱର ବିମାନ ବନ୍ଦର ତୃତୀୟ ଏୟାର ଟର୍ମିନାଲ କୁ ଖୁବ୍ ଶୀଘ୍ର କାର୍ଯ୍ୟକ୍ଷମ କରାଯିବା ପାଇଁ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଙ୍କ ସହିତ ଭୁବନେଶ୍ୱର ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର ର ସର୍ବାଙ୍ଗୀନ ଉନ୍ନତି ପାଇଁ ବିମାନବନ୍ଦର ପରାମର୍ଶଦାତା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକ ମାନ୍ୟବର ଲୋକସଭା ସାଂସଦ ତଥା AAC ଅଧ୍ୟକ୍ଷା ଶ୍ରୀମତୀ ଅପରାଜିତା ଷଡ଼ଙ୍ଗୀଙ୍କ ଅଧ୍ୟକ୍ଷତାରେ ବୁଧବାର ଅପରାହ୍ନ ରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦର, ଭୁବନେଶ୍ୱରର ଇଣ୍ଟିଗ୍ରେଟେଡ୍ ଅଫିସ୍ କମ୍ପ୍ଲେକ୍ସର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଥିଲା।

ଭାରତୀୟ ବିମାନବନ୍ଦର ପ୍ରାଧିକରଣ (AAI), ଭୁବନେଶ୍ୱର ବିମାନବନ୍ଦରର ନିର୍ଦ୍ଦେଶକ ମାନ୍ୟବର ଲୋକସଭା ସାଂସଦ ଏବଂ ବିମାନବନ୍ଦର ପରାମର୍ଶଦାତା କମିଟିର ଅନ୍ୟ ସଦସ୍ୟମାନଙ୍କର ସଂକ୍ଷିପ୍ତ ପରିଚୟ ପରେ, ଅଧ୍ୟକ୍ଷଙ୍କ ଅନୁମତିକ୍ରମେ ବିମାନବନ୍ଦର ପରାମର୍ଶଦାତା କମିଟିର ଆବାହକ ତଥା ବି.ପି.ଆଇ. ବିମାନବନ୍ଦର, ଭୁବନେଶ୍ୱରର ନିର୍ଦ୍ଦେଶକ ଏକ ପାୱାର ପଏଣ୍ଟ ଉପସ୍ଥାପନା ମାଧ୍ୟମରେ ବିମାନ ଚଳାଚଳ, ଯାତ୍ରୀ ସଂଖ୍ୟା ବୃଦ୍ଧି, କାର୍ଗୋ ପରିଚାଳନା, ବିମାନବନ୍ଦର ସେବା ଗୁଣବତ୍ତା (ASQ) ମୂଲ୍ୟାୟନର ଉନ୍ନତି ପାଇଁ ଗ୍ରହଣ କରାଯାଇଥିବା ପଦକ୍ଷେପ, ଚାଲୁଥିବା ଏବଂ ନୂତନ ପ୍ରକଳ୍ପ ସହ ଯାତ୍ରୀ ଅଭିଜ୍ଞତାର ଉନ୍ନତି ପାଇଁ ନିଆଯାଇଥିବା ନୂତନ ପଦକ୍ଷେପ ସମ୍ପର୍କରେ ଆଲୋଚନା କରିଥିଲେ।

ପୂର୍ବ ବୈଠକର କାର୍ଯ୍ୟବିବରଣୀ ଉପରେ ଗ୍ରହଣ କରାଯାଇଥିବା ପଦକ୍ଷେପ ରିପୋର୍ଟ ଏବଂ ସବିଶେଷ ସ୍ଥିତି କମିଟି ସମ୍ମୁଖରେ ଉପସ୍ଥାପିତ କରାଯାଇଥିଲା। ସମସ୍ତ ସଦସ୍ୟ ବି.ପି.ଆଇ. ବିମାନବନ୍ଦରର ପ୍ରୟାସ ଏବଂ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ପ୍ରକଳ୍ପଗୁଡ଼ିକର ସଫଳ ସମାପ୍ତି ପାଇଁ ପ୍ରଶଂସା କରିଥିଲେ। AAC ର ଅଧ୍ୟକ୍ଷା ମଧ୍ୟ ଭାରତୀୟ ବିମାନବନ୍ଦର ପ୍ରାଧିକରଣର ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଧାରିତ PDC ମଧ୍ୟରେ ପ୍ରକଳ୍ପଗୁଡ଼ିକ ସମ୍ପୂର୍ଣ୍ଣ କରିଥିବାରୁ ଧନ୍ୟବାଦ ଜଣାଇଥିଲେ।

ଯାତ୍ରୀ ସନ୍ତୁଷ୍ଟି, ବିମାନ ଏବଂ ଯାତ୍ରୀ ଚଳାଚଳର ଅଭିବୃଦ୍ଧି ସହ ଭବିଷ୍ୟତ ପ୍ରକଳ୍ପନା ସମ୍ବନ୍ଧୀୟ ବି.ପି.ଆଇ. ବିମାନବନ୍ଦରର ସଫଳତାଗୁଡ଼ିକ କମିଟି ସମ୍ମୁଖରେ ଉପସ୍ଥାପିତ କରାଯାଇଥିଲା। ଏହା ସହିତ ଗତ ଏକ ବର୍ଷ ମଧ୍ୟରେ ପ୍ରାପ୍ତ ପୁରସ୍କାର ଏବଂ ସଫଳତାର ସହିତ ପରିଚାଳିତ କାର୍ଯ୍ୟକ୍ରମଗୁଡ଼ିକର ବିବରଣୀ ମଧ୍ୟ ଦିଆଯାଇଥିଲା। ଏହି ଉପସ୍ଥାପନା ପରେ କମିଟି ସଦସ୍ୟ ଏବଂ ଅନ୍ୟାନ୍ୟ ହିତାଧିକାରୀମାନଙ୍କ ଦ୍ୱାରା ବିଭିନ୍ନ ପ୍ରସ୍ତାବ ଦିଆଯାଇଥିଲା। ଯାହା ମଧ୍ୟରେ ପ୍ରମୁଖ ପ୍ରସ୍ତାବ ରହିଥିଲା ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ନିୟମିତ ଭାବରେ ବିମାନବନ୍ଦର ର ପରିଚୟ କାର୍ଯ୍ୟକ୍ରମର ବ୍ୟବସ୍ଥା।ଯେଉଁଥିରେ ଗ୍ରାମାଞ୍ଚଳ ର ଛାତ୍ରଛାତ୍ରୀ ମାନଙ୍କୁ ବିଶେଷ ଗୁରୁତ୍ୱ ଦିଆଯିବ। ଏଥିସହିତ ଏରୋବ୍ରିଜ୍ ଗୁଡିକର ସଂଖ୍ୟା ବୃଦ୍ଧି ଏବଂ ସେଗୁଡ଼ିକର ଦକ୍ଷ ଓ ପ୍ରଭାବଶାଳୀ ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିଲା।ଏୟାର ହୋଷ୍ଟେସ୍ ହେବାକୁ ଇଚ୍ଛୁକ ପ୍ରାର୍ଥୀମାନଙ୍କ ପାଇଁ ପରିଚୟ ଓ ସଚେତନତା କାର୍ଯ୍ୟକ୍ରମର ଆୟୋଜନ କରାଯିବା ସହିତ ଜୟପୁର, ସୁରତ, ଶିର୍ଡି, ତିରୁପତି ଏବଂ ଭୋପାଳକୁ ନୂତନ ବିମାନ ସଂଯୋଗ ଆରମ୍ଭ କରିବା ନେଇ ଆଲୋଚନା କରାଯାଇଥିଲା। ନଡ଼ିଆ ଗଛ, ୱାଟକୋ ଜଳ ଟାଙ୍କି, ବ୍ୟକ୍ତିଗତ ଭବନ ଉପରେ ଥିବା ମୋବାଇଲ୍ ଟାୱାର ଆଦି ଯୋଗୁଁ ସୃଷ୍ଟ ବାଧାବିଘ୍ନ ସମ୍ପର୍କିତ ସୁରକ୍ଷା ପ୍ରସଙ୍ଗରେ ବିଏମସି , ବିଡିଏ ଏବଂ ଓୟୁଏଟି ସହ ସମନ୍ୱୟର ଆବଶ୍ୟକତା କୁ ନେଇ ବୈଠକରେ ସମସ୍ତେ ମତ ପ୍ରକାଶ କରିଥିଲେ।

ବିମାନବନ୍ଦର ଟର୍ମିନାଲ ଭିତରେ ଏକ ପୁସ୍ତକ ଦୋକାନ ସ୍ଥାପନର ଆବଶ୍ୟକତା ଉପରେ ଦୃଷ୍ଟି ଆକର୍ଷଣ କରିବା ସହିତ ଯଥାଶୀଘ୍ର ଏହା କରାଯିବ ବୋଲି କହିଥିଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।
ପ୍ରତ୍ୟେକ ୬ମାସ ବ୍ୟବଧାନ ରେ ବିମାନ ବନ୍ଦର ପରାମର୍ଶ ଦାତା ବୈଠକ ଅନୁଷ୍ଠିତ କରାଇବାକୁ ସାଂସଦ ପରାମର୍ଶ ଦେଇଥିଲେ। ବୈଠକରେ ବିଜୁ ପଟ୍ଟନାୟକ ଆନ୍ତର୍ଜାତୀୟ ବିମାନବନ୍ଦରର ନିର୍ଦ୍ଦେଶକ ଶ୍ରୀ ପ୍ରସନ୍ନ ପ୍ରଧାନ, ଭୁବନେଶ୍ୱର ଡିସିପି ଶ୍ରୀ ଜଗମୋହନ ମୀନା, ଆଇପିକୋଲ୍‌ର ନିର୍ଦ୍ଦେଶିକା ଶ୍ରୀମତୀ ଅବୋଲି ସୁନିଲ ନରଭାଣେ, ବିଏମସିର ଅତିରିକ୍ତ ଉପ-କମିଶନର, ଭୁବନେଶ୍ୱରର ଅତିରିକ୍ତ ଜିଲ୍ଲାପାଳ (ADM), ପର୍ଯ୍ୟଟନ ବିଭାଗର ଅତିରିକ୍ତ ସଚିବ, ଆକାଶା ଏୟାରଲାଇନ୍ସର ବିମାନବନ୍ଦର ପ୍ରବନ୍ଧକ, ଇଣ୍ଡିଗୋ ଏୟାରଲାଇନ୍ସର ବିମାନବନ୍ଦର ପ୍ରବନ୍ଧକ, ଏୟାର ଇଣ୍ଡିଆର ଷ୍ଟେସନ୍ ମ୍ୟାନେଜର, ଏୟାର ଇଣ୍ଡିଆ ଏକ୍ସପ୍ରେସର ଷ୍ଟେସନ୍ ମ୍ୟାନେଜର, ଇଣ୍ଡିଆ ଓନ୍ ଏୟାରର ଷ୍ଟେସନ୍ ମ୍ୟାନେଜର, ବିମାନବନ୍ଦର ପରାମର୍ଶଦାତା କମିଟିର ସଦସ୍ୟା ଶ୍ରୀମତୀ ସଞ୍ଜୁକ୍ତା ଆଚାର୍ଯ୍ୟ, ସଦସ୍ୟ ଶ୍ରୀ ବିଦ୍ୟୁତ କୁମାର କାଣ୍ଡି, ସଦସ୍ୟ ଶ୍ରୀ ସୁଧୀର କୁମାର ପଣ୍ଡା, ସଦସ୍ୟ ଶ୍ରୀ ପ୍ରଫୁଲ୍ଲ କୁମାର ଦଳାଇଙ୍କ ସମେତ ସିଆଇଏସଏଫ୍‌ର ବରିଷ୍ଠ ଅଧିକାରୀ ଏବଂ ବିମାନବନ୍ଦରର ସମସ୍ତ ସମ୍ପୃକ୍ତ ଅଧିକାରୀମାନେ ଉପସ୍ଥିତ ଥିଲେ।

  • Related Posts

    ତେଲ ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

    ସୁବର୍ଣ୍ଣପୁର: ସୁବର୍ଣ୍ଣପୁରରେ ଭୟାବହ ଅଗ୍ନିକାଣ୍ଡ। ଉଲୁଣ୍ଡା ବ୍ଲକ ସାହାଣୀଡିହ ଶ୍ରୀ ଜଗଦମ୍ବା ତେଲ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ଘଟିଛି । ଏନେଇ ଖବର ପାଇ ନିଆଁକୁ ଆୟତ୍ତ କରିବା ପାଇଁ ବିନିକା ଅଗ୍ନିଶମ ବିଭାଗ ଉଦ୍ୟମ ଜାରି ରଖିଛି । ଫ୍ୟାକ୍ଟ୍ରିରେ ନିଆଁ…

    Continue reading
    ମହାନଦୀକୁ ଡେଇଁ ଯୁବତୀଙ୍କର ମୃତ୍ୟୁ

    କଟକ : ମହାନଦୀ ତ୍ରିଶୁଳିଆ ସୁଭାଷ ସେତୁରେ ଅଘଟଣ । ବ୍ରିଜ ଉପରେ ବ୍ୟାଗ ଓ ଚପଲ ରଖି ଡେଇଁ ପଡିଲେ ଯୁବତୀ। ମହାନଦୀକୁ ଡେଇଁ ଯୁବତୀଙ୍କର ମୃତ୍ୟୁ ହୋଇଛି। ଯୁବତୀଙ୍କ ମୃତଦେହ ଉଦ୍ଧାର କଲା ଅଗ୍ନିଶମ ଟିମ୍। ସୂଚନା ଅନୁଯାୟୀ,…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ