assembly odisha ଖୁବ୍‌ଶୀଘ୍ର ବିଧାନସଭା ମୌସୁମି ଅଧିବେଶନ; ସରକାରଙ୍କୁ ସଣ୍ଢୁଆଶୀ ଆକ୍ରମଣ ପାଇଁ ବିରୋଧୀଙ୍କ ପାଖରେ ଅନେକ ପ୍ରସଙ୍ଗ

ଭୁବନେଶ୍ବର: ଖୁବ୍‌ଶୀଘ୍ର ବସିବାକୁ ଯାଉଥିବା ଓଡ଼ିଶା ବିଧାନସଭାର ମୌସୁମି ଅଧିବେଶନରେ ସରକାରଙ୍କୁ ସଣ୍ଢୁଆଶୀ ଆକ୍ରମଣ ପାଇଁ ବିରୋଧୀଙ୍କ ପାଖରେ ଅନେକ ପ୍ରସଙ୍ଗ ରହିଛି। ସେଗୁଡ଼ିକ ମଧ୍ୟରୁ ଏମ୍‌ଏମ୍‌ଡିଆର ସଂଶୋଧନ ବିଧେୟକକୁ ନେଇ ବିଧାନସଭା ହୁଲସ୍ତୁଲ ହେବାର ଯଥେଷ୍ଟ ସମ୍ଭାବନା ରହିଛି। ଏମ୍‌ଏମ୍‌ଡିଆର ସଂଶୋଧନ ବିଧେୟକ ଉପରେ ଆଲୋଚନା ପାଇଁ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାନସଭାର ସ୍ବତନ୍ତ୍ର ଅଧିବେଶନ ଡକାଇବା ପାଇଁ ଦାବି କରି ଆସୁଥିବା ବେଳେ ମିଥ୍ୟା ତଥ୍ୟ ବଳରେ ଲୋକଙ୍କୁ ବିଭ୍ରାନ୍ତ କରାଯାଉଛି ବୋଲି ଶାସକ ବିଜେପି ଯୁକ୍ତି ବାଢ଼ିଛି। ସଂସଦରେ ଏମ୍‌ଏମ୍‌ଡିଆର ସଂଶୋଧନ ବିଧେୟକ ପାରିତ ହେବା ପରିପ୍ରେକ୍ଷୀରେ ଏହା ବିରୋଧରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏକଜୁଟ୍ ହେବା ପାଇଁ ଆହ୍ବାନ ଦେବା ପରେ ରାଜନୀତି ଜୋର୍ ଧରିଛି। ଖଣି ଅଞ୍ଚଳର ବାସିନ୍ଦା, ଆଦିବାସୀ, ସର୍ବୋପରି ଓଡ଼ିଶାର ସ୍ବାର୍ଥକୁ ଏହି ଆଇନ ପ୍ରଭୂତ କ୍ଷତି ପହଞ୍ଚାଇବ ବୋଲି ବିଜେଡି ଓ କଂଗ୍ରେସ କ୍ରମାଗତ ଭାବେ ସମାଲୋଚନା କରିଆସୁଛନ୍ତି। ବିଜେଡି ବିଧାୟକ ଅରୁଣ ସାହୁ କହିଛନ୍ତି, ଏହି ଆଇନକୁ ସଂଶୋଧନ କରି କେନ୍ଦ୍ର ସରକାର ରାଜ୍ୟ ହାତରୁ ସବୁ କ୍ଷମତା ଛଡ଼ାଇ ନେଇଛନ୍ତି। ଓଡ଼ିଶାର ଖଣିଜ ସମ୍ପଦ, ଖଣି ଜମି ଏବଂ ଆର୍ଥିକ ଅଧିକାର କେନ୍ଦ୍ର ସରକାରଙ୍କ ହାତକୁ ଚାଲିଯାଇଛି। ସବୁ ଦୃଷ୍ଟିରୁ ଓଡ଼ିଶା ବହୁତ କ୍ଷତି ସହିବ। ଏହା ବିରୋଧରେ ବିଜେଡି ଅଭିଯାନ ଚଳାଇବା ସହ ପ୍ରତି ଗାଁରେ ଲୋକଙ୍କୁ ଏହି ଷଡ଼ଯନ୍ତ୍ର ବିଷୟରେ ସଚେତନ କରିବ। ମନ୍ତ୍ରୀ ଓ ଶାସକ ବିଧାୟକମାନେ ଆଉ ଗାଁରେ ପ୍ରବେଶ କରିପାରିବେ ନାହିଁ ବୋଲି ଶ୍ରୀ ସାହୁ କହିଛନ୍ତି।

କଂଗ୍ରେସ ବିଧାୟକ ଦଳ ଶନିବାର ରାଜ୍ୟପାଳ ଓ ବାଚସ୍ପତିଙ୍କୁ ଭେଟି ଏମ୍‌ଏମ୍‌ଡିଆର ପ୍ରସଙ୍ଗରେ ବିଧାନସଭାର ଦୁଇଦିନିଆ ସ୍ବତନ୍ତ୍ର ଅଧିବେଶନ ଡାକି ଚର୍ଚ୍ଚା କରିବା ପାଇଁ ଦାବି କରିଛନ୍ତି। ପିସିସି ସଭାପତି ଭକ୍ତ ଚରଣ ଦାସ କହିଛନ୍ତି, ଓଡ଼ିଶାର ସ୍ବାର୍ଥ କେନ୍ଦ୍ର ସରକାରଙ୍କ ପାଖରେ ବଳି ପଡ଼ୁଥିବା ସମୟରେ ସଂସଦରେ ଓଡ଼ିଶା ବିଜେପିର ୨୦ ସାଂସଦ ମୁହଁ ଖୋଲିଲେ ନାହିଁ। ଓଡ଼ିଶାର ଖଣିଜ ସମ୍ପଦ ଓ ସାମ୍ବିଧାନିକ ଅଧିକାରର ସୁରକ୍ଷା ପାଇଁ ଆମର ଲଢ଼େଇ ଜାରି ରହିବ। ରବିବାର ସବୁ ଜିଲାରେ ସର୍ବଦଳୀୟ ବୈଠକ ଆୟୋଜନ କରାଯିବା ସହ ପ୍ରତିବାଦ ଦିବସ ଭାବେ ୨୫ ତାରିଖରେ ସବୁ ଜିଲାରେ ମୁଖ୍ୟମନ୍ତ୍ରୀ ଓ ବିଜେପି ସାଂସଦଙ୍କୁ ବିରୋଧ କରି କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିବ। ଏଥିସହ ଅର୍ଥନୈତିକ ଅବରୋଧ ଆରମ୍ଭ ହେବ। ଏବେ ଚାଲୁ ରହିଥିବା ଖଣିଗୁଡ଼ିକୁ ବନ୍ଦ କରାଯିବା ସହ ଓଡ଼ିଶା ବନ୍ଦ ପାଇଁ ପଦକ୍ଷେପ ନିଆଯିବ ବୋଲି ଶ୍ରୀ ଦାସ କହିଛନ୍ତି। ଏ ସମ୍ପର୍କରେ ବିଜେପି ରାଜ୍ୟ ସାଧାରଣ ସମ୍ପାଦକ ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, ଓଡ଼ିଶାରେ ବିରୋଧୀ ଦଳର ନେତାମାନେ ବିଭିନ୍ନ ପ୍ରକାର ମିଥ୍ୟା ତଥ୍ୟ ଦେଇ ଓଡ଼ିଶାବାସୀଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି। ବିକଶିତ ଭାରତରେ ଖଣିଜ ସମ୍ପଦର ସଦୁପଯୋଗ ସହ ତାହାର ମୂଲ୍ୟବୃଦ୍ଧି ପାଇଁ ଏହି ଚମତ୍କାର ଆଇନ ଅଣାଯାଇଛି। ପୂର୍ବରୁ ଖଣି କର ବ୍ୟବସ୍ଥାରେ ଯେଉଁ ବ୍ୟବସ୍ଥା ଥିଲା, ତାକୁ ଅଧିକ ଶୃଙ୍ଖଳିତ କରିବା ପାଇଁ ଉଦ୍ୟମ ହୋଇଛି। ଜିଏସ୍‌ଟି ଲାଗୁ ସମୟ ଭଳି ଏମ୍‌ଏମ୍‌ଡିଆର ପରିପ୍ରେକ୍ଷୀରେ ମଧ୍ୟ ବିରୋଧୀ ଲୋକଙ୍କୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ସେ କହିଛନ୍ତି।

  • Related Posts

    politics for mmdr ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନକୁ ନେଇ ରାଜନୀତି

    ଭୁବନେଶ୍ୱର: ନିକଟରେ ପାର୍ଲାମେଣ୍ଟରେ ଏମ୍‌ଏମ୍‌ଡିଆର୍‌ ସଂଶୋଧନ ଆଇନ-୨୦୨୬ ବିଲ୍‌ ପାରିତ ହୋଇଯାଇଛି। ଏହାକୁ ରାଷ୍ଟ୍ରପତିଙ୍କ ଅନୁମୋଦନ ମଧ୍ୟ ମିଳିସାରିଛି। ମାତ୍ର ଓଡ଼ିଶାରେ ଉକ୍ତ ଆଇନ ଲାଗୁହେଲେ ରାଜ୍ୟର ରାଜସ୍ୱ ଉପରେ ଗଭୀର ପ୍ରଭାବ ପଡ଼ିବ ବୋଲି ବିରୋଧୀ ଅଭିଯୋଗ କରିଛନ୍ତି। ତେଣୁ…

    Continue reading
    bharatiya janata party ଜେନ୍‌-ଜି ପାଇଁ ଟିମ୍‌ ଗଢ଼ିଲା ବିଜେପି

    ନୂଆଦିଲ୍ଲୀ: ଜେନ୍‌ ଜି ଅର୍ଥାତ୍‌ ଯୁବବର୍ଗଙ୍କ ସହ ଯୋଡ଼ି ହେବା ଲାଗି ବିଜେପି ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି । ଏଥିରେ ବିଜେପି ଅଧ୍ୟକ୍ଷ ନୀତିନ ନବୀନ, ରାଷ୍ଟ୍ରୀୟ ମହାସଚିବ ସ୍ମୃତି ଇରାନୀ, ବିନୋଦ ତାୱଡ଼େ, ଗୁଜରାଟର ମନ୍ତ୍ରୀ ହର୍ଷ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ