ଖୋର୍ଦ୍ଧା ଜିଲ୍ଲାରେ ଶିଳ୍ପ ସମୁହର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଖୋର୍ଦ୍ଧା ଜିଲ୍ଲାରେ ଶିଳ୍ପ ସମୁହର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ବିଜେପି ସରକାର ଆସିବା ପରେ ଜାନୁଆରୀରେ ଉତ୍କର୍ଷ ଓଡ଼ିଶାରେ ନିବେଶକାରୀଙ୍କ ସହ ଶିଳ୍ପ ପାଇଁ ଏମ୍‌ଓୟୁ କରିଥିଲେ ରାଜ୍ୟ ସରକାର । ଆଉ ତିନି ମାସ ଭିତରେ ଶିଳ୍ପ ପ୍ରକଳ୍ପର ଗ୍ରାଉଣ୍ଡେଡ ଆରମ୍ଭ ହୋଇଛି । ଗୁରୁବାର ପ୍ରଥମ ପର୍ୟ୍ୟାୟରେ ମୁଖ୍ୟମନ୍ତ୍ରୀ ଖୋର୍ଦ୍ଧା ହଳଦୀପଦା ଠାରେ ୧୩ ଶିଳ୍ପ ପାଇଁ ଭିତ୍ତିପ୍ରସ୍ତର କରିବା ସହ ଗୋଟିଏ ଶିଳ୍ପର ଶ୍ରୀ ଗଣେଶ କରିଛନ୍ତି । ଏହି ଶିଳ୍ପ ସମୁହରେ ପ୍ରାଥମିକ ପର୍ୟ୍ୟାୟରେ ୬ ହଜାର କୋଟି ନିବେଶ ହେବା ସହ ୩୭ ହଜାର ନିଯୁକ୍ତି ସୃଷ୍ଟି ହେବ । ଏହାସହ ଶ୍ରମିକ ମାନଙ୍କ ଲାଗି ଦୀନ ଦୟାଲ କର୍ମଚାରୀ ଆବାସ ଯୋଜନାରେ ୩ ଶହ କୋଟି ବ୍ୟୟରେ ଶ୍ରମିକ ଆବାସ ଗୃହର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ପୂର୍ବ ସରକାରରେ ମେକ୍‌ ଇନ୍‌ ଓଡ଼ିଶାରେ ପ୍ରଚାର ପ୍ରବଳ ହେଉଥିଲା ଗ୍ରାଉଣ୍ଡେଡ ଦୁର୍ବଳ ଥିଲା । ଆମ ଡବଲ ଇଞ୍ଜିନ ସରକାର ସମୟରେ ମୋଦିଙ୍କ ଗ୍ୟାରେଣ୍ଟି ଯୋଗୁ ଆମେ ଶିଳ୍ପ ପାଇଁ କେବଳ ଏମ୍‌ଓୟୁ ନୁହେଁ ଶିଳ୍ପକୁ ଗ୍ରାଉଣ୍ଡେଡ କରିପାରିଛୁ । ଉତ୍ସବରେ ଶିଳ୍ପମନ୍ତ୍ରୀ ସମ୍ପଦ ସ୍ବାଇଁ ରାଜ୍ୟ ସରକାରଙ୍କ ଶିଳ୍ପ ଅନୁକୂଳ ବାତାବରଣ ଶିଳ୍ପପତି ମାନଙ୍କୁ ଭିତ୍ତିଭୂମି ଯୋଗାଇଦେବା ଯୋଗୁ ଶିଳ୍ପ ଖୋଲିବା ସମ୍ଭବ ହୋଇପାରିଛି ବୋଲି କହିଛନ୍ତି ।

ଖୋର୍ଦ୍ଧା ହଳଦୀପଦାରେ ଜିପିଟର ଟାଟ୍ରାଉଗୋଙ୍କା ରେଲହୁଇଲ ଫ୍ୟାକ୍ଟି ପ୍ରାଇଭେଟ୍ ଲିମିଟେଡ୍ ଟ୍ରେନ୍ ତିଆରି ପାଇଁ ଯନ୍ତ୍ରାଂଶ ତିଆରି କରିବ । ପ୍ରକଳ୍ପ ପୁରା ହେବାବେଳକୁ ୩ ହଜାର କୋଟି ନିବେଶ କରିବ କମ୍ପାନୀ । ଦେଶର ରେଳ ତିଆରି କ୍ଷେତ୍ରରେ ଯନ୍ତ୍ରାଂଶ ଲାଗିବା ସହ ବିଦେଶକୁ ମଧ୍ୟ ପଠାଯିବ । ସେହିପରି ଭୁବନେଶ୍ବରୀ ଫୁଟ୍ସ ଆଣ୍ଡ୍ ବେଭରେଜେସ୍ ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀର ଶିଳାନ୍ୟାସ ହୋଇଥିବା ବେଳେ ସେଥିରେ ୧୨ ଶହ କୋଟି ନିବେଶ କରିବ କମ୍ପାନୀ । ଏହା ସହ ସାଲିମର ଗ୍ଲାସ ୱାର୍କ ପ୍ରାଇଭେଟ୍ ଲିମିଡେଟ କମ୍ପାନୀର ବି ଶିଳାନ୍ୟାସ ହୋଇଛି । ସ୍ଥାନୀୟ ଅଞ୍ଚଳରେ ନିଯୁକ୍ତି ସୃଷ୍ଟି କରିବା ଲକ୍ଷ୍ୟରେ ଖୋର୍ଦ୍ଧାରେ ଟେକ୍ସଷ୍ଟାଇଲ ପାର୍କ ଉପରେ ସରକାର ଗୁରୁତ୍ବ ଦେଇଛନ୍ତି । ପ୍ରଥମ ପର୍ୟ୍ୟାୟରେ ମିନୁ କ୍ରିଏସନ ଏଲଏଲପି, ପୂଜା ଇଣ୍ଟର ନ୍ୟାଲନାଲ, ନିୟୁ ଟେକ୍ସଷ୍ଟାଇଲ ପାର୍କ ଭଳି କମ୍ପାନି ଗାର୍ମେଣ୍ଟ ତିଆରି କରିବେ । ସେଥିରେ ମହିଳାଙ୍କୁ ପ୍ରଶିକ୍ଷଣ ଦିଆଯାଇ ନିଯୁକ୍ତି ମିଳିବ ବୋଲି କମ୍ପାନୀ କର୍ତ୍ତୃପକ୍ଷ କହିଛନ୍ତି ।

ଆଜିର କାର୍ୟ୍ୟକ୍ରମରେ ସ୍ଥାନୀୟ ବିଧାୟକ ପ୍ରଶାନ୍ତ ଜଗଦେବ, ଜଟଣୀ ବିଧାୟକ ବିଭୁତି ବଳବନ୍ତରାୟ, ଶିଳ୍ପ ସଚିବ ହେମନ୍ତ ଶର୍ମାଙ୍କ ସମେତ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ । ହଳଦୀପଦା ପରେ ମୁଖ୍ୟମନ୍ତ୍ରୀ ଅରାଙ୍ଗ ଠାରେ ଗୋଲ୍ଡେନ୍ ସିମସ୍ ଇଣ୍ଡଷ୍ଟ୍ରିଜ୍ ପ୍ରାଇଭେଟ୍ ଲିମିଟେଡ୍, ପୂଜା ଇଣ୍ଟରନ୍ୟାସନାଲ, ବି ଏଲ୍ ଇଣ୍ଟରନ୍ୟାସନାଲ ପ୍ରାଇଭେଟ୍ ଲିମିଟେଡ୍ ଓ ରେନ୍‌ବୋ ଫାବାର୍ଟ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ନିୟୁ ଟେକ୍ସଟାଇଲ୍ ପାର୍କ ଶିଳାନ୍ୟାସ କରିଥିଲେ ।

  • Related Posts

    ଛାତ୍ର ସଂସଦ ନିର୍ବାଚନ ଭବିଷ୍ୟତର ନେତୃତ୍ୱ ଗଢ଼ିବାର ଏକ ମଜଭୁତ ମୂଳଦୁଆ:ମୁଖ୍ୟମନ୍ତ୍ରୀ

    ଭୁବନେଶ୍ୱର: ଓଡ଼ିଶାରେ ଛାତ୍ର ସଂସଦ ନିର୍ବାଚନ ପରିଚାଳନାକୁ ନେଇ ବଢ଼ୁଥିବା କଳ୍ପନାଜଳ୍ପନା ମଧ୍ୟରେ, ଆଜି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ୟ୍ୟବଂଶୀ ସୂରଜ ଭୁବନେଶ୍ୱରର ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଭେଟିଥିଲେ । ରାଜ୍ୟ ସରକାର ଖୁବ୍‌ଶୀଘ୍ର ସାରା ଓଡ଼ିଶାର କଲେଜ…

    Continue reading
    ଶୋଇଥିବା ଶିଶୁକୁ ଝୁଣିଦେଲା କୁକୁର

    କୋଷାଗୁମୁଡ଼ା: ବୁଲା କୁକୁରର ଦୌରାତ୍ମ୍ୟ । ଘରେ ପଶି ଶୋଇଥିବା ଶିଶୁକୁ ଝୁଣି ଲହୁଲୁହାଣ କରିଦେଇଛି । ଶିଶୁର ମୁହଁ ସହ ଶରୀରର ବିଭିନ୍ନ ଅଂଶକୁ କାମୁଡ଼ି କ୍ଷତାକ୍ତ କରିଦେଇଛି । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ