ଗଣଦୁଷ୍କର୍ମ ଯୋଗୁଁ ରାଜ୍ୟରେ ହା ହା କାର ପରିସ୍ଥିତି

ଭୁବେନଶ୍ବର : ରାଜ୍ୟରେ ଦୁଷ୍କର୍ମ, ଗଣ ଦୁଷ୍କର୍ମ, ଯୌନ ଉତ୍ପୀଡ଼ନ, ଛାତ୍ରବାସରେ ନାବାଳିକା ଗର୍ଭଧାରଣ ଓ ବିଭିନ୍ନ ଅତ୍ୟାଚାର ହୁ ହୁ ହୋଇ ବଢୁଛି । ପରିସ୍ଥିତି ଅଣାୟତ୍ତ ଅବସ୍ଥାକୁ ଆସିଗଲାଣି କ୍ଷ ସରକାର, ପୋଲିସ ଓ ପ୍ରଶାସନ ଏହି ପ୍ରସଙ୍ଗକୁ ନେଇ ଆଦୌ ଚିନ୍ତିତ ନଥିବା ଜଣାପଡୁଛି। ଏହି ପରିପ୍ରେକ୍ଷିରେ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀ ଶ୍ରୀମତୀ ମିନାକ୍ଷୀ ବାହିନିପତି କହିଲେ ଯେ, ଏଭଳି ସମୟରେ ଏକ ଘଟଣା ଆମକୁ ବ୍ୟଥିତ କରିଛି। ଗତ ଡିସେମ୍ବର ୧୦ ତାରିଖ ସନ୍ଧ୍ୟା ପ୍ରାୟ ୮ଟା ବେଳେ ଜଣେ ନାବାଳିକା ଝିଅ ଏବଂ ତାଙ୍କର ପୁରୁଷ ସାଙ୍ଗ ଧଉଳିରୁ ଫେରୁଥିବାବେଳେ ଲିଙ୍ଗିପୁର କେନାଲ ରୋଡ୍ ନିକଟରେ କିଛି ଦୁବୃର୍ତ୍ତ ତାଙ୍କର ୨୦ ଗ୍ରାମ ଓଜନର ସୁନା ଚେନ୍ ଛଡ଼ାଇ ନେବା ସହ ସେମାନଙ୍କୁ ଅଟକାଇଥିଲେ । ତିନିରୁ ଚାରିଜଣ ଅଭିଯୁକ୍ତଙ୍କ ମଧ୍ୟରୁ ଦୁଇଜଣ ଏକ ନିର୍ଜନ ଅଞ୍ଚଳରେ ତାଙ୍କର ପୁରୁଷ ସାଙ୍ଗକୁ (ଯିଏ ମଧ୍ୟ ୧୭ ବର୍ଷର) ଗଛରେ ବାନ୍ଧିବା ପରେ ନାବାଳିକାକୁ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଜଣେ ଅଭିଯୁକ୍ତଙ୍କର ହତ୍ୟା ଉଦ୍ୟମ ଏବଂ ଆକ୍ରମଣ ଭଳି ଅପରାଧିକ ଇତିହାସ ରହିଛି ଏବଂ ସେ ନିକଟରେ ଜାମିନରେ ମୁକୁଳିଥିଲେ।

ଓଡ଼ିଶାରେ ବିଜେପି ସରକାରର ୧୮ ମାସରେ ମହିଳା ଓ ନାବାଳିକାଙ୍କ ଉପରେ ଅତ୍ୟାଚାର, ଧର୍ଷଣ , ଗଣ ଧର୍ଷଣ ଓ ହିଂସାର ଅଭୂତପୂର୍ବ ବୃଦ୍ଧି ସତ୍ୱେ ସରକାର ଓ ପ୍ରଶାସନ ପୂରାପୁରି ନିର୍ବାକ ଓ ନିଷ୍କ୍ରିୟ ରହିବାକୁ ଓଡ଼ିଶା ପ୍ରଦେଶ କଂଗ୍ରେସ୍ କଟୁ ଭାବରେ ନିନ୍ଦା କରୁଛି ବୋଲି ଶ୍ରୀମତୀ ବାହିନିପତି କହିଥିଲେ । ସରକାର୍ ନିଦା ବିଷ୍ଣୁ ସାଜି ମହିଳା ସୁରକ୍ଷା ପ୍ରସଙ୍ଗକୁ ଆଖି ବୁଜି ଦେଇଛନ୍ତି । ଦିନକୁ ଦିନ ମହିଳା ନିର୍ୟ୍ୟାତନା ବୃଦ୍ଧି ପାଉଥିବା ଉଦାହରଣ ଦେଇ କହିଥିଲେ ଖୋର୍ଦ୍ଧା ବାଘମାରୀରେ ନାବାଳିକାଙ୍କୁ ନିର୍ମମ ଗଣବଳାତ୍କାର ଘଟଣା, ମାଲକାନଗିରିରେ ଜନୈକ ୪୫ ବର୍ଷର ବ୍ୟକ୍ତି ଦ୍ୱାରା ୫–୭ ବର୍ଷର ତିନି ନାବାଳିକା ଉପରେ ଅମାନବୀୟ ବଳାତ୍କାର ତଦନ୍ତର ଧୀରଗତି, ଏବଂ ହୃଦୟ ଥରେଇ ଦେବା ଭଳି କଟକ ଏସସିବି ମେଡିକାଲର ଆଇସିୟୁରେ ଏକ ମହିଳାଙ୍କୁ ଅଟେଣ୍ଡାଣ୍ଟଙ୍କ ଅସଦାଚର ଘଟଣା ସରକାରର ଅକ୍ଷମତା, ଅବହେଳା ଓ ରାଜ୍ୟ ଆଇନ୍ ବ୍ୟବସ୍ଥା ଧ୍ୱସ୍ତ ହେଉଥିବାକୁ ସ୍ପଷ୍ଟ କରୁଛି। ପୁରୀ, କେଉଁଝର, ମୟୂରଭଞ୍ଜ, ସମ୍ବଲପୁର, ଗୋପାଳପୁର ଓ ରାୟଗଡ଼ାରେ ପ୍ରତି ସପ୍ତାହରେ ପ୍ରାୟ ମହିଳା ନିର‌୍ୟାତନା ଘଟଣା ଘଟୁଥିଲେ ମଧ୍ୟ ସରକାରଙ୍କ ପକ୍ଷରୁ କୌଣସି କଠୋର କାର‌୍ୟ୍ୟ ଦେଖିବାକୁ ମିଳୁନାହିଁ। ମାଆକୁ ସମ୍ମାନ ମିଥ୍ୟା ସ୍ଲୋଗାନ ଦେଇଥିବା ପୂର୍ବ ସରକାରର ନିତି ବର୍ତ୍ତମାନ ମଧ୍ୟ ବିଜେପି ସରକାରରେ ସେହି ସ୍ଲୋଗାନରେ ହିଁ ରହିଯାଇଛି । ଡବଲ ଇଞ୍ଜିନ ସରକାରରେ ମହିଳା ଅସୁରକ୍ଷିତ ଡବଲ ମାତ୍ରାରେ । ବିଜେପି ସରକାର ଆସିବ ପରଠାରୁ ରାଜ୍ୟରେ ୪୦,୦୦୦ ହଜାରରୁ ଉର୍ଦ୍ଧ ମହିଳାଙ୍କୁ ଅସଦାଚରଣ, ଗଣ ଦୁଷ୍କର୍ମ, ଧର୍ଷଣ ଆଦି ବିଭିନ୍ନ ନିର‌୍ୟାତନା,ମହିଳା ଅପହରଣ, ହତ୍ୟା ଭଳି ସୁଶାସନର ଘଟଣା ଘଟିଛି। ରାଜ୍ୟର ମହିଳା ଉପମୁଖ୍ୟମନ୍ତ୍ରି ଓ ମହିଳା ବାଚସ୍ପତି ଥାଇ ମଧ୍ୟ ମହିଳା ସୁରକ୍ଷା ପାଇଁ ନା ତତ୍ପରତା ଅଛି ନା ଲୋକଙ୍କ ସରକାରରେ କାର‌୍ୟ୍ୟକାରିତା କି ଆନ୍ତରିକତା ଅଛି ବୋଲି ଶ୍ରୀମତୀ ବାହିନିପତି ପ୍ରଶ୍ନ କରିଛନ୍ତି? ଖାକି ବର୍ଦି ନେତା ମନ୍ତ୍ରୀଙ୍କ ସୁରକ୍ଷା ଦେବାରେ ବ୍ୟସ୍ତ। ସାଧାରଣ ଜନତାଙ୍କୁ ପଚାରେ କିଏ । ଖାକି ବର୍ଦୀର ତତ୍ପରତା ଓ କର‌୍ୟ୍ୟକାରିତା ନଥିବା ହେତୁ ମହିଳା ଅଧିକ ମାତ୍ରାରେ ନିର‌୍ୟ୍ୟାତିତ ଓ ଅସୁରକ୍ଷିତ। ତେଣୁ ଓଡ଼ିଶା ପ୍ରଦେଶ ମହିଳା କଂଗ୍ରେସ୍ ତତ୍କାଳ ଫାସ୍ଟ-ଟ୍ରାକ୍ ବିଚାର, ବିଶେଷ ମହିଳା ତଦନ୍ତ ଦଳ ଗଠନ, ଦାୟୀ ପୋଲିସ୍ ଅଧିକାରୀଙ୍କୁ କଠୋର କାର‌୍ୟ୍ୟାନୁଷ୍ଠାନ ଓ ପୀଡ଼ିତାଙ୍କୁ ସୁରକ୍ଷା–ପରାମର୍ଶ–ଆଇନ ସହାୟତା ଦେବାକୁ ଦୃଢ଼ ଦାବି କରୁଛି । ଈଶ୍ୱର ସାହାଯ୍ୟ କରନ୍ତୁ ମହିଳା ନିର୍ୟ୍ୟାତନା ବୃଦ୍ଧି ନେଇ ଓଡ଼ିଶା ଆଉ ଆନ୍ତର୍ଜାତିୟ କ୍ଷେତ୍ରରେ ନିନ୍ଦିତ ନ ହେଉ । ମହିଳା ସୁରକ୍ଷା ରାଜନୀତିର ବିଷୟ ନୁହେଁ, ଏହା ସରକାରର ମୂଳ କର୍ତ୍ତବ୍ୟ; ଏଭଳି ନିଷ୍କ୍ରିୟତା ଜାରି ରହିଲେ ଓଡ଼ିଶାର ମହିଳାମାନେ କେବେ ଚୁପ୍ ରହିବେନାହିଁ, ରାଜରାସ୍ତାରୁ ବିଧାନସଭା ଯାଏଁ ମହିଳା ସୁରକ୍ଷା, ସମ୍ମାନ ଓ ଅଧିକାର ପାଇଁ ଲଢେଇ ହେବ ବୋଲି କଂଗ୍ରେସ ପକ୍ଷରୁ ସରକାରଙ୍କୁ ଚେତାବନୀ ଦେଇଛି ଶ୍ରୀମତୀ ବାହିନିପତି ।
ଆଜିର ସାମ୍ବାଦିକ ସମ୍ମିଳନୀରେ ବରିଷ୍ଠ କଂଗ୍ରେସ ଉପସଭାନେତ୍ରୀ ପ୍ରଣତୀ ମିଶ୍ର ଓ ଜୟଶ୍ରୀ ପଟ୍ଟନାୟକ ଉପସ୍ଥିତ ଥିଲେ ।

  • Related Posts

    ୩୩% ସଂରକ୍ଷଣ ପ୍ରସଙ୍ଗରେ ଅଧିବେଶନ: ମନ୍ତ୍ରୀ

    ଭୁବନେଶ୍ୱର:ଆସନ୍ତା ୩୦ ତାରିଖ ଦିନ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନକୁ ବିଜେଡି ବିଧାୟକ ଅରୁଣ ସାହୁ କଟାକ୍ଷ କରିଥିବାବେଳେ ବେଳେ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ ତାଙ୍କୁ କାଉଣ୍ଟର କରିଛନ୍ତି । ଶ୍ରୀ ମଲ୍ଲିକ କହିଛନ୍ତି ଯେ ସଂସଦ ଓ ବିଧାନସଭାରେ ମହିଳାମାନଙ୍କ…

    Continue reading
    ସ୍ୱତନ୍ତ୍ର ଅଧିବେଶନ ଡାକି ଡ୍ରାମା କରୁଛନ୍ତି: ଅରୁଣ

    ଭୁବନେଶ୍ୱର: ଆସନ୍ତା ୩୦ ତାରିଖ ଦିନ ବିଧାନସଭାର ଦିନିକିଆ ସ୍ୱତନ୍ତ୍ର ଅଧିବେଶନ ବସିବ । ରାଜ୍ୟ ସରକାର ଏହି ସ୍ୱତନ୍ତ୍ର ଅଧିବେଶନ ଡାକିଛନ୍ତି । ଯେଉଁଥିରେ ଭାରତୀୟ ଗଣତନ୍ତ୍ରରେ ମହିଳାମାନଙ୍କ ଯୋଗଦାନ ସମ୍ପର୍କରେ ଆଲୋଚନା ହେବ । ତେବେ ବିଧାନସଭାର ଏହି…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ବଢ଼ୁଛି ଉପଭୋକ୍ତାଙ୍କ ଭରସା, ବୃଦ୍ଧି ପାଉଛି ବିପିସିଏଲର ପିଏନ୍‌ଜି ସଂଯୋଗୀକରଣ

    ‘ମନ୍ କି ବାତ୍’ କାର୍ଯ୍ୟକ୍ରମର ୧୩୨ତମ ପର୍ବରେ ସମ୍ବଲପୁରର ସୁଜାତା ଭୁୟାଁଙ୍କୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

    ସାଇବର ଅପରାଧରୁ ସୁରକ୍ଷା ସମ୍ପର୍କରେ ମହିଳା ଆୟୋଗଙ୍କ କର୍ମଶାଳା

    ଖରାଦିନର ଖାଦ୍ୟ

    ୧୪-୧୫ ବର୍ଷର କିଶୋରୀଙ୍କୁ ସର୍ଭିକାଲ୍‌ କ୍ୟାନ୍‌ସର ଟୀକା

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର

    ହାତଗଣ୍ଠି ପରେ ଜଣାପଡ଼ିଲା ବର କିନ୍ନର