ଗିରଫ ଆତଙ୍କବାଦୀଙ୍କ ଟାର୍ଗେଟରେ ଥିଲା ରାମ ମନ୍ଦିର ଓ ସଂସଦ ଭବନ

ନୂଆଦିଲ୍ଲୀ: ଦିଲ୍ଳୀ ପୋଲିସର ସ୍ପେଶାଲ ସେଲ୍ ମହାରାଷ୍ଟ୍ର, ଓଡିଶା ଓ ବିହାର ଯେଉଁ ଚାରି ‘କଟ୍ଟରପନ୍ଥୀ’ ଯୁବକଙ୍କୁ ଗିରଫ କରିଛି, ସେମାନେ ଆତଙ୍କୀ ଗତିବିଧିର ଷଡଯନ୍ତ୍ର କରିଥିଲେ। କିଛି ସମ୍ବେଦନଶୀଳ ସ୍ଥାନକୁ ଟାର୍ଗେଟ କରିବା ପାଇଁ ତା’ର ରେକି କରିଥିଲେ ଓ ଏନକ୍ରିପଟେଡ୍ ଅନଲାଇନ୍ ପ୍ଲାଟଫର୍ମ ଜରିଆରେ ଅନ୍ୟ ଲୋକଙ୍କୁ ଭର୍ତ୍ତି କରିବାର ଚେଷ୍ଟା କରୁଥିଲେ।ସ୍ପେଶାଲ ସେଲ୍‌ର ଜଣେ ଅଧିକାରୀ କହିଛନ୍ତି, ଅଭିଯାନ ବେଳେ ଏକ ‘ଆଇଇଡି’ ଓ ସେ ସମ୍ପର୍କିତ ଜିନିଷ ଜବତ କରାଯାଇଛି। ସେ ଅଭିଯୋଗ କରିଛନ୍ତି, ଦୁଇ ଅଭିଯୁକ୍ତ ଗହଳି ସ୍ଥାନକୁ ଟାର୍ଗେଟ କରିବା ପାଇଁ ଆଇଇଡି ଯୁକ୍ତ ରିମୋଟ୍ ଟୟ କାରକୁ ତିଆରି କରୁଥିଲେ। ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି, ଏହା କଥିତ ଭାବରେ ‘ଖୋରାସନର ଲସ୍କର’ ଚିନ୍ତାଧାରା ଦ୍ୱାରା ଅନୁପ୍ରାଣିତ ହୋଇଥିବା ମଧ୍ୟ ଜଣାପଡ଼ିଛି, ଯାହାକୁ ସେମାନେ ଅନ୍ୟମାନଙ୍କୁ ମୌଳବାଦୀ କରିବା ପାଇଁ ସେମାନଙ୍କର ପ୍ରଚାରର ଅଂଶ ଭାବରେ ବ୍ୟବହାର କରୁଥିଲେ। ସେ କହିଛନ୍ତି, ଅଭିଯୁକ୍ତ ବନ୍ଦ ଓ ଏନକ୍ରିପଟେଡ୍ ସୋସିଆଲ ମିଡିଆ ଗ୍ରୁପ୍‌ରେ ସକ୍ରିୟ ଥିଲେ, ଯେଉଁଠି ଜିହାଦ, କଠୋରପନ୍ଥୀ ଚିନ୍ତାଧାରା ଓ ହତିଆର ସମ୍ପର୍କିତ ସାମଗ୍ରୀ ସେୟାର କରାଯାଉଥିଲା। ଏହି ମଞ୍ଚର ବ୍ୟବହାର କଥିତ ଭାବରେ ନୂଆ ସଦସ୍ୟଙ୍କୁ ଚିହ୍ନଟ କରିବା ଓ ଭର୍ତ୍ତି କରିବା ପାଇଁ ହୁଏ।
ଅଭିଯୁକ୍ତମାନେ ୧ ଡିସେମ୍ବର ୨୦୨୫ ରେ ଦିଲ୍ଳୀ ଆସିଥିଲେ ଓ ସେମାନେ ଲାଲକିଲ୍ଲା ଓ ଇଣ୍ଡିଆଗେଟ୍ ସହିତ କିଛି ଖାସ୍ ସ୍ଥାନ ବୁଲିଥିଲେ। ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁସାରେ, ଏହି ମଡ୍ୟୁଲ ଅଯୋଧ୍ୟା ରାମ ମନ୍ଦିର, ସଂସଦ ଭବନ ଓ କିଛି ସାମରିକ ପ୍ରତିଷ୍ଠାନ ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସମ୍ଭାବିତ ଆକ୍ରମଣର ଚର୍ଚ୍ଚା କରିଥିଲେ। ୪ ଅଭିଯୁକ୍ତ ମହମ୍ମଦ ହମ୍ମାଦ,ଶେଖ ଇମ୍ରାନ୍, ମହମ୍ମଦ ସୋହେଲେ ଓ ମୌସେବ ଅହମ୍ମଦ। ଏହି ସମସ୍ତେ ନିମ୍ନ ସାମାଜିକ ଆର୍ଥିକ ପୃଷ୍ଠଭୂମିରୁ ଆସିଛନ୍ତି।

  • Related Posts

    ନିଲମ୍ବନ ହେବେନି ସିଇସି ଜ୍ଞାନେଶ କୁମାର : ସୁପ୍ରିମକୋର୍ଟ

    ଭାରତର ନିର୍ବାଚନ କମିସନର ଅନ୍ୟ ଦୁଇ ନିର୍ବାଚନ କମିସନରଙ୍କ ସମ୍ମତି ବିନା ଏକପାଖିଆ ନିଷ୍ପତ୍ତି ନେବାର ଅଭିଯୋଗରେ ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କୁ ନିଲମ୍ବିତ କରିବା ପାଇଁ ସୁପ୍ରିମକୋର୍ଟ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ଦ୍ଦେଶ ଜାରି କରିବାକୁ ମନା କରିଦେଇଛନ୍ତି। ଜ୍ଞାନେଶ…

    Continue reading
    ପାଇଲଟଙ୍କ ଟାର୍ଗେଟରେ ଥିଲା ବିମାନ ବନ୍ଦର

    ଫ୍ଲାଏ ଦୁବାଇ ବିମାନର ଭାରତୀୟ ପାଇଲଟ ସ୍ମିତ ମଚ୍ଛରଙ୍କୁ ନେଇ ସବୁଠି ଚର୍ଚ୍ଚା । ଛୁରା ମାଡ଼ ସତ୍ତ୍ୱେ ବି ହାରନମାନି ଶହ ଶହ ଯାତ୍ରୀଙ୍କ ଜୀବନ ବଞ୍ଚାଇବାକୁ ନେଇ ତାଙ୍କୁ ଦେଶ ବିଦେଶରୁ ତାଙ୍କର ସାହସୀକତା ପାଇଁ ଅନେକ ପ୍ରଶଂସା…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ଟାଟୁ ପାଇଁ ମା’କୁ ଫେରି ପାଇଲା ପୁଅ

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ପ୍ରତ୍ୟେକ ଗାର୍ଲଫ୍ରେଣ୍ଡଙ୍କର ବୟଫ୍ରେଣ୍ଡଠାରୁ କଣ ପାଇବାକୁ ଇଚ୍ଛାଥାଏ, ଆସନ୍ତୁ ଜାଣିବା

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    ବଢୁଛି ସ୍ୱାମୀ-ସ୍ତ୍ରୀ ଅଲଗା ଶୋଇବାର ଅଭ୍ୟାସ; ଏହା ଠିକ୍ ନା ଭୁଲ୍…

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    କନ୍ଦାଉଛି ପିଆଜ:କିଲେ ନେଲା ବେଳକୁ ଦୁଇ ଥର ଭାବିବାକୁ ପଡ଼ୁଛି

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ