ଗୁଣ୍ଡିଚା ଘରୁ ଆରମ୍ଭ ହେଲା ପହଣ୍ଡି ବିଜେ

ପୁରୀ : ନବଦିନାତ୍ମକ ଯାତ୍ରା ସାରି ନୀଳକନ୍ଦରକୁ ବାହୁଡ଼ିବେ ବାହୁଡ଼ାବ୍ରହ୍ମ। ଗୁଣ୍ଡିଚା ଘରୁ ଆରମ୍ଭ ହେଲା ପହଣ୍ଡି ବିଜେ। ପ୍ରଥମେ ଆରମ୍ଭ ହେଲା ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି। କ୍ଷୀପ୍ର ଗତିରେ ଆସି ଦର୍ପଦଳନ ରଥାରୂଢ ହେଲେ ସୁଦର୍ଶନ। ତାଙ୍କ ପରେ ଆରମ୍ଭ ହୋଇଛି ରୋହିଣୀ ନନ୍ଦନ ବଳଭଦ୍ରଙ୍କ ପହଣ୍ଡି। ନାକଚଣା ଦ୍ଵାର ଦେଇ ରଥାରୂଢ ହେଉଛନ୍ତି ଠାକୁର। ତାଙ୍କ ପରେ ଆସିବେ ହଳଦୀ ମୁହିଁ ଦେବୀ ସୁଭଦ୍ରା। ଶେଷରେ ଆସିବେ କାଳିଆ ସାଆନ୍ତ। ଘଣ୍ଟ ଘଣ୍ଟା, ଶଙ୍ଖଧ୍ଵନି, ହରିବୋଲ, ହିଳହୁଳିରେ କମ୍ପୁଛି ଗଗନ ପବନ। ଶରଧାବାଲିରେ ଭକ୍ତିମୟ ପରିବେଶ।

ବାହୁଡ଼ା ଯାତ୍ରାର ପ୍ରାରମ୍ଭରେ ଶ୍ରୀଜିଉମାନଙ୍କ ସେନାପଟା ଲାଗି ନୀତି ପରେ ମଙ୍ଗଳାର୍ପଣ ହୋଇଥାଏ। ଏହାପରେ ଡୋରଲାଗି ନୀତି ହୋଇ ବାହୁଡ଼ା ପହଣ୍ଡି ଅନୁଷ୍ଠିତ ହୋଇଥାଏ। ବାହୁଡ଼ାଯାତ୍ରାରେ ଶ୍ରୀଜିଉମାନେ ଧାଡ଼ି ପହଣ୍ଡିରେ ଆସିଥାନ୍ତି। ପହଣ୍ଡି ବିଜେ ପରେ ଅନ୍ୟାନ୍ୟ ନୀତି ସମ୍ପନ୍ନ ହେବ । ଏହାପରେ ନିର୍ଦ୍ଧାରିତ ସମୟରେ ତିନିରଥ ଟଣା ଆରମ୍ଭ ହେବ । ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ ଓ ସୁରକ୍ଷିତ ଭାବେ ସମ୍ପନ୍ନ କରିବା ପାଇଁ ପ୍ରଶାସନ ପକ୍ଷରୁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବହୁ ସଂଖ୍ୟକ ପୁଲିସ ଫୋର୍ସ, କେନ୍ଦ୍ରୀୟ ସୁରକ୍ଷା ବାହିନୀ ଏବଂ ବରିଷ୍ଠ ଅଧିକାରୀମାନେ ସୁରକ୍ଷା ଦାୟିତ୍ୱରେ ମୁତୟନ ରହିଛନ୍ତି ।

  • Related Posts

    ବିଜେପି ନେତାଙ୍କୁ ହତ୍ୟା; ୨ ଅଟକ

    କଳାହାଣ୍ଡି: କଳାହାଣ୍ଡି ମଦନପୁର ରାମପୁର ଥାନା ଅଞ୍ଚଳରେ ବିଜେପି ନେତାଙ୍କୁ ହତ୍ୟା ଘଟଣାରେ ୨ ଜଣ ଅଟକ । ଏ ନେଇ ସୂଚନା ଦେଇଛନ୍ତି କଳାହାଣ୍ଡି ଏସପି । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଅନୁମାନ କରାଯାଉଛି…

    Continue reading
    ଆଜି ଦିଲ୍ଲୀ-ଗୁରୁଗାଓଁରେ ଇନଭେଷ୍ଟର୍ସ ମିଟ୍

    ଭୁବନେଶ୍ୱର:ଓଡ଼ିଶାରେ ଶିଳ୍ପ ନିବେଶ ବୃଦ୍ଧି ଲକ୍ଷ୍ୟରେ ଆଜି ଦିଲ୍ଲୀ ଓ ଗୁରୁଗାଓଁରେ ଆୟୋଜିତ ହେବ ଇନଭେଷ୍ଟର୍ସ ମିଟ୍ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ନେତୃତ୍ୱରେ ଟିମ୍ ଓଡ଼ିଶା ବିଭିନ୍ନ ଶିଳ୍ପପତି ଓ ନିବେଶକାରୀଙ୍କ ସହ ଆଲୋଚନା କରିବ । ଏହି ମିଟ୍‌ରେ…

    Continue reading

    Leave a Reply

    Your email address will not be published. Required fields are marked *

    You Missed

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍ ଆଇଡଲ୍ ଟ୍ରଫି ହାତେଇଲେ ଜ୍ୟୋତିର୍ମୟୀ ନାୟକ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ, ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ଇଣ୍ଡିଆନ୍‌ ଆଇଡଲ୍‌ ଫାଇନାଲ୍‌ରେ ଜ୍ୟୋତିର୍ମୟୀ,  ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

    ସକାଳ ଜଳଖିିଆରେ କ’ଣ ଖାଆନ୍ତି ଗୁଗୁଲ ସିଇଓ ସୁନ୍ଦର ପିଚାଇ

    ରାଜା ଶିବାଜୀ ଆଦାୟ କଲାଣି କୋଟି କୋଟି ଟଙ୍କା

    ବିଶ୍ୱବିଦ୍ୟାଳୟ ପାଠ୍ୟକ୍ରମରେ ମୋଦୀ ତତ୍ତ୍ୱ

    ଓଡ଼ିଶାର ‘ଡାଲମା’କୁ ‘X’ ହ୍ୟାଣ୍ଡଲରେ ଖୁବ୍ ପ୍ରଂଶସା କଲେ ଜାପାନ ରାଷ୍ଟ୍ରଦୂତ